Only for Entertainment

୨୦ବର୍ଷ ପର୍ଯ୍ୟନ୍ତ ଗୋଟିଏ ଝିଅକୁ ଡେଟ କରୁଥିଲେ ଏହି ସିଂଗର !

youtube
0 71

ପପୁଲାର ସିଙ୍ଗର ହନି ସିଂଙ୍କ ଗୀତର ସମସ୍ତେ ଦିୱାନା ଅଟନ୍ତି । କିନ୍ତୁ ଦୀର୍ଘ ସମୟ ଧରି ସେ ଏହି ଜଗତରେ ଦୂରରେ ଥିଲେ କିନ୍ତୁ ଏବେ ପୁଣି ସେ ଏକ ଧମାକାଦାର ଏଂଟ୍ରିରେ ପୁରୁଣା ଦୁନିଆକୁ ଏଂଟ୍ରି କରିଛନ୍ତି । ତାଙ୍କ ଜୀବନରେ ଅନେକ ବାଧାବିଘ୍ନ ଆସିବା ସତ୍ତେ୍ୱ ସେ ହାରି ଯାଇ ନାହାନ୍ତି । ପ୍ରେମ ସମ୍ପର୍କର କାହାଣୀ ମଧ୍ୟ ତାଙ୍କର କିଛି ନିଆରା ରହିଛି ଯାହ ଖୁବ କମ ଲୋକଙ୍କୁ ଜଣା । ରିଲ ଲାଇଫରେ ସବୁବେଳେ ଗାଳି ଗୁଲଜ ଏବଂ କଂଟ୍ରୋଭର୍ସଅଲ ଗୀତ ଗାଉଥିବା ହନି ସିଂଙ୍କର ରିଅଲ ଲାଇଫ ସମ୍ପୂର୍ଣ୍ଣ ଭିନ୍ନ ଅଟେ ।

ବହୁତ କମ ଲୋକ ଜାଣିଥିବେ ଯେ ତାଙ୍କ ପତ୍ନୀ ଶାଳିନୀ ତଲୱାର ତାଙ୍କର ସ୍କୁଲ ଲାଇଫର ପ୍ରେମିକା ଅଟନ୍ତି । ତାଙ୍କୁ ସେ ୨୦ବର୍ଷ ଡେଟ କରିଛନ୍ତି ଏବଂ ଏହାପରେ ସେ ତାଙ୍କୁ ହିଁ ବିବାହ କରିଛନ୍ତି । ହିର୍ଦେଶ ଅର୍ଥାତ ହନି ସିଂ ବର୍ତ୍ତମାନ ପିଢିର ସବୁଠାରୁ ଲୋକପ୍ରିୟ ର୍ୟାପର ସିଙ୍ଗର ଭାବେ ଗଣ୍ୟ ଅଟେ । ପଞ୍ଜାବର ହୋଶିଆରପୁରରେ ବାସ କରୁଥିବା ହନି ସିଂଙ୍କର ପରିବାର ଅନେକ ବର୍ଷ ଧରି ଦିଲ୍ଲୀରେ ରହି ଆସୁଥିଲେ । ସେଠାରେ ତାଙ୍କୁ ଗୁରୁ ନାନକ ସ୍କୁଲରେ ତାଙ୍କ ନା ଲେଖାଇ ଦେଇଥିଲେ । ସେଠାରେ ହିଁ ତାଙ୍କର ଶାଳିନୀଙ୍କ ସହ ଦେଖା ହୋଇଥିଲା । ସ୍କୁଲରେ ପାଠପଢା ଶେଷ କରିବା ପରେ ସେ ସଂଗୀତରେ ଡିଗ୍ରୀ ହାସଲ କରିବା ଲାଗି ଲଣ୍ଡନ ପଳାଇଥିଲେ ।

କିନ୍ତୁ ତାଙ୍କର ଦୂରତା ପାଇଁ ତାଙ୍କ ପ୍ରେମରେ କୌଣସି ପରିବର୍ତ୍ତନ ହୋଇ ନଥିଲା । ଲଣ୍ଡନରୁ ଫେରିବା ପରେ ୨୩ଜାନୁଆରୀ ୨୦୧୧ରେ ସେ ବିବାହ କରିଥିଲେ । ସେ ତାଙ୍କ ବିବାହ ବିଷୟକୁ ଅନେକ ଦିନ ପର୍ଯ୍ୟନ୍ତ ଳୁଚାଇ ରଖିଥିଲେ ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More