Only for Entertainment

ତେନ୍ତୁଳିରେ ବନାନ୍ତୁ ହୋମମେଡ ଫେଶୱାଶ ।

News Track Live, NewsTrack
21

ଚେହେରାକୁ ପରିଷ୍କାର କରିବା ପାଇଁ ପୂର୍ବରୁ ଲୋକମାନେ ସାବୁନର ବ୍ୟବହାର କରୁଥିଲେ । ଆଜିକାଲି ସାବୁନ ପରିବର୍ତ୍ତେ ଫେଶୱାଶ ବ୍ୟବହାର କରୁଛନ୍ତି ।ତେବେ ଏଭଳି କିଛି ଫେଶୱାଶ ଆସୁଛି ଯେଉଁଥିରେ କେମିମଲର ପରିମାଣ ଅଧିକ ମାତ୍ରାରେ ମିଳୁଛି । ଏଣୁ ଯଦି ଘରୋଇ ଫେଶୱାଶ ବ୍ୟବହାର କରାଯାଏ ତେବେ ତାହା ତ୍ୱଚା ପାଇଁ ଖୁବ ଭଲ ହେବ ।

ଆବଶ୍ୟକୀୟ ସାମଗ୍ରୀ-
ତେନ୍ତୁଳି ରସ ୨ ଚାମଚ
ଦହି ୧ ଚାମଚ
ଗୋଲାପଜଳ ୧ ଚାମଚ
ଭିଟାମିନ ଇ କ୍ୟାପସୁଲ ୧ଟି
ମହୁ ୧ ଚାମଚ
ଜୋଜୋବା ଅଏଲ ୧ ଚାମଚ

ପ୍ରସ୍ତୁତି ପ୍ରଣାଳୀ-
ଏକ ବାଉଲରେ ତେନ୍ତୁଳି ରସ ଏବଂ ଦହି ନିଅନ୍ତୁ ।ଏହାକୁ ଭଲ ଭାବରେ ମିଶାନ୍ତୁ ।ଏବେ ଏଥିରେ ଗୋଲାପଜଳ ମିଶାନ୍ତୁ ।ଏହାପରେ ଭିଟାମିନ ଇ କ୍ୟାପସୁଲ ମିଶାନ୍ତୁ ।ଏହି ସମସ୍ତ ଜିନିଷକୁ ଭଲ ଭାବରେ ମିଶାନ୍ତୁ ।ଶେଷରେ ସେଥିରେ ଜୋଜୋବା ଅଏଲ ମିଶାନ୍ତୁ ।ଏବେ ଏହି ମିଶ୍ରଣକୁ କଂଟେନରରେ ରଖନ୍ତୁ ଓ ବ୍ୟବହାର କରନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More