Only for Entertainment

ହଲିଉଡର ଜଣାଶୁଣା ଅଭିନେତା ସିଲବେଷ୍ଟର ସ୍ଟେଲନଙ୍କର ମୃତ୍ୟୁ ଖବର ଭାଇରାଲ !

deccan chronical
0 70

ହଲିଉଡର ଜଣାଶୁଣା ଅଭିନେତା ସିଲବେଷ୍ଟର ସ୍ଟେଲନଙ୍କର ମୃତ୍ୟୁ ଖବର ଭାଇରାଲ ହେବାରେ ଲାଗିଛି । ସୋସିଆଲ ମିଡିଆରେ ତାଙ୍କ ମୃତ୍ୟୁ ଖବର ଚର୍ଚ୍ଚାର ବିଷୟ ପାଲଟିଛି । ଆଜିକୁ ପ୍ରାୟ ଦେଢ ବର୍ଷ ପୂର୍ବେ ତାଙ୍କର ମୃତ୍ୟୁ ଖବର ଭାିରାଲ ହୋଇଥିଲା । ଏହା ଦ୍ୱିତୀୟ ଥର ପାଇଁ ଭାଇରାଲ ହୋଇଛି । ଆସନ୍ତୁ ଜାଣିବା କ’ଣ ରହିଛି ଏହାର ରହସ୍ୟ ..

tweetସେଲିବ୍ରିଟି ମାନଙ୍କ ମୃତ୍ୟୁ ଖବରକୁ ପ୍ରଚାର କରୁଥିବା ୱେବସାଇଟ ୨୦୧୬ରେ ସିଲବେଷ୍ଟରଙ୍କ ମୃତ୍ୟୁର ଖବର ଚାରିଆଡେ ପ୍ରଚାର କରିଥିଲେ ଏବଂ ପୁଣିଥରେ ଏହି ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ।

ସ୍ଟେଲନ ନିଜ ଏଲଏରେ ଥିବା ଗୃହରେ ମୃତ୍ୟୁବରଣ କରିଥିବା ୱେବସାଇଟ ପ୍ରଚାର କରିଛି ।

tweet2ମାତ୍ର ଏଥର ଏହି ଗୁଜବ ପୁଣି ପ୍ରଚାର କରାଯାଇଛି । ଏଥିପାଇଁ ୟୁଜର୍ସ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ଆରମ୍ଭକ କରିସାରିଲେଣି । ଏଠାରେ ଆମେ କହି ରଖୁଛୁ ଯେ ଜଣେ ଏଠାରେ ସିଲବେଷ୍ଟର ସ୍ଟେଲନ ପ୍ରୋଟେଷ୍ଟ କ୍ୟାନସରରେ ମୃତ୍ୟୁବରଣ କରିଥିବା ଲେଖିଛନ୍ତି । ସେ ତାଙ୍କ ରୋଗ ଲୁଚାି ରଖିଥିଲେ । ସେଥିପାଇଁ ଏହି ଘଟଣାର ସତ୍ୟତା ଜାଣିବା ଲାଗି ଉଭୟେ ଉଭୟଙ୍କୁ ମେସେଜ କରୁଛନ୍ତି ।

ମାତ୍ର ଆପଣଙ୍କୁ ଏଠାରେ କହି ରଖୁଛୁ ଯେ ପୂର୍ବ ବର୍ଷ ଯେତେବେଳେ ଏପରି ଗୁଜବ ପ୍ରଚାର କରାଯାଇଥିଲା ଅଭିନେତା ସିଲବେଷ୍ଟର ସ୍ଟେଲନ ନିଜ ଫଟୋ ସେୟାର କରି ଏହି ଗୁଜବକୁ ଜବାବ ଦେଇଥିଲେ ।

Always the Champ!
Sylvester Gardenzio Stallone died early this morning because of the prostate cancer he was suffering from, the actor kept his disease a secret, but he couldn’t do it in the end. Rest in peace! ??? pic.twitter.com/AJohX8ztHE

— Ivan Migdalov (@i_migdalov) February 19, 2018

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More