Only for Entertainment

ରିଲିଜ ହେଲା ‘ଓସେନ ୮’ ଟ୍ରେଲର । ଫିଲ୍ମରେ ଦେଖିବାକୁ ମିଳିବ ୮ ମହିଳାଙ୍କ କାହାଣୀ

ହଲିଉଡ ଫିଲ୍ମ ‘ଓସେନ ୮’ ପୁଣି ଥରେ ପଇସା ଲୁଟିବାର ଡ୍ରାମା ବଡ ପରଦାରେ ଦେଖାଇବାକୁ ଯାଉଛି । ‘ଓସେନ’ ଫିଲ୍ମ ସିରିଜର ଚତୁର୍ଥ ଫିଲ୍ମ ‘ଓସେନ ୮’ ର ପ୍ରଥମ ଟ୍ରେଲର ଲଂଚ କରାଯାଇଛି । ଫିଲ୍ମରେ ସବୁଠାରୁ ଖାସ କଥା ହେଉଛି ଫିଲ୍ମର ସମସ୍ତ ମୁଖ୍ୟ ଭୂମିକାରେ ମହିଳାମାନେ ନଜର ଆସିବେ । ପାଖାପାଖି ଅଢେଇ ମିନିଟର ଏହି ଟ୍ରେଲରକୁ ଦେଖିବାପରେ ଦର୍ଶକ ଉତ୍ସୁକତାର ସହିତ ଫିଲ୍ମକୁ ଅପେକ୍ଷା କରି ରହିଛନ୍ତି । ଫିଲ୍ମରେ ସାଂଡ୍ରା ବୁଲାକ ପୂର୍ବ ଫିଲ୍ମର ମୁଖ୍ୟ ଭୂମିକାରେ ନଜର ଆସିଥିବା ଡ୍ୟାନି ଓସେନଙ୍କ ଭଉଣୀ ଡେବି ଓସେନ ଚରିତ୍ରରେ ନଜର ଆସିବେ । ସେ ଏକ ଚୋରୀର ପ୍ଲାନକୁ ସମ୍ପାଦନ କରିବା ପାଇଁ ୭ ଜଣ ଝିଅଙ୍କୁ ତାଙ୍କ ଗୋଷ୍ଠିରେ ଭର୍ତ୍ତି କରୁଛନ୍ତି ।

ଟ୍ରେଲରରେ ଡେବି ପରୋଲ ପାଇଁ ଅଧିକାରୀଙ୍କ ସାମ୍ନାରେ ସ୍ୱକାର କରୁଛନ୍ତି ଯେ ସେ କେବଳ ବିଲ ପେ କରିବା ପାଇଁ ଚାହାଁନ୍ତି । ଡେବି ଚୋରୀ ପାଇଁ କେଟ ବ୍ଲାଂସେଟ, ରିହାନା, ହେଲେନା ବୋନହମ କାର୍ଟର, ସାରା ପାଲସନ ଆକ୍ୱାଫିନା ଓ ମାଂଇଡି କେଲିଙ୍ଗଙ୍କୁ ସାମିଲ କରିଛନ୍ତି । ସମସ୍ତେ ମିଶି ଗହଣା ଚୋରୀ କରିବାର ପ୍ଲାନିଙ୍ଗ କରୁଛନ୍ତି । ଯାହା ଫିଲ୍ମକୁ ଅତ୍ୟନ୍ତ ରୋମାଂଚକର କରିଛିି ।

‘ଓସେନ ୮’ କୁ ନିର୍ଦ୍ଦେଶନା ଦେଇଛନ୍ତି ଗ୍ୟାରି ରାସ । ଏହା ପୂର୍ବରୁ ଓସେନ ସିରିଜର ଫିଲ୍ମକୁ ଷ୍ଟିୱନ ସୋଡରବର୍ଗ ନିର୍ଦ୍ଦେଶନା କରିଥିଲେ । ସେହିପରି ଏହି ଫିଲ୍ମକୁ ପ୍ରଡ୍ୟୁସ କରିଛନ୍ତି ପୂର୍ବ ଫିଲ୍ମର ପ୍ରଯୋଜକ ଜର୍ଜ କ୍ଲୁନୀ ଓ ଷ୍ଟିୱନ ସୋଡରବର୍ଗ । ଏହି ଫିଲ୍ମ ଆସନ୍ତା ବର୍ଷ ୮ ଜୁନ ୨୦୧୮ କୁ ରିଲିଜ ହେବ । ଏହା ପୂର୍ବରୁ ଫିଲ୍ମର ଟିଜର ରିଲିଜ କରାଯାଇଥିଲା । ଯେଉଁଥିରେ ସାଂଡ୍ରା ପ୍ରଥମେ କେଟ ବ୍ଲାଂସେଟକୁ ନିଜ ମିଶନରେ ସାମିଲ କରୁଛନ୍ତି । ଏକ ଦୃଶ୍ୟରେ ଡେବି ତାଙ୍କ ଭାଇ ଡ୍ୟାନିଙ୍କ କବର ସାମ୍ନାରେ ବସିଛନ୍ତି ଯେଇଁଥିରେ ଲେଖାଯାଇଛି ‘ଡ୍ୟାନିଙ୍କ ମୃତ୍ୟୁ ୨୦୧୮’ ରେ ହୋଇଛି । ଏବେ ଏହା ଦେଖିବାକୁ ବାକିରହିଲା ସତରେ ଡ୍ୟାନିଙ୍କ ମୃତ୍ୟୁ ହୋଇଛି ନା ସେ ମରିବାର ନାଟକ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More