ଭାଇରାଲ ହେଲା ହଲିଉଡ ଅଭିନେତ୍ରୀଙ୍କ ଅଜବ ଅଭ୍ୟାସର କଥା ।
ହଲିଉଡ୍ ଅଭିନେତ୍ରୀ ଜେନିଫର ଏନିଷ୍ଟର ନିଜ ସହ ଜଡ଼ିତ ଏକ ରାଜ୍ର ଖୁଲାସା କରିବା ପରେ ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ହଲିଉଡ୍ର ଜଣେ ଚର୍ଚ୍ଚିତ ଚେହେରା ଜେନିଫର୍ଙ୍କର ଏଭଳି ଏକ ଅଜବ ଅଭ୍ୟାସ ଥିବା ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି । ଆଇଏଏନ୍ଏସ୍ ତରଫରୁ ମିଳିଥିବା ସୂଚନା ମୁତାବକ, ଜେନିଫର ଏକ ସୋ’ରେ ଯୋଗ ଦେଇଥିବା ବେଳେ ସୋ’ର ହୋଷ୍ଟ ତାଙ୍କୁ, ‘ଭଲ ପାଇବା ସମୟରେ, ଗାଧୋଇବା ବେଳେ ଏବଂ ସନ୍ତରଣ ବ୍ୟତୀତ ଆଉ କେଉଁ କାମ ଆପଣ ନଗ୍ନ ହୋଇ କରିବା ପାଇଁ ପସନ୍ଦ କରନ୍ତି?’ ବୋଲି ପ୍ରଶ୍ନ କରିଥିଲେ ।
ଯାହାର ଉତ୍ତର ଦେବାରେ ବିଳମ୍ବ ନ କରି ‘ମୁଁ ନଗ୍ନ ହୋଇ ଟିଭି ଦେଖିବାକୁ ପସନ୍ଦ କରେ । ଏହା ମୋର ଅଭ୍ୟାସ ବୋଲି କହିଥିଲେ ଜେନିଫର ।’ ଜେନିଫରଙ୍କ ଏଭଳି ଉତ୍ତର ଶୁଣି ସୋ’ର ହୋଷ୍ଟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ସେ ସମୟର ଭିଡିଓଟି ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି। ସୂଚନା ମୁତାବକ, ଜେନିଫର ଚର୍ଚ୍ଚିତ ସୋ’ ‘ଫ୍ରେଣ୍ଡସ୍’ରେ ପ୍ରଥମେ କାମ କରିଥିଲେ । ଏହି ସୋ’ତାଙ୍କୁ ଭିନ୍ନ ପରିଚୟ ଆଣି ଦେଇଥିଲା ।
ଅଭିନୟ ସହ ଜେନିଫର ଫିଲ୍ମ ପ୍ରଯୋଜନା ମଧ୍ୟ କରନ୍ତି ।