Only for Entertainment

ଜାଣନ୍ତୁ ଆଜିର ରାଶିଫଳ

0 31

ମେଷ: ଆପଣଙ୍କ ଦୃଷ୍ଟିକୋଣ ପ୍ରଗତିଶୀଳ ରହିବ। ଯେତେ ମିଠା କଥା କହିବେ ସେତେ ଲାଭ ପାଇବେ। ଜୀବନସାଥୀଙ୍କ ସହିତ ପାହାଡ଼ିଆ ଅଞ୍ଚଳକୁ ବୁଲି ଯିବାର ଯୋଜନା କରିପାରନ୍ତି। ଶୁଭରଙ୍ଗ: ମେରୁନ। ଆରାଧନା: ବାବା ଚନ୍ଦନେଶ୍ବର।

ବୃଷ: ଦିନଟି ଆପଣଙ୍କ ଲାଗି ଠିକ୍‌ଠାକ୍‌ ରହିବ। ଚାକିରି ସମ୍ବନ୍ଧୀୟ ଖୁସି ଖବର ମିଳିବ। ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହିତ ସ˚ପର୍କ ସ୍ଥାପନ ହେବ। ପୁରୁଣା ସ˚ପତ୍ତିରୁ ଲାଭ ମିଳିବାର ସମ୍ଭାବନା। ପ୍ରେମ ସମ୍ବନ୍ଧରେ ମଧୁରତା ବୃଦ୍ଧି ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ତାରିଣୀ।

ମିଥୁନ: କ୍ୟାରିୟର ପାଇଁ ଦିନଟି ଅଧିକ ଶୁଭ ରହିବ। ଆପଣଙ୍କ ବିଚାର ଉପରେ ସ୍ଥିର ରହନ୍ତୁ। ବ୍ୟବସାୟରୁ ଅଶାଠୁଁ ଅଧିକ ଲାଭ ପାଇବେ। ବାହାନ କିଣିବା ପାଇଁ ମନ ବଳିବ। ଘରକୁ ପୁରୁଣା ବନ୍ଧୁ ଆସିବେ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ଭଦ୍ରକାଳୀ।

କର୍କଟ: ଧର୍ମକର୍ମ କରନ୍ତୁ, ଲାଭ ପାଇବେ। ଅଫିସରେ ଆପଣଙ୍କ କାମରେ କର୍ତ୍ତୃପକ୍ଷ ଖୁସି ହୋଇ ଉପହାର ଦେବେ। ବ୍ୟବସାୟ କାମରେ ଜିଲ୍ଲା ବାହାରକୁ ଯିବେ। ପ୍ରେମିକପ୍ରେମିକାଙ୍କ ଲାଗି ଦିନଟି ଭଲ। ଶୁଭରଙ୍ଗ: ଆକାଶୀ ନୀଳ। ଆରାଧନା: ଶ୍ରୀକୃଷ୍ଣ।

ସି˚ହ: ଦେବୀମାତାଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରନ୍ତୁ, ଆପଣଙ୍କର ମନୋକାମନା ପୂରା ହେବ। ଚାକିରିରେ ମାନସମ୍ମାନ ପାଇବେ। ବଡ଼ ସଉଦା ହାତରେ ଲାଗି ପାରେ। ସନ୍ଧ୍ୟାରେ ବନ୍ଧୁମାନଙ୍କ ସହିତ ହସ ଖୁସିରେ ସମୟ କଟିବ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ଗାୟତ୍ରୀ।

କନ୍ୟା: ଭାଗ୍ୟ ଆପଣଙ୍କୁ ପୂରା ସାଥ ଦେବ। ଆପଣ ନିଜ କଥାରେ ଲୋକଙ୍କ ମନକୁ ମନାଇ ନେଇପାରିବେ। ବ୍ୟବସାୟ ସମ୍ବନ୍ଧୀୟ ଭଲ ଖବର ପାଇବେ। ଜୀବନସାଥୀ ଆପଣଙ୍କୁ ଢେର‌୍‌ସାରା ପ୍ରେମ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମହାଲକ୍ଷ୍ମୀ।

ତୁଳା: ଦିନଟି ବ୍ୟସ୍ତତାରେ କଟିବ। ଜୀବନସାଥୀଙ୍କ କଥାକୁ ଗମ୍ଭୀରତାର ସହ ଗ୍ରହଣ ନକଲେ ଅଶାନ୍ତି ଉତ୍ପନ୍ନ ହେବ। ନୂଆ ଜମି କିଣିବା ପୂର୍ବରୁ ଦଲିଲକୁ ଭଲ ଭାବେ ଯାଞ୍ଚ କରି ନିଅନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସୁରେଶ୍ବରୀ।

ବିଛା: ବ୍ୟବସାୟରେ ଉନ୍ନତି ପାଇଁ ନୂଆ ରଣକୌଶଳ ପ୍ରସ୍ତୁତ କରିବେ। ମନକଥା ମନରେ ରଖନ୍ତୁ, ବିଜୟୀ ହେବେ। କର୍ତ୍ତୃପକ୍ଷ ଆପଣଙ୍କୁ କୌଣସି ନୂଆ ପରିଯୋଜନା ଅର୍ପଣ କରିବେ। ପ୍ରେମରେ ସଫଳତା ପାଇବେ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ବିରଜା।

ଧନୁ: ନୂଆ ଭିତ୍ତି ରଖିବା ଲାଗି ଦିନଟି ଅନୁକୂଳ। ସରକାରୀ ଚାକିରିଆଙ୍କୁ ଲାଭ ମିଳିବାର ଯୋଗ ରହିଛି। ବ୍ୟବସାୟରୁ ପ୍ରଚୁର ଲାଭ ପାଇବେ। ପାରିବାରିକ ଜୀବନ ସୁଖମୟ ହେବ। ସ୍ବାସ୍ଥ୍ୟ ଭଲ ରହିବ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ଦୁର୍ଗା।

ମକର: ଆପଣଙ୍କ ମନୋଭାବ ଆଧୢାତ୍ମିକ ରହିବ। ଚିନ୍ତାଶୀଳ ବ୍ୟକ୍ତିଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ। କାରବାର ମାମଲାରେ ବିଦେଶ ଯାତ୍ରା କରିପାରନ୍ତି। ନାରାଜ ଥିବା ବନ୍ଧୁଙ୍କୁ ମନାଇବା ପାଇଁ ଦିନଟି ଭଲ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀ ଗଣେଶ।

କୁମ୍ଭ: କାର୍ଯ୍ୟକ୍ଷେତ୍ରରେ ଭଲ ଢଙ୍ଗରେ କାମ କରିବେ। ଅଚାନକ ଧନଲାଭ ହେବ। ଘରେ ପୂଜାପାଠର ଆୟୋଜନ କରିପାରନ୍ତି। ପ୍ରେମୀଯୁଗଳଙ୍କ ପାଇଁ ଦିନଟି ଭଲ। ବାହାନ ଚଳାଇବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ଶାରଳା।

ମୀନ: ଆଜି ଆପଣଙ୍କୁ କୌଣସି ନିକଟ ସ˚ପର୍କୀୟଙ୍କ ଠାରୁ ଖୁସି ଖବର ମିଳିପାରେ। ପରିବାର ଲୋକଙ୍କ ସହିତ ଜୀବନ ଆନନ୍ଦମୟ ହେବ। କମ୍ପ୍ୟୁଟର କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କୁ ଲାଭ ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ମଙ୍ଗଳା।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More