Only for Entertainment

ବର୍ଷା ଦିନେ ଅଧିକ କେଶ ଉପୁଡୁଛି କି? ତେବେ ଆପଣାନ୍ତୁ ଏହି ଘରୋଇ ଉପାୟ ।

Femina
0 60

ବର୍ଷା ଆସିବା ମାତ୍ରେ ସେମିତି ବି ଅନେକ ସମସ୍ୟା ଦେଖା ଦେଇଥାଏ , ସେଥିମଧ୍ୟରୁ ଏକ ବଡ ସମସ୍ୟା ହେଉଛି କେଶ ଝଡିବା । ବର୍ଷା ଦିନରେ ଆର୍ଦ୍ରତା କାରଣରୁ କେଶ ଝଡିବା ଭଳି ସମସ୍ୟା ଦେଖା ଦେଇଥାଏ । ବର୍ଷା ପାଣିରୁ ଇନଫେକ୍ସନ ଏବଂ ଆର୍ଦ୍ରତା କାରଣରୁ କେଶ ମୂଳ ଦୁର୍ବଳ ହୋଇ ପଡିଥାଏ , ଏହି କାରଣରୁ କେଶ ଝଡେ ।

କେବଳ ମୂଳ କମଜୋର ହୋଇ ନଥାଏ ବରଂ ରୁପି ହୋଇଥାଏ । ଏହି କାରଣରୁ ବର୍ଷାରୁ ବଂଚିବା ପାଇଁ ଅନେକ ପ୍ରୟାସ କରନ୍ତି କିମ୍ବା ଭଲଭାବେ କଭର ହୋଇ ବାହାରକୁ ବାହାରନ୍ତି । ଏଠାରେ ଆମେ ଆପଣଙ୍କୁ କିଛି ଘରୋଇ ଟିପ୍ସ ବତାଇବୁ ଯାହା ଆପଣଙ୍କ କେଶ ଝଡିବା ସମସ୍ୟାରୁ ଦୂର କରିବ ।

ପିଆଜ:
ଏହି ଋତୁରେ ପିଆଜ ରସକୁ ନଡିଆ ତେଲରେ ମିଶାି କେଶ ମୂଳରେ ଲଗାନ୍ତୁ ଏବଂ ଏହାକୁ ଅଧଘଂଟା ପର୍ଯ୍ୟନ୍ତ ରଖିଦିଅନ୍ତୁ । ଦେଖିବେ ଏଭଳି କଲେ ଆପଣଙ୍କ କେଶ ଝଡିବା ବନ୍ଦ ହୋଇଯିବ ।

ହରଡ ଡାଲି:
ହରଡ ଡାଲିକୁ ଫୁଟାଇ ଏହାକୁ ପେଷ୍ଟ କରି ଦିଅନ୍ତୁ ଏବଂ ଏହାକୁ ରାତିରେ ଶୋଇବା ସମୟରେ କେଶରେ ଲଗାନ୍ତୁ । ସକାଳେ କେଶକୁ ଧୋଇ ନିଅନ୍ତୁ । ଏହାଦ୍ୱାରା ଆପଣଙ୍କ କେଶ ଉପୁଡିବା ବନ୍ଦ ହେବ ।

ଜାଇଫଳ:
ଜାଇଫଳ ଏକ ଏଭଳି ମସଲା ଅଟେ ଯାହାର ବ୍ୟବହାର ଖାଦ୍ୟର ସ୍ୱାଦ ବଢାଇବା ଲାଗି ବ୍ୟବହାର କରାଯାଏ । କେଶ ମଜଭୂତ ରଖିବା ପାଇଁ ରତିରେ ଶୋଇବା ପୂର୍ବରୁ କ୍ଷୀରରେ ଗୋଟେ ଚୁଟ୍କି ଜାଇଫଳ ପାଉଡର ମିଶାଇ ପିଅନ୍ତୁ ।

ହଳଦୀ:
ହଳଦୀ ବ୍ୟବହାର କରି ମଧ୍ୟ କେଶ ଝଡିବାକୁ ରୋକାଯାଇପାରିବ । କ୍ଷୀରରେ ହଳଦୀ ମିଶାଇ ପିଇଲେ ଶରୀର ସୁସ୍ଥ ରହିବା ସହ କେଶ ମଜଭୂତ ରହେ ।

ନଡିଆ ତେଲ:
ଯେତେବେଳେ ଆପଣଙ୍କ କେଶ ବର୍ଷାରେ ଓଦା ହୋଇଯାଏ ତେବେ ତୁରନ୍ତ ନଡିଆ ତେଲ ହାଲକା ଗରମ କରି କେଶରେ ଲଗାନ୍ତୁ । ନଡିଆ ତେଲ ଲଗାଇ ସବୁବେଳେ ଗାଧୋଇବା ଲାଗି ଯିବା ଉଚିତ ଏବଂ ସେଦିନ ଶାମ୍ପୁ କରନ୍ତୁ ନାହିଁ । ଏଭଳି କରିବା ଦ୍ୱାରା ଆପଣଙ୍କ କେଶ ଝଡିବ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More