Only for Entertainment

ଘରେ ପ୍ରସ୍ତୁତ କରନ୍ତୁ ବିନା କେମିକଲର ହେୟାର ଷ୍ଟ୍ରେଟନିଙ୍ଗ କ୍ରିମ,ପାର୍ଲର ଯିବା ଭୁଲିଯିବେ ।

youtube
0 51

ଆବଶ୍ୟକୀୟ ସାମଗ୍ରୀ- ନଡ଼ିଆ,ଦୁଗ୍ଧ,ଲେମ୍ବୁ ଓ କର୍ଣ୍ଣଫ୍ଲୋର ।

ଏକ କପ ଗ୍ରେଟେଡ ନଡ଼ିଆରେ ଅଧ କପ ଦୁଗ୍ଧ ମିଶାନ୍ତୁ । ଏହାକୁ ଗ୍ରାଇଣ୍ଡର ସାହାଯ୍ୟରେ ଭଲ ଭାବରେ ବ୍ଲେଣ୍ଡ କରନ୍ତୁ । ଏବେ ଏହାକୁ ଛାଣି ଦିଅନ୍ତୁ । ଅନ୍ୟ ଏକ ବୋଲରେ ୪ ଚାମଚ ଲେମ୍ବୁ ରସ ନିଅନ୍ତୁ । ଏବେ ଏଥିରେ ୩ ଚାମଚ କର୍ଣ୍ଣଫ୍ଲୋର ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏକ ପାତ୍ରରେ ନଡ଼ିଆ ଦୁଗ୍ଧକୁ ମଧ୍ୟମ ଆଂଚରେ ସିଝାନ୍ତୁ । ଏହା ସହିତ ୪ ଚାମଚ ଆଲମଣ୍ଡ ତେଲ ମିଶାନ୍ତୁ । ଏହା ଫୁଟିବା ଆରମ୍ଭ କଲେ ଏଥିରେ ପୂର୍ବରୁ ପ୍ରସ୍ତୁତ କରିଥିବା ଲେମ୍ବୁ ଏବଂ କର୍ଣ୍ଣଫ୍ଲୋର ମିଶ୍ରଣକୁ ମିଶାନ୍ତୁ । ସମସ୍ତ ପଦାର୍ଥକୁ ଭଲ ଭାବରେ ମିଶାଇ କମ ଆଂଚରେ ଫୁଟାନ୍ତୁ । ଏହା ଫୁଟି ଫୁଟି ବହଳିଆ ହୋଇଯିବା ପରେ ଏହାକୁ ଥଣ୍ଡା କରି ଏକ କଂଟେନରରେ ଷ୍ଟୋରକ୍ରି ରଖନ୍ତୁ ।

କେଶକୁ ଅଳ୍ପ ଅଳ୍ପ ଭାଗ କରି ଏହି କ୍ରିମକୁ ଲଗାନ୍ତୁ । କେଶର ମୂଳରୁ ଆରମ୍ଭ କରି ଶେଷ ପର୍ଯ୍ୟନ୍ତ ଲଗାନ୍ତୁ । ଏହାପରେ ଥରେ କେଶକୁ ପାନିଆ ସାହାଯ୍ୟରେ କୁଣ୍ଡାନ୍ତୁ । ୩୦ ମିନିଟ ପର୍ଯ୍ୟନ୍ତ ଏହିଭଳି ଛାଡ଼ି ଦିଅନ୍ତୁ । ଏହାପରେ ସାମ୍ପୁ ଏବଂ କଣ୍ଡିସନରରେ ସଫା କରନ୍ତୁ । ଏହି ପ୍ୟାକ କର୍ଲି କେଶ ପାଇଁ ଖୁବ ଇଫେକ୍ଟିଭ । ଏହା ଖୁବ ଶୀଘ୍ର କେଶକୁ ଷ୍ଟ୍ରେଟ କରିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More