Only for Entertainment

ରୁପି ସମସ୍ୟା ଦୂର କରିବା ପାଇଁ ଚାହୁଁଛନ୍ତି କି ? ଆପଣାନ୍ତୁ ଏହି ସବୁ ଖାଦ୍ୟ

Dr. Mercola
0 35

ଅଧିକାଂଶ ଯୁବ ପିଢିଙ୍କ ପାଇଁ ଶୀତଦିନେ କେଶମୂଳେ ରୁପି ଏକ ପ୍ରମୁଖ ସମସ୍ୟା ପାଲଟିଛି । ସେଥିପାଇଁ ସେମାନେ ବିଭିନ୍ନ ପ୍ରକାର ତେଲ, ଶାମ୍ପୁ କିମ୍ବା ମେଡିସିନ ବ୍ୟବହାର କରିବାକୁ ପଛାଇନଥାନ୍ତି । ହେଲେ ଜାଣନ୍ତି କି ଏସବୁରେ ଥିବା କେମିକାଲ ପ୍ରଭାବରେ କେଶ ଝଡିଥାଏ । ତେଣୁ ଆପଣ ଚାହିଁଲେ କେତୋଟି ଖାଦ୍ୟ ପ୍ରତି ଗୁରୁତ୍ୱ ଦେଇ ପ୍ରକୃତିକ ଉପାୟରେ ଏହି ସମସ୍ୟା ଦୂର କରି ପାରିବେ ।

  • ଭିଟାମିନ ବି ୬ , ଏ, ସି, ଇ ସହିତ ଜିଙ୍କ୍, ପୋଟାସିୟମ ଏବଂ ଆଇରନ ଭଳି ମିନେରାଲ୍ସ ଥିବା ଖାଦ୍ୟ ମୁଣ୍ଡରେ ରୁପି ହେବାକୁ ଦିଏନାହିଁ । ଶୀତଦିନରେ ମିଳୁଥିବା ଫଳରେ ପ୍ରଚୁର ପରିମାଣରେ ଭିଟାମିନ ମିଳିଥାଏ । ସେହିପରି ସେଓ ଏବଂ ଅମୃତଭଣ୍ଡାରେ ଥିବା ଏନଜାଇମ ଆପଣଙ୍କ ହଜମ ଶକ୍ତି ବଢାଇବା ସହ ରୁପି କମାଇଥାଏ । କଦଳୀରେ ପ୍ରଚୁର ପରିମାଣରେ ଥିବା ଆମିନୋଏସିଡ ଏବଂ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ରୁପି ଦୂର କରିବାରେ ସାହାଯ୍ୟ କରିଥାଏ । ଏହାକୁ ଖାଇବା ସହ ଏହାକୁ ପେଷ୍ଟ କରି ମୁଣ୍ଡରେ ମଧ୍ୟ ଲଗାଇ ପାରିବେ ।
  • ରୁପି ସମସ୍ୟା ଥିଲେ ଦୁଗ୍ଧଜାତ ଖାଦ୍ୟ ଖାଇବା ଅନୁଚିତ ।
  • ଅଦା ଏବଂ ରସୁଣକୁ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ । କାରଣ ଅଦାରେ ଭରି ରହିଥିବା ଆଣ୍ଟିବ୍ୟାକଟେରିଆଲ ଓ ଆଣ୍ଟିଫଙ୍ଗାଲ ଉପାଦାନ ଏବଂ ରସୁଣରେ ଥିବା ଆଲିସିନ ନାମକ ଆଣ୍ଟିଫଙ୍ଗାଲ ଉପାଦନ ରୁପି ନଷ୍ଟ କରିଥାଏ ।
  • ବୁଟରେ ଅଧିକ ପରିମାଣରରେ ଭିଟାମିନ ବି୬ ଏବଂ ଜିଙ୍କ ଥାଏ ଯାହା ରୁପି ଦୂର କରିଥାଏ । ଏହାକୁ ଖାଇବା ସହିତ ପ୍ୟାକ ପ୍ରସ୍ତୁତ କରି କେଶମୂଳରେ ଲଗାଇଲେ ଉପଶମ ମିଳିଥାଏ ।
  • ମାଛ ତେଲ ଖାଇବା ଦ୍ୱାରା ଶୀତଦିନେ ତ୍ୱଚା ଶୁଷ୍କ ହେବା ପରିବର୍ତ୍ତେ ନରମ ରହିଥାଏ ଏବଂ ରୁପି ହେବାକୁ ଦେଇ ନଥାଏ ।
  • ଏସବୁ ବ୍ୟତିତ ଶୀତଦିନେ ବାରମ୍ବାର କେଶ ଧୁଅନ୍ତୁ ନାହିଁ । ନିୟମିତ ସମୟ ଅନ୍ତରାଳରେ କେଶରେ ତେଲ ମସାଜ କରନ୍ତୁ । ବାହାରକୁ ଯାଉଥିଲେ କେଶକୁ ମଫଲର, କ୍ୟାପ କିମ୍ବା ସ୍କାର୍ଫ ସାହାଯ୍ୟରେ ଘୋଡାଇ ରଖନ୍ତୁ ଯେପରି ଥଣ୍ଡା ପବନ ସଂସ୍ପର୍ଶରେ ନ ଆସିବ । କାରଣ ଏହାଦ୍ୱାରା ରୁପି ସମସ୍ୟା ଦେଖାଦେବାର ଆଶଙ୍କା ରହିଥାଏ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More