Only for Entertainment

ଗଳାରେ ସଂକ୍ରମଣ ହେଲେ କରନ୍ତୁ ଏହି ଘରୋଇ ଉପଚାର

punjabkesari
0 48

ମୌସୁମୀ ପରିବର୍ତ୍ତନରେ ସ୍ୱାସ୍ଥ୍ୟରେ ବିଭିନ୍ନ ସମସ୍ୟା ଦେଖାଯାଏ । ଥଣ୍ଡା ଓ ଜ୍ୱର ଆଦି ହେବା ସାଧାରଣ କଥା । ଏହା ସହିତ ଗଳାରେ ମଧ୍ୟ କେତେକ ସମସ୍ୟା ଦେଖାଯାଏ । ଆଉ କେବେକେବେ ଏହାର କାରଣ ଧୂମ୍ରପାନ ଓ ଆଲର୍ଜି ମଧ୍ୟ ହୋଇପାରେ । ଆମ ଗଳା ଦୁଇ ପାଶ୍ୱର୍ରେ ଟନସିଲ ରହିଥାଏ,ଯାହା କୀଟାଣୁ, ବ୍ୟାକ୍ଟେରିଆ ଓ ଭାଇରସରୁ ବଂଚାଇଥାଏ । କିନ୍ତୁ ଯେତେବେଳେ ଏହି ଟନ୍ସିଲ ନିଜେ ସଂକ୍ରମିତ ହୋଇଥାଏ ସେହି ସମୟରେ ଏହି ସବୁ ଅସୁବିଧା ଆସିଥାଏ । ତେବେ ଆଂଟି ବାୟୋଟିକ କିମ୍ବା ଠିକ ଭାବରେ ଦେଖାରେଖ କଲେ ଏହା ଠିକ ହୋଇଯାଏ । କିନ୍ତୁ ଏହି ସମସ୍ୟା ବଢିଲେ ଗମ୍ଭୀର ରୂପ ନେଇଥାଏ । ଔଷଧ ସହିତ ଯଦି କିଛି ଘରୋଇ ଉପଚାର କରାଯିବ ତେବେ ଏଥିରୁ ମୁକ୍ତି ମିଳିବ । ଏହା ସହିତ ଖାଦ୍ୟପେୟ ଠିକ ରଖିଲେ ମଧ୍ୟ ସମସ୍ୟା ହୋଇନଥାଏ । ତେବେ ଚାଲନ୍ତୁ ଘରୋଇ ଉପଚାର ବିଷୟରେ ଜାଣିବା ।

ଗରମ ଜଳରେ ଲୁଣ ପକାଇ ଗାଗଲିଙ୍ଗ କରନ୍ତୁ । ଏହା ଏକ ଜଣାଶୁଣା ଘରୋଇ ଉପଚାର ।
ଏଥିରୁ ମୁକ୍ତି ପାଇବା ପାଇଁ ଭିଟାମିନ ସି ଯୁକ୍ତ ଖାଦ୍ୟ ଖାଆନ୍ତୁ । ଭିଟାମିନ ସି ଖଟା ଫଳରେ ରହିଥାଏ । ତେବେ କମଳାକୁ ଦ୍ୱିପ୍ରହର ସମୟରେ ଖାଆନ୍ତୁ ।

ତେନ୍ତୁଳିରେ ମଧ୍ୟ ଭିଟାମିନ ସି ରହିଥାଏ । ତେନ୍ତୁଳି ପାଣିକୁ ମଧ୍ୟ କୁଳୁ କରିପାରିବେ ।କିନ୍ତୁ ଏହାକୁ ପିଇବେ ନାହିଁ ।

ରାତିରେ ଶୋଇବା ପୂର୍ବରୁ ହଳଦୀ ଦୁଗ୍ଧ ପିଅନ୍ତୁ । ଏହା କରିବା ଦ୍ୱାରା ଦରଜ ଆଦି ସମସ୍ୟା ଦୂର ହୋଇଥାଏ ।

ରସୁଣର ଏକ କୋଲାକୁ ପାଟିରେ ରଖି ତାହାର ରସକୁ ଖାଆନ୍ତୁ । ଏହାର ରସ ଗଳାକୁ ଯିବା ଦ୍ୱାରା ଆରାମ ମିଳିଥାଏ ।

ଗରମ ଜଳ କରି ତାହାର ବାଷ୍ପ ନିଅନ୍ତୁ । ଏଥିରେ ଖୁବ ଆରାମ ମିଳିଥାଏ ।

ମସାଲା ଚା ମଧ୍ୟ ଅନ୍ୟ ଏକ ଘରୋଇ ଉପଚାର । ଏହା ଥଣ୍ଡାର ଜନିତ ସମସ୍ୟାରୁ ବିଶେଷ ମୁକ୍ତି ଦେଇଥାଏ । ଏହା ସହିତ ବାସୀ ଖାଦ୍ୟ,ଦହି ଓ ଥଣ୍ଡା ଆଦି ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More