କୋଲେଷ୍ଟ୍ରଲ କମ କରିବା ପାଇଁ କରନ୍ତୁ ଏହି କାମ ।
କୋଲେଷ୍ଟ୍ରଲ କମ କରିବା ପାଇଁ ଆପଣ ବହୁତ କିଛି କରନ୍ତି । କେବେ ଜିରା ପାଣି ପିଅନ୍ତି ତ କେବେ ଗରମ ପାଣିରେ ଲେମ୍ବୁ ରସ ପକାଇ ପିଅନ୍ତି । ତେବେ ଏହି ପ୍ରକ୍ରିୟାକୁ ଛାଡ଼ିଦେଲେ ଏଭଳି କିଛି ଉପାୟ ରହିଛି ଯାହା ଖୁବଶୀଘ୍ର କାମ କରେ । ଆଜ୍ଞା ହଁ ତାହା ହେଉଛି ମହୁ । ତେବେ ଏହାକୁ କିଭଳି ବ୍ୟବହାର କଲେ ଆପଣ ଏହା ଦ୍ୱାରା ଲାଭ ପାଇପାରିବେ ଆସନ୍ତୁ ଆଲୋଚନା କରିବା ।
ଉଷୁମ ପାଣିରେ ଦୁଇଠୋପା ମହୁ ପକାଇ ପିଇଲେ ମେଦବହୁଳତାରୁ ମିଳେ ମୁକ୍ତି। ଏନେଇ ଆୟୁର୍ବେଦରେ ଉଲ୍ଲେଖ ରହିଛି। ମହୁରେ ପ୍ରୋଟିନ୍, ତନ୍ତୁଜ, ଶର୍କରା, ଲୌହ, ସୋଡିୟମ୍, ପୋଟାସିୟମ୍, ଫସଫରସ୍, ଜିଙ୍କ୍, କ୍ୟାଲସିୟମ୍ ଆଦି ତତ୍ତ୍ୱ ରହିଥାଏ। ଏଥିରେ ମଧ୍ୟ ଫୋଲେଟ୍, ନିଆସିନ୍, ରିବୋଫ୍ଲାବିନ୍, ଭିଟାମିନ୍ ସି, ଭିଟାମିନ୍ ବି-୬ ଆଦି ପ୍ରଚୁର ପରିମାଣରେ ରହିଥାଏ। ମହୁପାଣି ନିୟମିତ ପିଇଲେ ରକ୍ତରେ କୋଲେଷ୍ଟରଲସ୍ତର ହ୍ରାସ ପାଇଥାଏ। ଫଳରେ ହୃଦ୍ଘାତ ଏବଂ ମଧୁମେହ ରୋଗରୁ ମିଳିଥାଏ ମୁକ୍ତି। ଏହା କୋଷ୍ଠକାଠିନ୍ୟ ଦୂର କରିବା ସହିତ ଥଣ୍ଡା, କଫ, ମୁଖବ୍ରଣ ସମସ୍ୟା ଆଦି ଦୂରେଇ ଥାଏ ବୋଲି ଏହି ଗବେଷଣା ରିପୋର୍ଟରେ ସୂଚିତ କରାଯାଇଛି।