Only for Entertainment

ଜାଣନ୍ତୁ ଆଜିର ରାଶିଫଳ

0 35

ମେଷ: ଆଜି ଊର୍ଜାରେ ପରିପୂର୍ଣ୍ଣ ରହିବେ। କ୍ୟାରିୟର ମାମଲାରେ ଆପଣଙ୍କ ସହିତ କିଛି ଭଲ ହେବ। ମହିଳା ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ। ଜୀବନସାଥୀଙ୍କ ସହିତ ସମୟ ଭଲରେ କଟିବ। ଶୁଭରଙ୍ଗ:ଧଳା। ଆରାଧନା:ମାଆ ଭଦ୍ରକାଳୀ।

ବୃଷ: ଆଜି ଆପଣଙ୍କ ସହିତ ଭଲ ହିଁ ଭଲ ହେବ। ନୂଆ ଲୋକଙ୍କ ସହିତ ପରିଚୟ ହୋଇପାରେ। ଚାକିରି ବୃତ୍ତିରେ ଶୃଙ୍ଖଳା ଦେଖାଦେବ। ସହକର୍ମୀଙ୍କ ସହିତ ବୁଝାମଣା ଠିକ୍‌ ରହିବ। ଲେଖାପଢ଼ାରେ ସାଥୀଙ୍କ ସାହଯ୍ୟ ମିଳିବ। ଶୁଭରଙ୍ଗ:ସବୁଜ। ଆରାଧନା:ପ୍ରଭୁ ହନୁମାନ।

ମିଥୁନ: ଆପଣଙ୍କ ଲକ୍ଷ୍ୟ ହାସଲ କରିବା ସହଜ ହେବ। ଅଚାନକ କୌଣସି ବନ୍ଧୁ ଆପଣଙ୍କୁ ସାକ୍ଷାତ କରିବାକୁ ଆସିପାରନ୍ତି। ଜମି ଦଲାଲଙ୍କ ପାଇଁ ଦିନଟି ଭଲ। ନୂଆ ବାହନ କିଣିବା ଲାଗି ମନ ବଳିବ। ଶୁଭରଙ୍ଗ:କ୍ରୀମ୍‌। ଆରାଧନା:ମାଆ ସମଲେଶ୍ୱରୀ।

କର୍କଟ: ଯାତ୍ରା ଲାଗି ଦିନଟି ଅନୁକୂଳ। ଅଧୁରା ଥିବା କାମ ଯଥାସମୟରେ କରିନେବେ। ପରିବାରରେ ଅଶାନ୍ତି ହ୍ରାସ ହେବ। ପଡ଼ୋଶିଙ୍କ ସହିତ ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯାଇପାରନ୍ତି। ପ୍ରେମ ସଂପର୍କରେ ମଧୁରତା ବଢ଼ିବ। ଶୁଭରଙ୍ଗ:ଧଳା। ଆରାଧନା: ମାଆ କାଳୀଯାଈ।

ସିଂହ: ମନୋଯୋଗରେ କାମ କରନ୍ତୁ ସଫଳତା ଓ ଲାଭ ପାଇବେ। ଆଜିର ସଉଦା ଆଗାମୀ ଦିନରେ ଲାଭଦାୟକ ସାବ୍ୟସ୍ତ ହେବ। ପାରିବାରିକ କ୍ଳେଶ ଦୂର ହେବ। ପ୍ରେମ ପ୍ରସଙ୍ଗରେ ସଫଳତା ନିଶ୍ଚିତ ମିଳିବ। ଶୁଭରଙ୍ଗ:ଲାଲ। ଆରାଧନା:ମହାଲକ୍ଷ୍ମୀ।

କନ୍ୟା: ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ଆପଣଙ୍କ ଉନ୍ନତି ପଥରେ ଲାଗି ରହିଥିବା ବାଧା ଦୂର ହେବ। ଅଫିସରେ ଆପଣଙ୍କ ପରାମର୍ଶକୁ ସମସ୍ତେ ସମ୍ମାନ କରିବେ। ପ୍ରିୟ ବନ୍ଧୁଙ୍କ ସହିତ ନାଟକ ଦେଖିବାକୁ ଯିବେ। ଶୁଭରଙ୍ଗ:ଧଳା। ଆରାଧନା:ସନ୍ତୋଷୀମାତା।

