Only for Entertainment

ଜାଣନ୍ତୁ ଆଜିର ରାଶିଫଳ

youtube
0 37

ମେଷ: ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ। ବହୁ ଦିନର ସ୍ବପ୍ନ ସାକାର ହେବ। ସ୍ଥଗିତ ଥିବା କାମ ପୂରା ହେବ। ସିନିୟରଙ୍କ ସହଯୋଗରେ ପଦୋନ୍ନତିର ଅବସର ମିଳିବ। ପରିବାର ସହିତ ବାହାରକୁ ବୁଲି ଯିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭଦ୍ରକାଳୀ।

 


ବୃଷ: ଦେବୀମାତାଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ଖାଦ୍ୟ ପାନୀୟ ପ୍ରତି ବିଶେଷ ଧୢାନ ଦିଅନ୍ତୁ। ନୂଆ ଚାକିରିର ପ୍ରସ୍ତାବ ମିଳିପାରେ। ବିଦେଶ ଶିକ୍ଷା ଲାଗି ସାଙ୍ଗଙ୍କଠୁ ସାହାଯ୍ୟ ମିଳିବ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ ଦୁର୍ଗା।

 


ମିଥୁନ: ଆତ୍ମସମୀକ୍ଷାରେ ସମୟ ବିତିବ। ଇଷ୍ଟଦେବଙ୍କୁ ସ୍ମରଣ କରନ୍ତୁ, ସବୁ ଠିକ୍‌ ହୋଇଯିବ। ଗଣମାଧୢମ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କ ଲାଗି ଦିନଟି ବ୍ୟସ୍ତ ବହୁଳ ରହିବ। ନିଶାଦ୍ରବ୍ୟ ଠାରୁ ଦୂରେଇ ରହନ୍ତୁ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

 


କର୍କଟ: ଜୀବନସାଥୀଙ୍କ ଠାରୁ ଉପଯୁକ୍ତ ପରାମର୍ଶ ପାଇବେ। ବେପାର ବୃତ୍ତିରୁ ବେଶୀ ଲାଭ ପାଇବା ପାଇଁ ଅଧିକ ମନଯୋଗ ସହକାରେ କାମ କରିବେ। କୌଣସି ସମ୍ମାନିତ ଲୋକଙ୍କ ସହିତ ମିଶିବାର ସୁଯୋଗ ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ସୂର୍ଯ୍ୟଦେବ।

 

ସି˚ହ: ଭାଗ୍ୟର ଦ୍ବାର ଉନ୍ମୁକ୍ତ ହୋଇପାରେ। ସବୁ କାମରେ ସଫଳତା ହାସଲ ହେବ। ଆର୍ଥିକ ସ୍ଥିତି ସୁଧୁରିବ। ପ୍ରିୟ ବନ୍ଧୁଙ୍କ ସହିତ ବାହାରକୁ ବୁଲି ଯିବେ। ଲେଖାପଢ଼ାରେ ସାଥୀଙ୍କ ସାହାଯ୍ୟ ମିଳିବ। ଶୁଭରଙ୍ଗ: ଧୂସର। ଆରାଧନା: ପ୍ରଭୁ ହନୁମାନ।

 

କନ୍ୟା: ବ୍ୟବସାୟରେ ଉନ୍ନତି ପାଇଁ ନୂଆ ରଣକୌଶଳ ପ୍ରସ୍ତୁତ କରିବେ। ମନର କଥା ମନରେ ରଖନ୍ତୁ; ବିଜୟୀ ହେବେ। ରାଜନୀତିରେ ମନୋକାମନା ପୂରା ହେବ। ପ୍ରେମିକପ୍ରେମିକାଙ୍କ ଲାଗି ଦିନଟି ଭଲ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମହାଲକ୍ଷ୍ମୀ।

 

