Only for Entertainment

ତ୍ରିରଙ୍ଗାରେ ଶୋଇ ରାଜକୀୟ ସମ୍ମାନରେ ଶେଷ ଯାତ୍ରାରେ ବାହାରିବେ ପଦ୍ମଶ୍ରୀ ଶ୍ରୀଦେବୀ ।

youtube
0 47

ଶ୍ରୀଦେବୀଙ୍କ ଅନ୍ତିମ ସଂସ୍କାର ରାଜକୀୟ ସମ୍ମାନ ସହିତ କରାଯିବ । ମୁମ୍ବାଇ ପୋଲିସର ଏକ ବ୍ୟାଣ୍ଡ ସେଲିବ୍ରେସନ ସ୍ପୋର୍ଟସ କ୍ଲବରେ ପହଂଚି ସାରିଛି । ରାଜକୀୟ ସମ୍ମାନର ସହିତ ତ୍ରୀରଙ୍ଗାରେ ଶୟନ କରିବ ଶ୍ରୀଦେବୀଙ୍କ ମୃତ ଶରୀର । ପୂର୍ବ ବର୍ଷ ଶଶି କପୁରଙ୍କୁ ମଧ୍ୟ ଏହିଭଳି ବିଦାୟ ଦିଆ ଯାଇଥିଲା ।

ଆଜି ଦିନ ୩ଟା ୩୦ ରେ ବିଲେ ପାର୍ଲେର ପବନହଂସ ଶ୍ମଶାନ ଗୃହରେ ଅନ୍ତିମ ସଂସ୍କାର କରାଯିବ । ତେବେ ସମସ୍ତ ତାରକା ମାନେ ଆସି ଶ୍ରୀଦେବୀଙ୍କ ପାର୍ଥିବ ଶରୀରକୁ ଦର୍ଶନ କରୁଛନ୍ତି । ଅନ୍ୟ ପକ୍ଷରେ ସାଧାରଣ ଜନତାଙ୍କ ପ୍ରବେଶକୁ ବନ୍ଦ କରିଦିଆଯାଇଛି ।

ଗତକାଲି ଶ୍ରୀଦେବୀଙ୍କ ପାର୍ଥିବ ଶରୀରକୁ ଲୋଖଣ୍ଡବାଲାରେ ଥିବା ଗ୍ରୀନ ଏକର୍ସରେ ରଖା ଯାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More