Only for Entertainment

ରିଲିଜ ହେଲା ଜିନିୟସ ଫିଲ୍ମର ପ୍ରଥମ ଗୀତ ।

0 44

ଫିଲ୍ମ ‘ଜିନିୟସ ’ର ଟ୍ରେଲର ମୁମ୍ବାଇରେ ରିଲିଜ କରାଯାଇଥିଲା ଏବଂ ଟ୍ରେଲରରେ ସରପ୍ରାଇଜ ଏଲିମେଂଟ ଭାବେ ନଜର ଆସିଥିଲେ ନବାଜୁଦ୍ଦିନ ସିଦ୍ଦୀକୀ । ବର୍ତ୍ତମାନ ଏହି ଫିଲ୍ମର ଏକ ଗୀତ ଗତକାଲି ରିଲିଜ କରାଯାଇଛି । ଏଥିରେ ଫିଲ୍ମ ନିର୍ଦ୍ଦେଶକ ଅନୀଲ ଶର୍ମା ନିଜ ପୁଅ ଉତ୍କର୍ଷ ଶର୍ମାଙ୍କୁ ଲଂଚ କରି ଖୁବ ଖୁସି ଥିବା ନଜର ଆସିଛନ୍ତି ଏବଂ ସେହିଭଳି ଏହି ଫିଲ୍ମରେ ନବାଜଙ୍କୁ ନେଇ ମଧ୍ୟ ଖୁବ ଖୁସି ଥିବା ଜାଣିବାକୁ ମିଳିଛି । ‘ଗଦର’ଭଳି ବ୍ଲକବାଷ୍ଟର ଫିଲ୍ମ ପ୍ରସ୍ତୁତ କରିଥିବା ଅନୀଲ ଶର୍ମାଙ୍କ ନୂଆ ଫିଲ୍ମ ‘ଜିନିୟସ’ରେ ନେଗେଟିଭ ରୋଲରେ ନଜର ଆସିବେ ନବାଜୁଦ୍ଦିନ । ଏହି ଫିଲ୍ମରେ ସନ୍ନି ଦେଓଲଙ୍କ ପୁଅ ମଧ୍ୟ ଡେବ୍ୟୁ କରୁଛନ୍ତି । ତେବେ ଗୀତଟି ଖୁବ ଶାନଦାର ହୋଇଛି, ଦେଖନ୍ତୁ –

ଏହି ଫିଲ୍ମରେ ନବାଜ ଏଥିରେ ଖୁବ ସୁନ୍ଦର କାର୍ୟ୍ୟ କରିଛନ୍ତି । ଅନୀଲ ଶର୍ମା ଏହା ମଧ୍ୟ କହିଛନ୍ତି ଯେ ନବାଜ ଏବଂ ଉତ୍କର୍ଷଙ୍କ ସିନ ଦେଖି ଦର୍ଶକ ନିଶ୍ଚୟ କରତାଳି ଦେବେ ।

ସେହିଭଳି ଫିଲ୍ମରେ ଡେବ୍ୟୁ କରୁଥିବା ଉତ୍କର୍ଷ କହିଛନ୍ତି ନବାଜ ଜଣେ ପ୍ରଫେସନାଲ ଏବଂ ସିନିଅର ଅଭିନେତା ଏବଂ ତାଙ୍କ ସହ ଅଭିନୟ କରିବା ସ୍ୱପ୍ନ ଅଟେ । ନବାଜ ତାଙ୍କୁ ଖୁବ ସପୋର୍ଟ କରୁଥିଲେ ଏବଂ ସେ ନୂଆ ବୋଲି କେବେ ଅନୁଭବ ହେବାକୁ ଦେଇ ନାହାନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More