Only for Entertainment

‘ଗଲି ବୟ’ ଦେଖିବା ପରେ ରଣବୀର ସିଂଙ୍କ ପ୍ରଶଂସାରେ ହଲିଉଡ ଅଭିନେତା ୱିଲ ସ୍ମିଥ, ସେୟାର କଲେ ଏହି ଭିଡିଓ

Cinestaan
51

ରଣବୀର ସିଂ ଏବଂ ଆଲିଆ ଭଟ୍ଟଙ୍କ ଫିଲ୍ମ ‘ଗଲିବୟ’କୁ ନେଇ ଏବେ ଚର୍ଚ୍ଚା ଲାଗିରହିଛି । ଫିଲ୍ମ ରିଲିଜ ହୋଇସାରିଥିବା ବେଳେ ଏବେ ମଧ୍ୟ ଫିଲ୍ମର ପ୍ରମୋଶନ ଜାରି ରହିଛି । ଆଜ୍ଞା ହଁ, ଭଲେଣ୍ଟାଇନ ଡେ ଅର୍ଥାତ ୧୪ ଫେବୃଆରୀରେ ରିଲିଜ ହୋଇଥିବା ରଣବୀର ସିଂ ଏବଂ ଆଲିଆଙ୍କ ଏହି ଫିଲ୍ମ ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟିଛି । ଅସଲରେ ହଲିଉଡ ଷ୍ଟାର ୱିଲ ସ୍ମିଥ ଫିଲ୍ମକୁ ନେଇ ଢେର ପ୍ରଶଂସା କରିଛନ୍ତି । ସ୍ମିଥ ରଣବୀରଙ୍କ ଫିଲ୍ମ ଗଲି ବୟ ଦେଖିବା ପରେ ତାଙ୍କୁ ଏହା ଖୁବ ପସନ୍ଦ ଆସିଛି । ଏହାକୁ ନେଇ ସେ ସୋସିଆଲ ମିଡିଆରେ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି ।

ଆପଣଙ୍କୁ ଏହା କହିରଖୁଛୁ ଯେ, ଏହା ପ୍ରଥମଥର ନୁହେଁ ଯେ ହଲିଉଡ ଷ୍ଟାର ୱିଲ ସ୍ମିଥ କୌଣସି ବଲିଉଡ ଫିଲ୍ମର ପ୍ରଶଂସା କରିଛନ୍ତି । ଏହା ପୂର୍ବରୁ ସେ ଫିଲ୍ମ ଷ୍ଟୁଡେଣ୍ଟ ଅଫ ଦି ଇୟର ପାଇଁ କରଣ ଜୋହରଙ୍କୁ ଖୁବ ପ୍ରଶଂସା କରିଥିଲେ । ତେବେ ନିକଟରେ ସ୍ମିଥ ସେୟାର କରିଥିବା ଏହି ଭିଡିଓରେ ସେ କହିଛନ୍ତି, ‘ଗଲି ବୟ’ରେ ରଣବୀର ସିଂଙ୍କ ହିପ ହପ ଡ୍ୟାନ୍ସ ଖୁବ ଭଲ ଥିଲା ।

ଦେଖନ୍ତୁ ଭିଡିଓ-

 

View this post on Instagram

 

#willsmith goes all out to praise #ranveersingh and #gullyboy on his instagram @willsmith

A post shared by Viral Bhayani (@viralbhayani) on

ଫିଲ୍ମରେ ରଣବୀର ଏକ ର‌୍ୟାପର ଭୂମିକାରେ ନଜର ଆସିଛନ୍ତି । ଆଲିଆଙ୍କୁ ରଣବୀରଙ୍କ ଗର୍ଲଫ୍ରେଣ୍ଡ ଭୂମିକାରେ ଦେଖିବାକୁ ମିଳିଛି । କ୍ରିଟିକ୍ସଙ୍କ ସମେତ ଫିଲ୍ମକୁ ଅଡିଆନ୍ସ ଖୁବ ପସନ୍ଦ କରିଛନ୍ତି । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଜୋୟା ଅଖତର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More