Only for Entertainment

ଦଶମ ଥର ପାଇଁ ପିତା ହେବାକୁ ଯାଉଛନ୍ତି ହଲିଉଡର ଏହି ୫୭ ବର୍ଷୀୟ ଅଭିନେତା ।

AajTak
0 39

ଆମେରିକୀୟ ଅଭିନେତା ଏଡି ମର୍ଫି ଦଶମ ସନ୍ତାନର ପିତା ହେବାକୁ ଯାଉଛନ୍ତି । ନିକଟରେ ତାଙ୍କ ପାର୍ଟନର ପେଜ ବୁଚରଙ୍କୁ ବେବି ବମ୍ପ ସହିତ ସ୍ପଟ କରାଯାଇଥିଲା । ରିପୋର୍ଟ ଅନୁସାରେ ୫୭ ବର୍ଷୀୟ ମର୍ଫିଙ୍କ ଜଣେ ପ୍ରତିନିଧି କହିଥିଲେ, ‘ଏଡି ମର୍ଫି ଏବଂ ତାଙ୍କ ପ୍ରେମିକା ପେଜ ବୁଚର ଡିସେମ୍ବରରେ ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେବାର ସମ୍ଭାବନା ରହିଛି ।’

କହିରଖୁଛୁ ଯେ ନିକଟରେ ୩୯ ବର୍ଷୀୟ ଅଷ୍ଟ୍ରେଲିୟ ଅଭିନେତ୍ରୀ ବୁଚର ଫ୍ଲୋରାଲ ମ୍ୟାକ୍ସି ଡ୍ରେସରେ ବେବି ବମ୍ପ ସହିତ ନଜର ଆସିଥିଲେ । ଅଭିନେତା ଏଡି ମର୍ଫି ଏବଂ ଅଭିନେତ୍ରୀ ବୁଚର ୨୦୧୨ରୁ ରିଲେସନସିପରେ ରହିଛନ୍ତି । ଦୁହିଁଙ୍କର ଏହା ପୂର୍ବରୁ ଏକ ୨ ବର୍ଷୀୟ ପୁଅ ଅଛି । ତାହାର ନାମ ଇଜ୍ଜୀ ଉନା । ପ୍ରସିଦ୍ଧ ଅଭିନେତା ତଥା କମେଡିଆନ ମର୍ଫିଙ୍କର ପୂର୍ବ ରିଲେସନସିପରୁ ଆଉ ୮ଟି ସନ୍ତାନ ଅଛନ୍ତି । ତାଙ୍କ ବଡ ପୁଅ ଏରିକଙ୍କୁ ଏବେ ୨୯ ବର୍ଷ ।

ଉଲ୍ଲେଯୋଗ୍ୟ ଯେ, ଏଡି ମର୍ଫି ୪୮ ଘଣ୍ଟିଆ ଫିଲ୍ମରେ ଅଭିନୟ କରି ଲୋକଙ୍କ ହୃଦୟ ଜିତି ପାରିଥିଲେ । ବେଷ୍ଟ ସର୍ପୋଟିଂ ଆକ୍ଟର ଭାବେ ତାଙ୍କୁ ଗୋଲଡେନ ଗ୍ଲୋବ ଆୱାର୍ଡ ପୁରସ୍କାର ମିଳିଥିଲା । ୨୦୦୭ରେ ରିଲିଜ ହୋଇଥିବା ଫିଲ୍ମ ଡ୍ରିମ ଗର୍ଲରେ ତାଙ୍କ ଅଭିନୟକୁ ଦର୍ଶକ ଖୁବ ପସନ୍ଦ କରିଥିଲେ । ଏହି ଫିଲ୍ମ ପାଇଁ ତାଙ୍କୁ ଏକାଡୋମୀ ଆୱାର୍ଡରେ ବେଷ୍ଟ ସହ ଅଭିନେତା ଭାବେ ନୋମିନେଟ କରାଯାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More