Only for Entertainment

ଏହି ହଲିଉଡ ଫିଲ୍ମର ଟ୍ରେଲର ୟୁଟ୍ୟୁବରେ କଲା ଚମତ୍କାର, ୨ଦିନ ମଧ୍ୟରେ ଦେଖଣାହାରୀ ସଂଖ୍ୟା ୨କୋଟି ପାର ।

sideshowtoy
0 36

ହଲିଉଡ ଫିଲ୍ମ ଆଭେଞ୍ଜର:ଇନଫିନିଟି ୱାର ପରେ ଆଉ ଏକ ଫିଲ୍ମର ଟ୍ରେଲର ସୋସିଆଲ ମିଡିଆରେ ଦୃତମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଶାନଦାର ଆକ୍ସନ ଏବଂ ଡାଏଲଗରେ ଭରପୁର ଏହି ହଲିଉଡ ଫିଲ୍ମ ସୋସିଆଲ ମିଡିଆରେ ଧମାଲ ମଚାଇଛି । ଏହି ଟ୍ରେଲର ଭାରତର ସୋନି ଏଂଟରଟେନମେଂଟ ଅଧିକାରୀ ଚ୍ୟାନେଲ ଜରିଆରେ ରିଲିଜ କରାଯାଇଛି ।

ଏହି ଫିଲ୍ମର ନାମ ହେଉଛି ‘ଭେନମ’ । ଏଥିରେ ଟମ ହାର୍ଡି, ମିଶେଲ ୱିଲିୟମ୍ସ ଏବଂ ରିଜ ଅହମଦ ମୁଖ୍ୟ ଭୂମିକାରେ ନଜର ଆସିବେ । ୟୁଟ୍ୟବରେ ଭେନମ ଟ୍ରେଲର ଖୁବ ଟ୍ରେଣ୍ଡ କରିବାରେ ଲାଗିଛି । ଏହା ୟୁଟ୍ୟୁବ ଟ୍ରେଣ୍ଡରେ ଟପ୩ ସିରିଅଲରେ ରହିଛି । ଖାସ କଥା ହେଉଛି ‘ଭେନମ’ର ଟ୍ରେଲର ରିଲିଜ ହେବାର କେବଳ ୨ଦିନ ମଧ୍ୟରେ ଏହି ଟ୍ରେଲର ଦୁଇ କୋଟିରୁ ଉଦ୍ଧ୍ୱର୍ ଥର ଦେଖାସରିଲାଣି ।

କେବଳ ଏତିକି ନୁହେଁ ଟ୍ରେଲରକୁ ୮ଲକ୍ଷରୁ ଉଦ୍ଧ୍ୱର୍ ଲୋକ ଲାଇକ ମଧ୍ୟ କରିସାରିଲେଣି । ଖବର ମୁତାବକ ଏହି ଫିଲ୍ମର କାହାଣୀ ଏକ ଫିକ୍ସନ ଡ୍ରାମାରେ ପ୍ରେରିତ ଅଟେ, ଯେଉଁଥିରେ ଏକ ପ୍ରକାର ଭିନ୍ନ ଜୀବ ଦେଖିବାକୁ ମିଳିଛି । ଟ୍ରେଲର ପୂର୍ବରୁ ଏହି ଫିଲ୍ମର ଟିଜର ଏବଂ ପୋଷ୍ଟର ରିଲିଜ ହୋଇଥିଲା, ଯାହାକୁ ଦର୍ଶକମାନେ ଖୁବ ମାତ୍ରାରେ ପସନ୍ଦ କରିଥିଲେ ।

ଏଠାରେ ଯଦି ଫିଲ୍ମ ବିଷୟରେ କଥା ହେବା ତେବେ ଫିଲ୍ମର ମୁଖ୍ୟ ଭୂମିକାରେ ଥିବା ଭେନମ ପ୍ରଥମ ଥର ସ୍ପାଇଡର ମ୍ୟାନ୩ରେ ନଜର ଆସିଥିଲା । ଫିଲ୍ମ ‘ସ୍ପାଇଡର ମ୍ୟାନ୩’ରେ ଭେନମର ଭୂମିକା ଟୋଫର ଗ୍ରେସ ନିଭାଇଛନ୍ତି । ଏବେ ଦେଖିବାକୁ ବାକି ରହିଲା ଏହି ଫିଲ୍ମ ଦର୍ଶକଙ୍କ ମନକୁ କେତେ ମାତ୍ରାରେ ଜିଣି ପାରୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More