Only for Entertainment

ବେକର କଳା ଦାଗ ଦୂର କରିବା ପାଇଁ ଆପଣାନ୍ତୁ ଏହି ୬ ଟି ଉପାୟ ।

vivecondiabetes
0 95

ଚେହେରାର ସୁନ୍ଦରତା ଉପରେ ଆମେ ଅନେକ ଧ୍ୟାନ ଦେଇଥାଉ । କିନ୍ତୁ ଚେହେରା ଅପେକ୍ଷା ବାକି ଅଙ୍ଗ ଗୁଡିକୁ ଏତେ ଧ୍ୟାନ ଦେଇନଥାଉ । ସେଥିମଧ୍ୟରୁ ଗୋଟିଏ ଅଙ୍ଗ ହେଉଛି ବେକ । ଧୂଳିମାଟି ଏବଂ ଏହା ଯତ୍ନ ନନେବା ଦ୍ୱାରା ବେକ କଳା ପଡିବା ଆରମ୍ଭ ହୋଇଥାଏ । ଯାହା ଫଳରେ ଏହା ଶରୀରର ସୁନ୍ଦରତା ହ୍ରାସ ହୋଇଥାଏ । ବେକର କଳା ଦାଗ ଦୂର କରିବା ପାଇଁ ଲୋକେ ଅନେକ ରାସାୟନିକ ପ୍ରସାଧାନ ସାମଗ୍ରୀର ବ୍ୟବହାର କରିଥାନ୍ତି । କିନ୍ତୁ ଏହା ଦ୍ୱାରା କୌଣସି ଲାଭ ହୋଇନଥାଏ । ତେବେ କିଛି ଘରୋଇ ଉପାୟ ଅବଲମ୍ବନ କରି ବେକର କଳାଦାଗକୁ ଦୂର କରିପାରିବେ ।

  • ଆଲୋଭେରା
    ବେକର କଳାଦାଗ ଦୂର କକରିବା ପାଇଁ ଘିକୁଆଁରି ବା ଆଲୋଭେରା ଜେଲ ଖୁବ ଉପକାରୀ । ରାତିରେ ସୋଇବା ପୂର୍ବରୁ ପାଂଚ ମିନିଟ ପାଇଁ ଆଲୋଭେରା ଜେଲ ବେକରେ ମାଲିସ କରନ୍ତୁ । ଏପରି ସପ୍ତାହରେ ଦୁଇଥର କରନ୍ତୁ । ଏପରି କରିବା ଦ୍ୱାରା ଏକ ମାସ ମଧ୍ୟରେ ବେକର କଳାପଣ ଦୂର ହୋଇଯିବ ।
  • ଆଳୁ
    ଆଳୁରେ ନ୍ୟାଚୁରାଲ ବ୍ଲିଚ ରହିଥାଏ । ଯାହା ସ୍କ୍ରିନର କଳାଦାଗକୁ ଦୂର କରିଥାଏ । ବେକର କଳା ଦାଗକୁ ଦୂର କରିବା ପାଇଁ ଆଳୁର ବ୍ୟବହାର କରନ୍ତୁ । ରାତିରେ ଶୋଇବା ପୂର୍ବରୁ ଆଳୁର ଏକ ସ୍ଲାଇସ ବେକରେ ଘଷନ୍ତୁ ଏବଂ ୧୦ ମିନିଟ ପରେ ଧୋଇଦିଅନ୍ତୁ ।
  • ବେସନ
    ବେସନରେ ଅଧା ଚାମଚ ସୋରିଷ ତେଲ ଏବଂ ଟିକିଏ ହଳଦୀ ମିଶାଇ ପ୍ୟାକ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟକୁ ବେକରେ ଲଗାଇ ଅତି କମରେ ୧୫ ମିନିଟ ରଖନ୍ତୁ । ଏହା ପରେ ଏହାକୁ କିଛି ଟାଇମ ଘଷି ଦିଅନ୍ତୁ ।
  • ବେକିଂ ସୋଢା
    ବେକିଂ ସେଢା କେବଳ ନଖ ପାଇଁ ନୁହେଁ ବେକର କଳାଦାଗ ଦୂର କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଅଧା ଚାମଚ ବେକିଂ ସୋଢା ୧ ଚାମଚ ଗୋଲାପ ଜଳ ମିଶାଇ ଦିଅନ୍ତୁ । ଏହାକୁ ବେକରେ ମସାଜ କରନ୍ତୁ । କିଛି ଦିନ ମଧ୍ୟରେ ବେକର କଳାପଣ ଦୂର ହୋଇଯିବ ।
  • ଭିଟାମିନ ଇ ଅଏଲ
    ଭିଟାମିନ ଇ’ରେ ତ୍ୱତାକୁ ସଫା କରିବାର ଗୁଣ ମିଳିଥାଏ । ବେକର କଳାଦାଗକୁ ଦୂର କରିବା ପାଇଁ ଭିଟାମିନ ଇ କ୍ୟାପସୁଲର ୨ ରୁ ୩ଟି ନିଅନ୍ତି ଏବଂ ଏହାକୁ ବେକରେ ମାଲିସ କରନ୍ତୁ ।
  • ଲେମ୍ବୁ ଏବଂ ମହୁ
    ଲେମ୍ବୁ ଏବଂ ମହୁକୁ ମିଶାଇ ବେକରେ ଲଗାଇବା ଦ୍ୱାରା ବେକର କଳାପଣ ଦୂର ହୋଇଥାଏ । ରାତିରେ ଶୋଇବା ପୂର୍ବରୁ ଏହି ମିଶ୍ରଣକୁ ବେକରେ ମାଲିସ କରି ଲଗାନ୍ତୁ ଏବଂ ସକାଳୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । କିଛି ଦିନ ପର୍ଯ୍ୟନ୍ତ ଏପରି କରିବା ଦ୍ୱାରା ବେକର କଳାପଣ ଦୂର ହୋଇଥାଏ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More