ତୁଳା: ଧ୍ୟାନ ଯୋଗରେ ମନରେ ସକାରାତ୍ମକ ଶକ୍ତି ସଂଚାର ହେବ। ନିଜ କାମରେ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବେ। ବଜେଟକୁ ଧ୍ୟାନ ରଖି ଖର୍ଚ୍ଚ କରନ୍ତୁ। ଦାତ୍ୟ ଜୀବନରେ ସମାଞସ୍ୟ ବଜାୟ ରହିବ। ଶୁଭରଙ୍ଗ:କଫିରଙ୍ଗ। ଆରାଧନା: ବାବା କପିଳାସ।

ବିଛା: ରାଜନୈତିକ ପ୍ରଭାବ ବୃଦ୍ଧି ହେବ। କୌଣସି ମହତ୍ଵପୂର୍ଣ୍ଣ ଫଇସଲା ନେଇପାରନ୍ତି। ବ୍ୟବସାୟୀଙ୍କୁ ଧନଲାଭ ହେବ। ଅଫିସରେ ଭଲ କାମ ପାଇଁ ପଦୋନ୍ନତି ମିଳିପାରେ। ଶୁଭରଙ୍ଗ:ଧଳା। ଆରାଧନା:ଶ୍ରୀକୃଷ୍ଣ।

ଧନୁ: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଅଧିକ ମଜଭୁତ ହେବ। ଚାକିରିଆଙ୍କୁ ଅଧିକାରୀଙ୍କ ସହଯୋଗ ମିଳିବ। ଦାତ୍ୟ ଜୀବନରେ ପ୍ରେମ ବଜାୟ ରହିବ। ଶୁଭରଙ୍ଗ:ଫିକା ହଳଦିଆ। ଆରାଧନା:ଶ୍ରୀଗଣେଶ।

ମକର: ପୂଜାପାଠରେ ଅଧିକ ଏକାଗ୍ରତା ଅନୁଭବ କରିବେ। ଧର୍ମ ସମ୍ବନ୍ଧରେ ଲୋକଙ୍କୁ ବୁଝାଇବେ। ଚାକିରିଆଙ୍କୁ ଆଗକୁ ବଢ଼ିବା ଲାଗି ସୁବର୍ଣ୍ଣ ସୁଯୋଗ ମିଳିବ। ପାରିବାରିକ ଜୀବନ ଶାନ୍ତିମୟ ହେବ। ଶୁଭରଙ୍ଗ:ଫିକାନୀଳ। ଆରାଧନା:ବାବା ଲିଙ୍ଗରାଜ।

କୁମ୍ଭ: ଆପଣଙ୍କ କାମକୁ କେହି ଆଲୋଚନା କରିବେ। ଆପଣ ବିଚଳିତ ନହୋଇ ନିଜ କାର୍ଯ୍ୟରେ ଧ୍ୟାନକେନ୍ଦ୍ରୀଭୂତ କରନ୍ତୁ, ବିଳମ୍ବ ହେଲେ ବି ସବୁ ଠିକ୍‌ ହୋଇଯିବ। ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ହୋଇପାରେ। ଶୁଭରଙ୍ଗ:କ୍ରୀମ୍‌। ଆରାଧନା:ମାଆ ଗାୟତ୍ରୀ।

ମୀନ: ଘର ଓ ଅଫିସରେ ଖୁସିର ବାତାବରଣ ରହିବ। ଷ୍ଟକ ଓ ମ୍ୟିଚୁଆଲ୍‌ଫଣ୍ଡରେ ବୁଝି ବିଚାରି ଅର୍ଥ ନିବେଶ କରନ୍ତୁ ଭବିଷ୍ୟତରେ ଯଥେଷ୍ଟ ଲାଭ ପାଇବେ। ପ୍ରିୟ ବନ୍ଧୁଙ୍କ ସହିତ ମନୋରମ ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି। ଶୁଭରଙ୍ଗ:ଧଳା। ଆରାଧନା:ମାଆ ଭୈରବୀ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More