ତୁଳା: ପ୍ରଭୁଙ୍କ କୃପାରୁ ସଫଳତା ଆପଣଙ୍କ ସାମନାରେ ଦଣ୍ତାୟମାନ। ଯାହା ବି କାମ କରିବେ ବାଧାର ସମ୍ମୁଖୀନ ହେବେନାହିଁ। ବେପାରୀଙ୍କୁ ଆୟର ନୂଆ ସ୍ରୋତ ମିଳିବ। କୌଣସି ନିର୍ମାଣ କାର୍ଯ୍ୟ ପାଇଁ ଯୋଜନା କରିବେ। ଶୁଭରଙ୍ଗ: ଆକାଶୀ ନୀଳ। ଆରାଧନା: ମାଆ ତାରିଣୀ।

 

 

ବିଛା: ଆପଣଙ୍କ ମନ ପ୍ରସନ୍ନ ରହିବ। ଆପଣ ନିଜର ପରିଧାନଶୈଳୀ ପ୍ରତି ବିଶେଷ ଧୢାନ ଦେବେ। ଅଫିସରେ ଆପଣଙ୍କୁ କୌଣସି ଭଲ ଖବର ମିଳିବ। ପ୍ରିୟବ୍ୟକ୍ତିଙ୍କ ସହିତ ମିଶିବା ପାଇଁ ଉତ୍ସୁକ ହେବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଦୁର୍ଗା।

 

ଧନୁ: ପୂର୍ବରୁ କରିଥିବା ପରିଶ୍ରମରୁ ଆପଣଙ୍କୁ ଲାଭ ମିଳିବ। କତ୍ତୃର୍ପକ୍ଷ ଆପଣଙ୍କୁ ନୂଆ ପରିଯୋଜନା ଅର୍ପଣ କରିବେ। ଧନ ପ୍ରାପ୍ତିର ପ୍ରବଳ ଯୋଗ ରହିଛି। ପାରିବାରିକ ଜୀବନରେ ଖୁସିର ମାହୋଲ ବଜାୟ ରହିବ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ଦୁର୍ଗା।

 

ମକର: ଶରୀର ଓ ମନ ଉଭୟ ସୁସ୍ଥ ରହିବ। କିଛି ନୂଆ କରିବା ପାଇଁ ମନରେ ଆଗ୍ରହ ସୃଷ୍ଟି ହେବ। ରାଜନୀତିରେ ଆଧିପତ୍ୟ ବଢ଼ିବ। ମହିଳାଙ୍କୁ ଆଜି ସୁନ୍ଦର ଉପହାର ମିଳିବ। ଛାତ୍ରଙ୍କ ଲାଗି ଦିନଟି ଅନୁକୂଳ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀ ଗଣେଶ।

 

କୁମ୍ଭ: ଦିନଟିର ଶୁଭାରମ୍ଭ ଭଲରେ ହେବ। କିଛି ଖାାସ୍‌ କାମରେ ଯାତ୍ରାରେ ଯିବେ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ସନ୍ଧ୍ୟା ବେଳକୁ ଛୋଟ କଥାକୁ ନେଇ ପରିବାରରେ ବିବାଦ ହୋଇପାରେ। ମନରେ ଭିନ୍ନ ଭିନ୍ନ ଚିନ୍ତା ଆସିବା ହେତୁ ରାତିରେ ଶୋଇବା ବିଳମ୍ବ ହେବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ଶାରଳା।

 

ମୀନ: ବେପାର ବୃତ୍ତିରୁ ମନ ଚାହୁଁଥିବା ସଫଳତା ଓ ଲାଭ ପାଇବେ। ରାଜନୀତିରେ ପରିଧି ବଢ଼ାଇବେ। ବିଦେଶରେ ରହୁଥିବା ବନ୍ଧୁଙ୍କ ଠାରୁ ସୁସମ୍ବାଦ ପାଇବେ। ପାରିବାରିକ ଦାୟିତ୍ବ ଖୁବ୍‌ ନିର୍ବାହ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଦୁର୍ଗା।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More