ତ୍ୱଚାରୁ କଳାଦାଗ ଦୂର ପାଇଁ ଏହିଭଳି ଟମାଟୋର ବ୍ୟବହାର କରନ୍ତୁ ।
ମୁହଁରେ କଳାଦାଗ ଦେଖା ଦେଲେ ବୟସର ଛାପ ନଜର ଆସେ । ଯାହା ଦ୍ୱାରା କାହା ସାମ୍ନାକୁ ଗଲେ ସଙ୍କୁଚିତ ମନୋଭାବ ଆସିଥାଏ । ଏହା ଦ୍ୱାରା ଚିନ୍ତା ମଧ୍ୟ ବଡିଯାଏ । କାରଣ ସୌନ୍ଦର୍ଯ୍ୟ ଜୀବନର ଏକ ଗୁରୁତ୍ୱପୁର୍ଣ୍ଣ ଦିଗ । ଯାହାର ଯତ୍ନ ନେବା ନିହାତି ଦରକାର । ତେଣୁ ଯଦି ମୁହଁରେ କଳାଦାଗ ହୋଇଯାଏ ବ୍ୟକ୍ତି ଚିନ୍ତିତ ହୋଇଯାଆନ୍ତି ଏବଂ ବିଭିନ୍ନ ପ୍ରକାରର ରାସାୟନିକ ପଦାର୍ଥ ବ୍ୟବହାର କରନ୍ତି । କିନ୍ତୁ ଯଦି ତାହାର ଘରୋଇ ଉପଚାର ମାଧ୍ୟମରେ ସମାଧାନ ହୋଇପାରିବ ତେବେ ରାସାୟନିକ ପଦାର୍ଥ ବ୍ୟବହାର କରିବା ଅନୁଚିତ । ସେହିଭଳି ଏକ ଘରୋଇ ଉପଚାର ହେଉଛି ଟମାଟୋର ବ୍ୟବହାର ଯାହାକୁ ତ୍ୱଚାରେ ଲଗାଇବା ଦ୍ୱାରା କଳାଦାଗ ଦୂର ହୋଇଥାଏ ।
ପ୍ରଥମେ ଟମାଟୋକୁ ଦୁଇ ଭାଗ କରି କାଟି ଦିଅନ୍ତୁ। ଏହାପରେ ଏହି କଟା ଟମାଟୋକୁ ମୁହଁରେ ରଖନ୍ତୁ। ଗୋଟିଏ ଜିନିଷ ଉପରେ ଧ୍ୟାନ ଦିଅନ୍ତୁ, ଯେପରି ଟମାଟୋର ମଞ୍ଜି ଆପଣଙ୍କ ମୁହଁରେ ନ ଲାଗେ। ଅଧଘଣ୍ଟା ପରେ ମୁହଁକୁ ଧୋଇ ଦିଅନ୍ତୁ।
ଆପଣ ଟମାଟୋର ମାସ୍କ ମଧ୍ୟ ପ୍ରସ୍ତୁତ କରିପାରିବେ। ପ୍ରଥମେ ଟମାଟୋକୁ ଛୋଟ ଛୋଟ ଖଣ୍ଡରେ କାଟି ଏହାର ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ଦାଗ ହୋଇଥିବା ସ୍ଥାନରେ ଲଗାନ୍ତୁ। ଏହାର କିଛି ସମୟ ପରେ ମୁହଁକୁ ଧୋଇ ଦିଅନ୍ତୁ। ଏହା ସହିତ ଆପଣ ଟମାଟୋ ଜୁସ୍କୁ ମଧ୍ୟ ମୁହଁରେ ଲଗାଇ ପାରିବେ।
ଟମାଟୋ ଓ ମହୁ: ମହୁରେ ଆଣ୍ଟି ଅକ୍ସିଡାଣ୍ଟ୍ ଏବଂ ଆଣ୍ଟି ଇମ୍ପ୍ଲିମେଣ୍ଟାରି ଗୁଣ ରହିଛି, ଯାହା ଚେହେରାରେ ଥିବା ନାଲି ଦାଗକୁ ଦୂର କରିବା ପାଇଁ ସାହାଯ୍ୟ କରିବ। ଏଥିପାଇଁ ଅଧା କପ୍ ଟମାଟୋ ରସରେ ତିନି ଚାମଚ ମହୁ ମିଶାନ୍ତୁ ଏବଂ ଦାଗ ହୋଇଥିବା ସ୍ଥାନରେ ଲଗାଇ ୧୫ରୁ ୨୦ ମିନିଟ୍ ପରେ ଧୋଇ ଦିଅନ୍ତୁ। ଏହିପରି ପ୍ରତିଦିନ କଲେ, ଆପଣଙ୍କ ମୁହଁରେ ଦାଗଜନିତ ସମସ୍ୟା ରହିବ ନାହିଁ।