Only for Entertainment

ହୋମମେଡ଼ ରୁମ ଫ୍ରେଶନରରେ ଘରକୁ ମହକାନ୍ତୁ ।

dailyhunt
0 66

ଫୁଲର ପତ୍ର ।
ଫୁଲର ପତ୍ରରେ ରୁମ ଫ୍ରେଶନର ପ୍ରସ୍ତୁତ କରିବା ଖୁବ ସହଜ । ଏଥିପାଇଁ ଆପଣ ନିଜ ମନ ପସନ୍ଦର ଫୁଲ ନିଅନ୍ତୁ ଏବଂ ଅଧଘଂଟା ପର୍ଯ୍ୟନ୍ତ ଫୁଟାନ୍ତୁ । ଏହାପରେ ତାକୁ ଥଣ୍ଡା କରି ଛାଣି ଦିଅନ୍ତୁ ଏବଂ କୌଣସି ବଟଲରେ ଢାଳି ରଖନ୍ତୁ ।

ଲବଙ୍ଗ ଏବଂ ଡାଳଚିନି-
ଲବଙ୍ଗ ଏବଂ ଡାଳଚିନିକୁ ଜଳରେ ଅଧଘଂଟା ପର୍ଯ୍ୟନ୍ତ ଫୁଟାନ୍ତୁ । ଏହାପରେ ଛାଣି ଏକ ବୋତଲରେ ରଖନ୍ତୁ ।

ଏସେନ୍ସିଆଲ ଅଏଲ
ଏହି ତେଲକୁ ଅଧ କପ ଜଳରେ ମିଶାନ୍ତୁ ଏବଂ ସ୍ପ୍ରେ ବୋତଲରେ ରଖନ୍ତୁ ।

ବେକିଂ ସୋଡ଼ା ଓ ଲେମ୍ବୁ ରସ-
ପ୍ରଥମେ ଏକ କାଚର ବୋତଲ ନିଅନ୍ତୁ । ଏବେ ସେଥିରେ ବେକିଂ ସୋଡ଼ା ପକାନ୍ତୁ ଏବଂ ଲେମ୍ବୁକୁ ଛୋଟ ଛୋଟ କରି କାଟି ପକାନ୍ତୁ । ଏହାକୁ ଘରର କୌଣସି କୋଣରେ ରଖନ୍ତୁ । ଏହା ଦ୍ୱାରା ଘର ମହକିବ ।

କଫି ପାଉଡର-
ଏକ କପଡ଼ାରେ କଫି ପାଉଡରକୁ ବାନ୍ଧି ଘରର ଦ୍ୱାର କିମ୍ବା ଝରକାରେ ଲଗାଇ ଦିଅନ୍ତୁ । ଏହା ଦ୍ୱାରା ବାସ୍ନା ଛୁଟିବ ।

ଖଟା ଫଳର ଚୋପା-
ଖଟା ଫଳର ଚୋପାକୁ ଘରମ ଜଳରେ ଅଧଘଂଟା ଫୁଟାନ୍ତୁ । ଏହା ଦ୍ୱାରା ସାରା ଘର ମହକିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More