Only for Entertainment

ଘରେ ପ୍ରସ୍ତୁତ କରନ୍ତୁ ‘ଫେସ ସେରମ’

My Simple Remedies
0 45

ଆମେ ବିଭିନ୍ନ ବ୍ରାଣ୍ଡେଡ କମ୍ପାନୀର ଫେସ ସେରମ ଗୋଟିଏ କିଣିଲେ ଅନୁନ୍ୟ ୨ରୁ ୩ ଶହ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି । ବଡାରରେ ମିଳୁଥିବା ସେରମରେ ମଧ୍ୟ ବିଭିନ୍ନ ରାସାୟନିକ ପଦାର୍ଥ ମିଶୁଛି ଯାହା ତ୍ୱଚା ପାଇଁ ହାନିକାରକ । ତେଣୁ ଆପଣ ଘରୋଇ ଉପାୟରେ ଏହାକୁ ପ୍ରସ୍ତୁତ କରି ତେଫା ଓ ଉଜ୍ଜ୍ୱଳ ତ୍ୱଚା ପାଇପାରିବେ । ଘରେ ଥିବା କିଛି ଜିନିଷକୁ ବ୍ୟବହାର କରି ଘରୋଇ ସେରମ ପ୍ରସ୍ତୁତ କରନ୍ତୁ । କେମିତି ପ୍ରସ୍ତୁତ କରିବେ ସେରମ ସେ ବିଷୟରେ ଜାଣନ୍ତୁ…

ଆବଶ୍ୟକୀୟ ସାମଗ୍ରୀ-
ଗୋଲାପ ପାଖୁଡା, କଂଚା କ୍ଷୀର, ଗ୍ଲିସେରିନ, ଭିଟାମିନ ‘ଇ’ କ୍ୟାପସୁଲ, ପେଟ୍ରୋଲିୟମ ଜେଲି, ନଡିଆ ତେଲ, ଆଲୋଭେରା ଜେଲ । କେତେଜଣଙ୍କୁ ଭେସଲିନ ସୁଟ କରେ ନାହିଁ । ତେଣୁ ଆପଣ ଚାହିଁଲେ ଭେସଲିନ ନପକାଇ ପାରନ୍ତି । ଭିଟାମିନ ‘ଇ’ ରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ତ୍ୱଚା ଇଜ୍ଜ୍ୱଳ କରିବାରେ ବେଶ ସହାୟକ ହୁଏ ।

ପ୍ରସ୍ତୁତ ପ୍ରଣାଳୀ-
ପ୍ରଥମେ ଏକ କପ ଗୋଲାପ ପାଖୁଡା ଓ ୧କପ କଂଚା କ୍ଷୀରକୁ ଭଲ ଭାବେ ଗ୍ରାଇଣ୍ଡ କରି ଦିଅନ୍ତୁ । ଚା’ଛଣାରେ ଏହାକୁ ଛାଣି ଦିଅନ୍ତୁ । ଏଥିରେ ଅଧ ଚାମଚ ଗ୍ଲିସେରିନ ମିଶାଇ ଦିଅନ୍ତୁ । ପରେ ଏହି ମିଶ୍ରଣରେ ୨ରୁ ୩ଟି ଭାଟାମିନ ‘ଇ’ କ୍ୟାପସୁଲ ଓ ୩ରୁ୪ ଚାମଚ ଆଲୋଭେରା ଜେଲ, ଅଧ ଚାମଚ ନଜିଆ ତେଲ ମିଶାନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଘରୋଇ ସେରମ । ଏହି ମିଶ୍ରଣକୁ ଗୋଟିଏ ବୋତଲରେ ରଖି ଦୀର୍ଘଦିନ ବ୍ୟବହାର କରିପାରିବେ । ବ୍ୟବହାରର ୧୫ ଦିନ ପରେ ମୁହଁରେ ଏହି ସେରମ ଆଣିଥିବା ଫରକ ନିଜେ ଜାଣିପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More