Only for Entertainment

ଓଡିଆ ସିନେ ପରଦାରେ ମଧ୍ୟ ଦେଖିବାକୁ ମିଳିଥିଲା ନିଆରା ହୋଲି , ଦେଖନ୍ତୁ ଭିଡିଓ !

youtube
0 77

ପରଦାରେ ରଙ୍ଗ ଖେଳର ମଜ୍ଜା ନିଆରା । ଆପଣ ସିନା ସିନେ ଷ୍ଟାରଙ୍କୁ ଦେଖି ମତୁଆଲା ହେଉଥିବେ । ହେଲେ ଜାଣନ୍ତି କି ଏଇ ହୋଲି ଖେଳ ଆଉ ରଙ୍ଗ ଅଭିରର ଆସର ପାଇଁ ଏମାନଙ୍କୁ କେତେ କଷ୍ଟ କରିବାକୁ ପଡେ । ରଙ୍ଗ ପାଣିରେ ଘଂଟା ଘଂଟା ଧରି ରହିବାକୁ ପଡେ ଗୋଟେ ସଟ୍ ଦେବା ପାଇଁ । ତେବେ ଆମ ଓଲିଉଡ୍ ଫିଲ୍ମରେ ମଧ୍ୟ ଏଭଳି କିଛି ହୋଲି ସେଲିବ୍ରେସନ ରହିଛି । ଚାଲନ୍ତୁ ଦେଖିବା ।

ବଳିଦାନ

ବଳିଦାନ ଚଳଚ୍ଚିତ୍ରର ଏହି ଗୀତରେ ରଙ୍ଗେଇ ଯାଇଥିଲା ସାରା ପରିବେଶ । ୧୯୮୯ ମସିହାରେ ଏହି ଗୀତରେ ଅଦିନରେ ହୋଲି ଖେଳିଥିଲେ କଳାକାର । ଗୀତଟିକୁ ଗାଇଥିଲେ ସଂଗୀତଜ୍ଞ ପ୍ରଫୁଲ୍ଲ କର ଓ ବାଣୀ ଜୟରାମ । ଗୀତ ଦୃଶ୍ୟରେ ଅଭିନୟ କରିଥିଲେ ପ୍ରଶାନ୍ତ ନନ୍ଦ, ମମତା, ଜୟୀ, ନରି, ବାଙ୍କୁ ପ୍ରମୁଖ କଳାକାର ।

ମନ ରହିଗଲା ତୁମରି ଠାରେ

ହୋଲି ରେ ହୋଲି ଟାଇଟଲ୍ର ଏକ ଗୀତ ସ୍ଥାନ ପାଇଥିଲା ରୋମାଂଟିକ୍ ସିନେମା ମନ ରହିଗଲା ତୁମରି ଠାରେ ଚଳଚ୍ଚିତ୍ରରେ । ସିନେମାରେ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଓ ଅଭିନେତ୍ରୀ ଜ୍ୟୋତି ମିଶ୍ରଙ୍କୁ ଲିଡ୍ ରୋଲ୍ରେ ଦେଖିବାକୁ ମିଳିଥିଲା ।

ଦିୱାନା

ଫିଲ୍ମ ଦିୱାନାରେ ମଧ୍ୟ ଥିଲା ସେମିତି ଏକ ହୋଲି ରଙ୍ଗର ଦୃଶ୍ୟ । ଗୀତ ଦୃଶ୍ୟରେ ଓଲିଉଡ୍ ସୁପରଷ୍ଟାର ଅନୁଭବଙ୍କ ସହ ପପୁ ପମ୍ ପମ୍ଙ୍କୁ ଦେଖିବାକୁ ମିଳିଥିଲା । ଗୀତଟିର ସ୍ୱର କରିଥିଲେ ମଳୟ ମିଶ୍ର ଯାହା ବେଶ୍ ସ୍ପର୍ଶ କରିଥିଲା ଦର୍ଶକଙ୍କୁ ।

ତୋର ମୋର ଯୋଡି ସୁନ୍ଦର

ଧର ରଙ୍ଗ ପିଚକାରୀ । ଋତୁ ଆସିଲା । ଦେହରେ ମନରେ ରଙ୍କ ଲଗେଇ ଦେଲା । ମନ ମହକିଲା । ରଙ୍ଗ ଚହଟିଲା । ଫିଲ୍ମ ତୋର ମୋର ଯୋଡି ସୁନ୍ଦରରେ ଥିଲା ଏମିତି ଏକ ହୋଲି ଗୀତ ଦୃଶ୍ୟ । ପର୍ଦ୍ଦାରେ ଦେଖିବାକୁ ମିଳିଥିଲେ ସବ୍ୟସାଚୀ, ଅର୍ଚ୍ଚିାତା ଓ ଅର୍ପିତା । ବୋବାଲିଆ ନାଚ ସାଙ୍ଗକୁ ଭରପୁର ରଙ୍ଗ ଖେଳ ।

ମନର ମାନସୀ

ସେହପରି ରିଲିଜ୍ ହେବାକୁ ଥିବା ଚଳଚ୍ଚିତ୍ର ମନର ମାନଷୀରେ ମଧ୍ୟ ଶୁଣିବାକୁ ମିଳିବ ଏକ ହୋଲି ଗୀତ । ସାଙ୍ଗଙ୍କ ସହ ହୋଲିର ମସ୍ତି କରିବାର ଦେଖିବାକୁ ମିଳିବ ଏହି ଗୀତରେ । ଲିରିସିଷ୍ଟ ବାପୁ ଗୋସ୍ୱାମୀଙ୍କ ଏହି ଗୀତକୁ ସଙ୍ଗୀତରେ ସଜାଇଛନ୍ତି ଅରୁଣମନ୍ତ୍ରୀ । ଫିଲ୍ମରେ ନବାଗତ ବିଭାସ ଓ ସୋନାଲିଙ୍କୁ ଲିଡ୍ ରୋଲ୍ରେ ଦେଖିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More