Only for Entertainment

ଖରାଦିନେ ତ୍ୱଚାର ଯତ୍ନ ନେବାକୁ ଚାହୁଁଥିଲେ ବ୍ୟବହାର କରନ୍ତୁ ଘରତିଆରି ଫେସ ପ୍ୟାକ୍ !

52

ଦିନକୁ ଦିନ ବଢିବାରେ ଲାଗିଛି ଖରା । ତାତି ବଢିବାରୁ ଶରୀରେ ଘିମିରି ଆସିବା ଆରମ୍ଭ ହୋଇଗଲାଣି । ଝାଳ ଧିରେ ଧିରେ ତ୍ୱଚାର ଗ୍ଲୋକୁ କମାଇ ଦେଇଥାଏ । ସାଧାରଣ ଭାବେ ଆପଣ ତ୍ୱଚାକୁ ତେଲିଆପଣରୁ ରକ୍ଷା କରିବାକୁ ପାର୍ଲର ମୁହାଁ ହୋଇଥାନ୍ତି କିନ୍ତୁ କିଛି ସୁଫଳ ମିଳିନଥାଏ ବିଭିନ୍ନ ଫେସ ପ୍ୟାକ୍ ମଧ୍ୟ ବ୍ୟବହାର କରନ୍ତି ତାହାମଧ୍ୟ କିଛିଫଳ ଦେଇନଥାଏ  । ଅଧିକ ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ଆପଣଙ୍କୁ ସନ୍ତୁଷ୍ଟି ମିଳିପାରେ ନାହିଁ,  ତେଣୁ ଆମେମାନେ ଆପଣଙ୍କ ପାଇଁ ଆଣିଛୁ କିଛି ଘରୁଆ ଉପାୟ ଯାହାଦ୍ୱାରା ଆପଣମାନେ ତାତିରୁ ତ୍ୱଚାକୁ ଦେଇପାରିବେ ଆରାମ । ଆସନ୍ତୁ ଜାଣିବା ଏମିତି କିଛି ଫେସପ୍ୟାକ୍ ଯାହାକୁ ତିଆରି କରିବାକୁ ଖୁବ କମ ଟଙ୍କା ଖର୍ଚ୍ଚ ହୋଇଥାଏ  ।

ପ୍ରଥମେ ମୁହଁରେ ଲେମ୍ବୁ ରସ ଲଗାଇ କିଛି ସମୟ ପାଇଁ ଛାଡି ଦିଅନ୍ତୁ ପରେ ଏକ ପାତ୍ରରେ ହଳଦୀ,ଲିମ୍ବପତ୍ର ଏବଂ ଆବଶ୍ୟକ ଅନୁସାରେ କ୍ଷୀର ଦେଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ  । ଏହି ପେଷ୍ଟକୁ ମୁହଁରେ ପୂର୍ବରୁ ଲଗାଯାଇଥିବା ଲେମ୍ବୁରସ ଉପରେ ଲଗାଇ ୧୫ରୁ ୨୦ମିନିଟ ପାଇଁ ଛାଡ଼ି ଦିଅନ୍ତୁ ପରେ ଏହାକୁ ଥଣ୍ଡାପାଣିରେ ଧୋଇ ନିଅନ୍ତୁ  ।
ଆଳୁରସକୁ ମଧ୍ୟ ମୁହଁରେ ଲଗାଇପାରିବେ ଏହାକୁ ଦିନ ଛଡ଼ା ଛଡ଼ା ଦିନେ ମୁହଁରେ ଲଗାଇ ହଲକା ମସାର୍ଚ କରନ୍ତୁ ଏହାଦ୍ୱାରା ଆପଣଙ୍କ ମୁହଁରୁ କଳା ଦାଗ କମିଯିବ  ।
ଖରାଦିନେ ପଇଡ଼ ପାଣି ବ୍ୟବହାର କରିପାରିବେ  । ପ୍ରତିଦିନ ପଇଡ଼ ପାଣି ଲଗାଇବାଦ୍ୱରା ମୁହଁର ଗ୍ଲୋ ବଢ଼ିବ । ନଡ଼ିଆ ପେଷ୍ଟ ପ୍ରସ୍ତୁତ କରି ଏହାକୁ ମୁହଁରେ ଲଗାଇବାଦ୍ୱାରା ମୁହଁ ସଫା ଦେଖାଯାଏ  ।
୨ ଚାମଚ ଟମାଟୋ ରସ, ୧/୨ ଚାମଚ ମହୁର ଏକ ମିଶ୍ରଣ ପ୍ରସ୍ତୁତ କରି ମୁହଁରେ ୧୫ ମିନିଟ ରଖି ଧୋଇ ନିଅନ୍ତୁ  ।
୩ ଚାମଚ ବେଶନ,୧ଚାମଚ ମହୁ ଏବଂ ୧ଚାମଚ କ୍ଷୀରରେ ମିଶ୍ରଣକୁ ତ୍ୱଚାରେ ଲଗାଇବାଦ୍ୱାରା ଏହା ତ୍ୱଚାକୁ ଅଧିକ ଆକର୍ଷଣୀୟ କରିଥାଏ  ।
କଦଳୀରେ ମୁହଁକୁ ୧୫ମିନିଟ ମସାର୍ଚ କରିବାପରେ ଏହାକୁ ଥଣ୍ଡାପାଣିରେ ଧୋଇ ନିଅନ୍ତୁ  । ଏହାଦ୍ୱାରା ମୁହଁ ଖୁବ ଆକର୍ଷଣୀୟ ଲାଗିବ  ।
ଏହାସହ ଆପଣ ଲେମ୍ବୁରସ ସହ ଟମାଟୋ ରସ ମିଶାଇ ମଧ୍ୟ ମୁହଁରେ ଲଗାଇପାରିବେ ଏହା ମୁହଁ ସଫା ହେବା ସହ ରଙ୍ଗ ଗୋରା କରିଥାଏ  ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More