Only for Entertainment

ଘରେ ପ୍ରସ୍ତୁତ କରନ୍ତୁ କେଶ ପାଇଁ ତେଲ, ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

google
53

ବଜାରରେ ଭିନ୍ନ ଭିନ୍ନ ପ୍ରକାରର ହେୟାର ଅଏଲ ଉପଲବ୍ଧ । ଅନେକ ସମୟରେ ଭଲ ଅଏଲ ଚୟନ ପାଇଁ ଅସୁବିଧା ସୃଷ୍ଟି ହୋଇଥାଏ । ଆଉ ଏହି ଅଏଲର ଉପଯୋଗ ଚୁଟିକୁ କ୍ଷତି କରିଥାଏ । ତେଣୁ ଭଲ ବିକଳ୍ପ ହେଉଛି ଆପଣ ନିଜେ ଘରେ ନିଜ ପାଇଁ ହେୟାର ଅଏଲ ପ୍ରସ୍ତୁତ କରିବା ।

  • ଅଁଳା ତେଲ:
    କଳା,ଗହଳ ଏବଂ ମଜବୁତ ଚୁଟି ପାଇଁ ଆମେ ସମସ୍ତେ ଅଁଳା ବ୍ୟବହାର କରିଥାଉ । ଘରେ ମଧ୍ୟ ଆପଣ ଏହି ତେଲ ପ୍ରସ୍ତୁତ କରିପାରିବେ । ଲୁହା କଡେଇରେ ତାଜା ଅଁଳା କିମ୍ବା ଶୁଖିଲା ଅଁଳାକୁ ସୋରିଷ ତେଲରେ ଦୀର୍ଘ ସମୟ ଧରି ଫୁଟାନ୍ତୁ । ଅଁଳା ଫିଟି ମିଳାଇବା ଯାଏଁ ଏହା କରନ୍ତୁ । ତେଲ ଥଣ୍ଡା ହେବା ପରେ ଏହାକୁ ଛାଣି ବ୍ୟବହାର କରନ୍ତୁ ।
  • ମେଥି ତେଲ:
    ମେଥିରେ ଥିବା ଲିସିଥିନ ପ୍ରୋଟିନ୍‍ ଚୁଟିକୁ ଲମ୍ବା,ମଜବୁତ, ମୁଲାୟମ ଏବଂ ଚମକଦାର କରିଥାଏ । ମେଥି ତେଲ ଦ୍ୱାରା ରୂପି ସମସ୍ୟା ଦୂର ହୋଇଥାଏ । ଘରେ ଗୁଣ୍ଡ ମେଥିକୁ ନଡିଆ ତେଲରେ ମିଶାଇ ଗରମ କରନ୍ତୁ । ଭଲ ଭାବେ ଗରମ ହୋଇଗଲା ପରେ ଏହାକୁ ଛାଣି ଥଣ୍ଡା କରନ୍ତୁ । ଏହି ତେଲକୁ ଚୁଟି ମୂଳରେ ଲଗାଇ ହାଲ୍‍କା ମସାଜ କରନ୍ତୁ ।
  • ନଡ଼ିଆ-ଲେମ୍ବୁ ତେଲ :
    ରୂପି ପାଇଁ ଯଦି ଆପଣ ଚିନ୍ତିତ ତେବେ ନଡ଼ିଆ ଓ ଲେମ୍ବୁ ତେଲ ଏଥିପାଇଁ ବେଶ ଉପକାରୀ । ଲେମ୍ବୁ ରୂପି ଦୂର କରେ ଏବଂ ନଡ଼ିଆ ତେଲ ଚୁଟିକୁ ପୋଷଣ ଦିଏ । ନଡ଼ିଆ ତେଲରେ କିଛି ବୁନ୍ଦା ଲେମ୍ବୁ ରସ ମିଶାଇ ତାକୁ ଗରମ କରନ୍ତୁ । ଏହା ଫୁଟିଗଲା ପରେ ତାକୁ କଡେଇରୁ କାଢି ନିଅନ୍ତୁ । ସପ୍ତାହରେ ୩/୪ଥର ଏହାକୁ ଚୁଟିର ମୂଳରେ ଲଗାନ୍ତୁ । ଦେଖିବେ ନିଶ୍ଚିତ ଫାଇଦା ମିଳିବ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More