Only for Entertainment

କିଭଳି ପ୍ରସ୍ତୁତ କରିବେ ପ୍ରାକୃତିକ କାଜଲ

19

ପ୍ରଥମେ ଆପଣ ଏକ କାଚ ପାତ୍ର ବା ପ୍ଲେଟ୍‌ରେ ବାଦାମ ନେଇ ତାକୁ ଲାଇଟର୍‌ ସାହାଯ୍ୟରେ ଜଳାନ୍ତୁ। ବାଦାମ ଜଳି ପାଉଡର୍‌ ହେବା ପର୍ଯ୍ୟନ୍ତ ଜଳାନ୍ତୁ। ତା ପରେ ଏହ ପାତ୍ରକୁ କାଢ଼ି ସେଥିରେ ଆଲୋବେରା ଜେଲ୍‌, ନଢ଼ିଆ ତେଲ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଯଦି ନଢ଼ିଆ ତେଲ ଜମି ଯାଇଛି ତାହାଲେ ତେଲକୁ ଅଳ୍ପ ତରଳାଇ ଦିଅନ୍ତୁ। ଆଉ ଯଦି ଆପଣଙ୍କ ପାଖରେ ଫ୍ରେସ୍‌ ଆଲୋବେରା ନାହିଁ ତାହାଲେ ବଜାରରେ ମିଳୁଥିବା ଆଲୋବେରା ଜେଲ୍‌କୁ ଆଣି ବ୍ୟବହାର କରିପାରିବେ।

ତା ପରେ ଏହାକୁ ବନ୍ଦ ହେଉଥିବା ଏକ ପାତ୍ରରେ ରଖିଦିଅନ୍ତୁ। ଆପଣ ବ୍ରଶ୍‌ ସାହାଯ୍ୟରେ ଏହାକୁ ଆଖିରେ ଲଗାଇପାରିବେ। ଆପଣ ଆଇ ଲାଇନର୍‌ ଭାବେ ମଧ୍ୟ ଏହାକୁ ଲଗାଇ ପାରିବେ।
କାଜଲ୍‌ ଖରାପ ନ ହେବା ପାଇଁ ସେଥିରେ ଅଳ୍ପ ଟାଲ୍‌କମ୍‌ ପାଉଡର୍‌ ପକାଇ ଦିଅନ୍ତୁ। ସବୁବେଳେ କାଜଲ୍‌କୁ ଆଖିର ବାହାର କୋଣରୁ ଆରମ୍ଭ କରି ଲଗାଇବା ଦରକାର। ଆପଣ ଯଦି ପ୍ରାଇମର୍‌ ଲଗାଉଛନ୍ତି ତାହାଲେ ଆପଣ କାଜଲ୍‌କୁ ସିଧା କରି ଲଗାନ୍ତୁ। ଏହା କଲେ ଆଖିରେ କାଜଲ୍‌ ଅଧିକ ସମୟ ପାଇଁ ରହିବ।

ବାଦାମ ଆଖି ପାଇଁ  ବହୁ ଉପକାରୀ ହୋଇଥାଏ। ଏହା ଆଖିକୁ  ସୁସ୍ଥ ଏବଂ ଉଜ୍ଜଳ କରିଥାଏ। ବାଦାମରେ ଥିବା ପୋଷକ ତତ୍ତ୍ୱ ଆଖିରେ ଥିବା ଧୁଳିକୁ ବି ବାହାର କରିଦିଏ।

ଆଲୋବେରା ଆମ ସ୍ୱାସ୍ଥ୍ୟ ପାଇଁ ବହୁ ଉପକାରୀ ହୋଇଥାଏ। ଏଥରେ ଥିବା ଥଣ୍ଡା ଅଂଶ ଆପଣଙ୍କ ଆଖିକୁ ଥଣ୍ଡା ରଖିଥାଏ। ଏହା ଦ୍ୱାରା ଆଖି ତାଜା ରହିଥାଏ।

ଏହା ମଧ୍ୟ ଆଖିକୁ ଥଣ୍ଡା ଦେଇଥାଏ। ଏବଂ  ଆଖିକୁ ଶୁଷ୍କ ହେବାକୁ ଦିଏନାହିଁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More