Only for Entertainment

ଏହି ହଲିଉଡ ଷ୍ଟାର ରାତି ଅଧରେ ଉଠି କରନ୍ତି ୱାର୍କଆଉଟ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ !

People Magazine
0 63

ହଲିଉଡ୍‌ ଅଭିନେତା ମାର୍କ ୱାଲ୍‌ବର୍ଗ ନିଜ ଫିଟ୍‌ନେସ୍‌ ପାଇଁ ଖୁବ୍‌ ଲୋକପ୍ରିୟ। ନିକଟରେ ସେ ନିଜ ୱାର୍କଆଉଟ୍‌ ବିଷୟରେ ଏକ ବଡ଼ ଖୁଲାସା କରିଛନ୍ତି। ତାଙ୍କର କହିବା ଅନୁସାରେ ସେ ରାତି ପ୍ରାୟ ସାଢେ ୨ଟା ବେଳେ ଉଠି ବ୍ୟାୟାମ କରିଥାନ୍ତି। ଆଉ ସଂଧ୍ୟା ସାଢେ ୭ଟା ବେଳେ ଶୋଇ ପଡ଼ନ୍ତି।

ଇନ୍‌ଷ୍ଟାଗ୍ରାମ୍‌ରେ ଫ୍ୟାନ୍‌ଙ୍କ ସହ ବାର୍ତ୍ତାଳାପ ସମୟରେ ସେ ନିଜ ଡେଲି ରୁଟିନ୍‌ ବିଷୟରେ କହିଥିଲେ। ତାଙ୍କ ନିତିଦିନ ରୁଟିନ୍‌ ସାଧାରଣ ଲୋକଙ୍କଠାରୁ ଖୁବ୍‌ ଅଲଗା। ଯେତେବେଳେ ଲୋକମାନେ ଶୁଅନ୍ତି, ସେ ୱାର୍କ ଆଉଟ୍‌ କରନ୍ତି। ଲମ୍ବା ସମୟରୁ ସେ ଏହି ରୁଟିନ୍‌କୁ ଫଲୋ କରନ୍ତି।

ରାତି ୨.୩୦ରେ ଉଠିବା ପରେ ସେ ଅଧା ଘଣ୍ଟା ପ୍ରାର୍ଥନା କରନ୍ତି। ସକାଳ ୩.୧୫ରେ ସେ ବ୍ରେକ୍‌ ଫାଷ୍ଟ କରନ୍ତି। ଯେଉଁଥିର ସେ ବାଦାମ୍‌, ବଟର, ବ୍ଲୁବେରୀ ଓ ଦଲିଆ ଖାଆନ୍ତି। ଖାଇସାରି ୯୫ ମିନିଟ୍‌ ପର୍ଯ୍ୟନ୍ତ ଜିମ୍‌ କରନ୍ତି। ତା’ପରେ ପୁଣି ଖାଆନ୍ତି। ସକାଳ ୬ଟା ବେଳେ ସେ ଗାଧାନ୍ତି। ଗାଧୋଇବା ପରେ ଗଲ୍ଫ୍‌ ଖେଳନ୍ତି। ପୁଣି ୮ ଟା ବେଳେ ଟିଫିନ୍‌ ଖାଆନ୍ତି। ଦିନ ଗୋଟେରେ ମଧ୍ୟାହ୍ନ ଭୋଜନ ଆଉ ସଂଧ୍ୟା ୫.୩୦ରେ ଡିନର କରନ୍ତି। ସଂଧ୍ୟା ୭.୩୦ ବେଳକୁ ସେ ଶୋଇ ପଡ଼ନ୍ତି।


ଏଠାରେ ଆମେ କହି ରଖୁଛୁ ଯେ ମାର୍କ ଦ ଇଟାଲିୟନ୍‌ ଜବ୍‌, ଦ ଡିପାର୍ଟେଡ୍‌, ଓ ଟ୍ରାନ୍ସଫର୍ମର୍ସ ସିରିଜ୍‌ ଫିଲ୍ମରେ କାମ କରିଛନ୍ତି। ଫିଟ୍‌ନେସ୍‌କୁ ନେଇ ତାଙ୍କ ପ୍ୟାସନ୍‌ ଓ ଅନ୍ଦାଜ ତାଙ୍କ ସୋଶାଲ ମିଡିଆ ପ୍ରୋଫାଇଲ୍‌ରୁ ଆପଣ ଜାଣି ପାରିବେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More