Only for Entertainment

ଜାଣନ୍ତୁ ଆଜିର ରାଶିଫଳ

27

ମେଷ: କ୍ରମାଗତ ପ୍ରୟାସରେ ଆପଣଙ୍କୁ ସଫଳତା ମିଳିବ। ସରକାରୀ କାମ ପୂରା ହେବ। ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ବ୍ୟବସାୟ ସମ୍ବନ୍ଧରେ ରାଜ୍ୟ ବାହାରକୁ ଯାଇପାରନ୍ତି। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।

ବୃଷ: ଆଜି ଆପଣ ଊର୍ଜା ଓ ପ୍ରେରଣାରେ ଭରି ରହିବେ। ପରିବାର ସମ୍ବନ୍ଧରେ ମହତ୍ତ୍ବପୂର୍ଣ୍ଣ ଫଇସଲା ନେଇ ପାରନ୍ତି। ବ୍ୟବସାୟ ଲାଗି ନୂଆ ସୁଯୋଗ ମିଳିବ। ପ୍ରେମ ସମ୍ବନ୍ଧରେ ଗଭୀରତା ବୃଦ୍ଧି ହେବ। ଶୁଭରଙ୍ଗ: ମେରୁନ। ଆରାଧନା: ମାଆ ବିରଜା।

ମିଥୁନ: ଆଜି ଆପଣ ସୁସ୍ଥ ଓ ସତେଜ ଅନୁଭବ କରିବେ। କାର୍ଯ୍ୟକ୍ଷେତ୍ରରେ ଏଭଳି ଅବସର ପ୍ରାପ୍ତ ହେବ ଯାହା ଦ୍ବାରା ଆମଦାନି ବୃଦ୍ଧି ହେବ। ଛାତ୍ରମାନେ ଆଜି କିଛି ନୂଆ ଶିକ୍ଷା ଲାଭ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଲିଙ୍ଗରାଜ।

କର୍କଟ: ମାନସିକ ଓ ଶାରୀରିକ ଦୃଷ୍ଟିରୁ ସୁସ୍ଥ ଅନୁଭବ କରିବେ। କୌଣସି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ଅତି ଶୀଘ୍ର ପୂରା କରିବେ। ଆର୍ଥିକ ଲାଭ ମିଳିବ। ମହିଳାମାନଙ୍କୁ ଘର କାମରେ ପତିଙ୍କ ସହଯୋଗ ମିଳିବ। ଶୁଭରଙ୍ଗ: ମାଜେଣ୍ତା। ଆରାଧନା: ସୂର୍ଯ୍ୟଦେବ।

ସି˚ହ: ଆଜି କେବଳ ନିଜ କାମରେ ମନଯୋଗ ଦିଅନ୍ତୁ। ପଇସା ନେଣଦେଣରେ ସାବଧାନତା ଅବଲମ୍ବନ କରନ୍ତୁ। ରହସ୍ୟ ବିଦ୍ୟା ପ୍ରତି ଆକୃଷ୍ଟ ହେବେ। ପରିବାର ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ମଙ୍ଗଳା।

କନ୍ୟା: ଆଜି ଆପଣଙ୍କ ସହିତ ଭଲ ହିିଁ ଭଲ ହେବ। ଆପଣଙ୍କ କାମ ଏକାଗ୍ରତାର ସହ କରିବେ। ରାଜନୀତିରେ ମନୋକାମନା ପୂରା ହେବ। ଆର୍ଥିକ ସ୍ଥିତି ମଜଭୁତ ହେବ। ବୈବାହିକ ଜୀବନରେ ମଧୁରତା ବୃଦ୍ଧି ହେବ। ଶୁଭରଙ୍ଗ: ଧଳା। ଆରାଧନା: ସନ୍ତୋଷୀ ମାତା।

ତୁଳା: ପୁରୁଣା ଚିନ୍ତା ଆଜି ସମାପ୍ତ ହେବ। ଆପଣ ଭାବନା ଓ ଯୋଜନାକୁ କାର୍ଯର୍୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ। ମିତ୍ରଙ୍କ ସହଯୋଗ ପାଇବେ। ଛାତ୍ରଙ୍କୁ କମ ପରିଶ୍ରମରେ ଯଥେଷ୍ଟ ସଫଳତା ମିଳିବ। ଶୁଭରଙ୍ଗ: ଆକାଶୀ ନୀଳ। ଆରାଧନା: ମାଆ ଭଦ୍ରକାଳୀ।

ବିଛା: ଆଧୢାତ୍ମିକ ଭାବନାରେ ସମୟ ବିତିବ। ଭାଗ୍ୟ ଆପଣଙ୍କୁ ସାଥ ଦେବ। ଭାବିଥିବା ସବୁ କାମ ଠିକ୍‌ ଭାବରେ ହେବ। କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ହୋଇପାରେ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଭୈରବୀ।

ଧନୁ: ଦେବୀମାତାଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରନ୍ତୁ, ସମ୍ଭାବ୍ୟ ସ˚କଟ ଦୂର ହେବ। କୌଣସି କାମ କରିବା ସମୟରେ ମନ ଶାନ୍ତ ରଖନ୍ତୁ; ସଫଳ ହେବେ। ବଡ଼ ବ୍ୟବସାୟର ସଉଦା ହାତରେ ଲାଗିପାରେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବିରଜା।

ମକର: ଆଜି ଆପଣଙ୍କର ତର୍କ ଶକ୍ତି ଅନ୍ୟମାନଙ୍କୁ ପସନ୍ଦ ହେବ। ରାଜନୀତିରେ ବଡ଼ ଓ ପ୍ରତିଷ୍ଠିତ ଲୋକଙ୍କ ସହିତ ମେଳ ମିଳାପ ବଢ଼ିବ। ଜୀବନସାଥୀଙ୍କ ସହିତ ଜିନିଷ କିଣିବା ଲାଗି ସହରକୁ ଯାଇପାରନ୍ତି। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀ ଗଣେଶ।

କୁମ୍ଭ: ସଫଳତାର ଦିନଟିଏ। ସ୍ଥଗିତ ଥିବା କାମ ପୂରା ହେବ। ଇ˚ଜିନିୟରଙ୍କ ଲାଗି ଦିନଟି ଲାଭପ୍ରଦ ରହିବ। ଚାକିରି ତଲାସରେ ମହିଳାଙ୍କୁ ବଢ଼ିଆ ଚାକିରି ମିଳିବ। ଜୀବନସାଥୀ ଓ ପରିଜନଙ୍କ ସ୍ନେହ ପ୍ରାପ୍ତ କରିବେ। ଶୁଭରଙ୍ଗ: ନୀଳ। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ମୀନ: ସକାରାତ୍ମକ ଭାବନା ଓ ଊର୍ଜାକୁ ପ୍ରୟୋଗ କରନ୍ତୁ। କ୍ୟାରିୟର ଲାଗି ନୂଆ ରାସ୍ତା ଉନ୍ମୁକ୍ତ ହେବ। ଚାକିରି ସମ୍ବନ୍ଧରେ ଖୁସି ଖବର ପାଇବେ। ଜୀବନସାଥୀଙ୍କ ସହିତ ଉତ୍ତମ ସମ୍ବନ୍ଧ ବଜାୟ ରହିବ। ଶୁଭରଙ୍ଗ: ବାଦାମୀ। ଆରାଧନା: ବାବା କପିଳାସ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More