Only for Entertainment

ଘରେ ପ୍ରସ୍ତୁତ କରନ୍ତୁ କ୍ୟାବେଜ ରୋଲ

jenny can cook
0 48

ପ୍ରତିଦିନ ଗୋଟିଏ ପ୍ରକାରର ଖାଦ୍ୟ ଖାଇ ଖାଇ ବିରକ୍ତ ଲାଗିଥାଏ । ତେଣୁ ଭିନ୍ନ ଭିନ୍ନର ଖାଦ୍ୟ ଖାଇବାକୁ ସମସ୍ତେ ଭଲପାଆନ୍ତି । ସେଥିପାଇଁ ସମସ୍ତେ ସମୟେ ସମୟେ ହୋଟେଲ ଯାଆନ୍ତି ଖାଇବା ପାଇଁ । କିନ୍ତୁ ଏମିତି କିଛି ନିଆରା ରେସିପି ରହିଛି ଯାହାକୁ ଘରେ ପ୍ରସ୍ତୁତ କରି ଖାଇ ହେବ ।

ଆବଶ୍ୟକୀୟ ସାମଗ୍ରୀ- ବନ୍ଧାକୋବି ପତ୍ର,ଅଲିଭ ଅଏଲ,କଟା ପିଆଜ,କଟା ରସୁଣ,କଟା ଛତୁ,ପିାଜ ଶଣ୍ଢା,ଲମ୍ବା ରାଇସ,ଧନିଆ ପତ୍ର,ଟମାଟୋ ପ୍ୟୁରି,ଗୋଲମରିଚ ଗୁଣ୍ଡ ଓ ଲୁଣ ସ୍ୱାଦନୁସାରେ ।

ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ପ୍ୟାନରେ ତେଲ ପକାଇ ଗରମ କରନ୍ତୁ । ଏହାପରେ କଟା ପିଆଜ ପକାନ୍ତୁ । ଅଳ୍ପ ସମୟ ଭାଜି ହେବା ପରେ କଟା ରସୁଣ ପକାନ୍ତୁ । ଏହାପରେ ଟମାଟୋ ପ୍ୟୁରି ପକାନ୍ତୁ । କଷି ହୋଇ ସାରିବା ପରେ ଛତୁ ପକାନ୍ତୁ । ଛତୁ ଭାଜି ହେବାପରେ ରାଇସ ପକାଇ କିଛି ସମୟ ମିଶାନ୍ତୁ । ଏହାପରେ ଲୁଣ,ଗୋଲମରିଚ ଗୁଣ୍ଡ ଓ ପିଆଜ ଶଣ୍ଢା ପକାନ୍ତୁ ଓ ସର୍ବ ଶେଷରେ ଧନିଆପତ୍ର ପକାଇ ବାହାର କରନ୍ତୁ । ଏହାକୁ ଗୋଟିଏ ଗୋଟିଏ କରି ବନ୍ଧା କୋବି ପତ୍ରରେ ରଖି ଷ୍ଟମ ଦିଅନ୍ତୁ । ୫ ମିନିଟ ପରେ ବାହାର କରିଦିଅନ୍ତୁ । ଏହିଭଳି ଭାବରେ ପ୍ରସ୍ତୁତ କରନ୍ତୁ କ୍ୟାବେ ଜ ରୋଲ । ନନଭେଜ ପ୍ରସ୍ତୁତ କରିବାକୁ ଚାହୁଁଥିଲେ ଛତୁ ପରିବର୍ତ୍ତେ ଚିକେନ ମଧ୍ୟ ନେଇପାରିବେ । ଏହା ସହିତ ନିଜ ପସନ୍ଦର ମସଲା ମଧ୍ୟ ପକାଇ ପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More