Only for Entertainment

ଦୀପିକାଙ୍କ ପ୍ରେମରେ ହଲିଉଡ କୋରିଓଗ୍ରାଫର ମିୟା ! ବଲିଉଡ ଫିଲ୍ମରେ କୋରିଓଗ୍ରାଫି କରିବାକୁ ଆଗ୍ରହୀ

sakshipost
0 40

ହଲିଉଡର ଜଣାଶୁଣା କୋରିଓଗ୍ରାଫର ମିୟା ମିଶେଲ ବର୍ତ୍ତମାନ ବଲିଉଡରେ ପ୍ରବେଶ କରିବାକୁ ଚାହୁଁଛନ୍ତି । କିନ୍ତୁ ସେ ଅଭିନୟ ନୁହେଁ କୋରିଓଗ୍ରାଫି କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । ମିୟା ମିଶେଲ ମଡୋନା, ରିକି ମାର୍ଟିନ, ସୋଲିନ ଡିୟୋନ ଓ ଟମ କ୍ରୁଜଙ୍କ ସହ କାମ କରିସାରିଛନ୍ତି ।
ମିୟା କହିଛନ୍ତି ସେ ବର୍ତ୍ତମାନ ବଲିଉଡରେ କୋରିୟୋଗ୍ରାଫି କରିବା ପାଇଁ ଚାହୁଁଛନ୍ତି । ସେ ଭାରତୀୟ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ସହ କାମ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଏହାସହ ସେ ଭାରତୀୟ ଫିଲ୍ମ ନିର୍ମାଣ ପ୍ରତି ନିଜର ଭଲପାଇବକୁ ମଧ୍ୟ ପ୍ରକାଶ କରିଛନ୍ତି ।
ମିଡିଆ ରିପୋର୍ଟସ ଅନୁସାରେ ଆଲୋଚନା ବେଳେ ମିୟା କହିଥିଲେ ଯେ ତାଙ୍କ ଉଦ୍ଦେଶ୍ୟ ଏବେ ବଲିଉଡରେ କାମ କରିବା । ବଲିଉଡ ଦୁନିଆକୁ ଭଲପାଉଥିବାରୁ ସେ ବଲିଉଡରେ କାମ କରିବା ପାଇଁ ଚାହୁଁଛନ୍ତି ବୋଲି ମିୟା କହିଛନ୍ତି । ଏହାସହ ବଡ ପ୍ରଡକସନ ସହିତ କାମ କରିବା ଏବଂ ଲୋକଙ୍କୁ ଶିଖାଇବା ତାଙ୍କର ପସନ୍ଦ ବୋଲି ମିୟା ପ୍ରକାଶ କରିଛନ୍ତି ।
ବଲିଉଡ ଫିଲ୍ମ ବିଷୟରେ ସେ କହିଥିଲେ ଯେ ‘ବାଜୀରାଓ ମସ୍ତାନୀ’ ତାଙ୍କର ଫେବରେଟ ଫିଲ୍ମ ଏବଂ ଦୀପିକା ତାଙ୍କୁ ଭଲ ଲାଗନ୍ତି । କାରଣ ଦୀପିକା ପୁରା ପ୍ୟାସନ ସହିତ ଡ୍ୟାନ୍ସ କରନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More