Only for Entertainment

ଆମିଷ ଖାଇବାକୁ ପସନ୍ଦ କରୁଥିବା ବ୍ୟକ୍ତିଙ୍କ ପାଇଁ “ହନି ଗାର୍ଲିକ ଚିକେନ” ।

dinnerthendessert
0 48

ଅନେକ ଲୋକଙ୍କୁ ଆମିଷ ଭାରି ପସନ୍ଦ । ଯଦି ଆପଣ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ ତେବେ ଘରେ ପ୍ରସ୍ତୁତ କରନ୍ତୁ ଟେଷ୍ଟି ଟେଷ୍ଟି ହନି ଗାର୍ଲିକ ଚିକେନ । ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତ ପ୍ରଣାଳୀ ।

ଆବଶ୍ୟକୀୟ ସାମଗ୍ରୀ:

ତେଲ – ୩ଟେବୁଲ ଚାମଚ
ଚିକେନ ବ୍ରେଷ୍ଟ – ୧କିଲୋ
ଗୋଲମରିଚ – ୧/୨ଚାମଚ
ରସୁଣ – ୧ଚାମଚ
ମହୁ – ୫୦ଗ୍ରାମ
ସୋୟା ସସ – ୨ଚାମଚ
ଲୁଣ – ୧/୨ଚାମଚ
ରାଶି , ପିଆଜ ଗାର୍ନିଶ ପାଇଁ

ପ୍ରସ୍ତୁତି ପ୍ରଣାଳୀ

୧.ଏକ ପ୍ୟାନରେ ୩ଚାମଚ ତେଲ ଗରମ କରନ୍ତୁ । ସେଥିରେ ବର୍ତ୍ତମାନ ଚିକେନ ପକାଇ ଦିଅନ୍ତୁ ।
୨.ଏଥିରେ ଏବେ ୧/୨ଚାମଚ ଗୋଲମରିଚ ପକାନ୍ତୁ । ଚିକେନକୁ ଟିକେ ଭଲଭାବେ ଭାଜି ଦିଅନ୍ତୁ ।
୩. ଏହାପରେ ଏଥିରେ ୧ଚାମଚ ଅଦା, ୨ଚାମଚ ସୋୟା ସସ ପକାନ୍ତୁ ।
୪. ଏସବୁକୁ ମିଶାଇଲା ପରେ ମିଶ୍ରଣକୁ ୫-୭ମିନିଟ ପର୍ଯ୍ୟନ୍ତ ଘୋଡାଇ ଛାଡି ଦିଅନ୍ତୁ ।
୫. ଚିକେନ ହୋଇ ଆସିଲା ପରେ ସେଥିରେ ୫୦ଗ୍ରାମ ମହୁ ପକାନ୍ତୁ ।
୬. ଏବେ ଏହା ପ୍ରସ୍ତୁି ହୋଇଯାଇଛି । ଏହାକୁ ଗାର୍ନିଶ କରିବା ଲାଗି ସେଥିରେ ରାଶି ଏବଂ ପିଆଜ ପକାନ୍ତୁ ।
ବର୍ତ୍ତମାନ ଆପଣଙ୍କ ହନି ଗାର୍ଲିକ ଚିକେନ ପ୍ରସ୍ତୁତ ହୋଇସାରିଛନ୍ତି । ପରଷନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More