Only for Entertainment

ଝଡ଼ୁଥିବା କେଶ ପାଇଁ ସହାୟକ ହୋଇଥାଏ ଏହି ହେୟାର ମାସ୍କ ।

punjab kesari
52

କେଶ ଝଡ଼ିବା ଏକ ସାଧାରଣ ସମସ୍ୟା ହୋଇଗଲାଣି । ତେଣୁ ଏଥିରୁ ମୁକ୍ତି ପାଇବା ପାଇଁ ଆପଣ ବିଭିନ୍ନ ପ୍ରକାରର ପ୍ରୟାସ କରୁଥିବେ । କେତେକ ଘରୋଇ ଉପାୟ ମଧ୍ୟ କରୁଥିବେ । କିନ୍ତୁ ସଠିକ ଉପାୟ ଠାରୁ ଆପଣ ହୁଏତ ସାମାନ୍ୟ ଦୂରରେ । ଆଜି ଆମେ ଆପଣଙ୍କୁ ଘରୋଇ ହେୟାର ମାସ୍କ ବିଷୟରେ ଜଣାଇବୁ । ଆସନ୍ତୁ ଆଲୋଚନା କରିବା ।

ଦହି ଏବଂ ଲେମ୍ବୁ:
୩ରୁ ୪ ଚାମଚ ଦହିରେ ଗୋଟିଏରୁ ଦୁଇଟି ଲେମ୍ବୁ ରସ ପକାଇ ମିଶାଇ ଦିଅନ୍ତୁ ଏବଂ କେଶ ମୂଳରେ ଲଗାନ୍ତୁ । ଏହାକୁ ୨ରୁ୩ଘଂଟା ରଖନ୍ତୁ । ଏହି ମାସ୍କକୁ ଆପଣ ସପ୍ତାହରେ ଦୁଇ ଥର ବ୍ୟବହାର କରନ୍ତୁ । ପରେ ସାମାନ୍ୟ ଗରମ ପାଣିରେ ଧୋଇ ଦିଅନ୍ତୁ ଏବଂ କିଛି ସମୟ ପରେ ସାମ୍ପୁ କରନ୍ତୁ ।

ମହୁ:
ପ୍ରଥମେ କେଶ ମୂଳରେ ମହୁକୁ ଭଲ ଭାବରେ ଲଗାଇ ପଲିଥିନରେ ମୁଣ୍ଡକୁ ଢାଙ୍କି ଦିଅନ୍ତୁ । ଏହାପରେ ସାମ୍ପୁ କରନ୍ତୁ ।
ଅଣ୍ଡା:
ଅଣ୍ଡାର ଧଳା ଅଂଶରେ ସାମାନ୍ୟ ଅଲିଭ ତେଲ ମିଶାନ୍ତୁ । ଏହାକୁ କେଶ ମୂଳରେ ଲଗାଇ ଦୁଇ ଘଂଟା ଛାଡ଼ି ଦିଅନ୍ତୁ ଏବଂ ଏହାପରେ ସାମ୍ପୁ କରନ୍ତୁ ।

କଦଳୀ ଏବଂ ମହୁ:
ପାଚିଲା କଦଳୀକୁ ବାଟି ସେଥିରେ ଲେମ୍ବୁ ରସ,ମହୁ ଏବଂ ସାମାନ୍ୟ ଅଲିଭ ତେଲ ମିଶାନ୍ତୁ । ଏହାକୁ କେଶ ମୂଳରେ ଲଗାନ୍ତୁ । କିଛି ମିନିଟ ପରେ କେଶକୁ ଧୋଇଦିଅନ୍ତୁ ।

ପ୍ରୋଟିନ:
୨ ଚାମଚ ମାୟୋନିଜରେ ଅଧ କପ ଏଭୋକାଡ଼ୋ ମିଶାଇ ବାଟନ୍ତୁ । ଏବେ ଏହାକୁ କେଶ ମୂଳରେ ଭଲ ଭାବରେ ଲଗାନ୍ତୁ । ଟାୱେଲ ବା ସାୱର କ୍ୟାପରେ ମୁଣ୍ଡକୁ ଘୋଡ଼ାଇ ୫ ମିନିଟ ରଖନ୍ତୁ ଏବଂ ସାମାନ୍ୟ ଗରମ ପାଣିରେ ଧୋଇ ଦିଅନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More