Only for Entertainment

ଜାଣନ୍ତୁ ଆଜିର ରାଶିଫଳ

youtube
33

ମେଷ: ଆପଣଙ୍କ ଆଖପାଖରେ ବହୁତ ସୁଖଦ ଓ ମଧୁର ବାତାବରଣ ରହିବ। ଧାର୍ମିକ କ୍ରିୟା କଳାପରେ ଧନ ଖର୍ଚ୍ଚ ହେବ। ପ୍ରୟାସରେ ସଫଳତା ମିଳିବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ମାନସମ୍ମାନ ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ମହାଦେବ।

ବୃଷ: ଚାକିରିରେ ନିଜର ସୁରକ୍ଷା ଓ ପ୍ରତିପତ୍ତି ବଜାୟ ରହିବା ପାଇଁ ଆପଣଙ୍କୁ ମାର୍ଗ ତିଆରି କରିବାକୁ ହେବ। ସହଯୋଗୀଙ୍କ ସହଯୋଗରେ ମାନ ପ୍ରତିଷ୍ଠା ବୃଦ୍ଧି ହେବ। ପରିବାରଜନଙ୍କ ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଦୁର୍ଗା।

ମିଥୁନ: କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ପ୍ରଭାବ ବଢ଼ିବ। ଆର୍ଥିକ ସ୍ଥିତି ମଜଭୁତ ହେବ। ବ୍ୟବସାୟ ସମ୍ବନ୍ଧରେ ବନ୍ଧୁଙ୍କ ସହିତ କଥାବାର୍ତ୍ତା ହେବେ। ବାହାରକୁ ଯିବାର ଯୋଜନା କରିବେ। ଜୀବନସାଥୀଙ୍କ ସହିତ ସଂପର୍କ ମଧୁର ହେବ। ଶୁଭରଙ୍ଗ: ଧଳା। ଆରାଧନା: ବାବା କପିଳାସ।

କର୍କଟ: ଯାହା ବି କାମ କରିବେ ବାଧାର ସମ୍ମୁଖୀନ ହେବେନାହିଁ। କୌଣସି ବନ୍ଧୁଙ୍କ ଠାରୁ ଆର୍ଥିକ ସହାୟତା ପାଇବେ। ବୈବାହିକ ଜୀବନରେ ମନର ଆବେଗ ସମାପ୍ତ ହେବ। ଛାତ୍ରଛାତ୍ରୀଙ୍କୁ ନିଜର ଯୋଗ୍ୟତା ଅନୁସାରେ ସଫଳତା ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଗାୟତ୍ରୀ।

ସି˚ହ: ବାପାଙ୍କଠାରୁ ପ୍ରେମ ଓ ଆଶୀର୍ବାଦ ପାଇବା ହେତୁ ମନକୁ ଶାନ୍ତି ମିଳିବ। ବ୍ୟବସାୟ‌େର ସାମାନ୍ୟ ପରିବର୍ତ୍ତନ ଆଣି ଯଥେଷ୍ଟ ଲାଭ ପାଇବେ। ଚାକିରିରେ ଦାୟିତ୍ବ ବଢ଼ିବ। ଦାମ୍ପତ୍ୟ ଜୀବନ ପୂର୍ବ ଅପେକ୍ଷା ଭଲ ହେବ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ବିରଜା।

କନ୍ୟା: ବ୍ୟବସାୟ ପ୍ରତି ବିଶେଷ ଦୃଷ୍ଟି ଦେବେ। ଚାକିରିରେ ଦରମା ବଢ଼ିବାର ସମ୍ଭାବନା। ମହତ୍ତ୍ବପୂର୍ଣ୍ଣ କଥା ଉପରେ ଲୋକଙ୍କ ସହିତ ଆଲୋଚନା କରିବାର ସୁଯୋଗ ମିଳିବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଅନୁକୂଳ ରହିବ। ଶୁଭରଙ୍ଗ: ସବୁଜ। ଆରାଧନା: ହର ପାର୍ବତୀ।

ତୁଳା: ଆପଣଙ୍କର ମନୋଭାବ କୌତୁକକାରୀ ରହିବ। ଜୀବନସାଥୀଙ୍କ ସହଯୋଗ ପାଇବେ। ବଡ଼ ବ୍ୟବସାୟର ସଉଦା ହାତରେ ଲାଗିପାରେ। ସରକାରୀ ଚାକିରିଆଙ୍କୁ ଲାଭ ମିଳିବ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଶୁଭରଙ୍ଗ: ଧଳା। ଆରାଧନା: ଆଖଣ୍ତଳମଣି।

ବିଛା: ସୁଖ ଓ ସୌଭାଗ୍ୟ ବୃଦ୍ଧି ହେବ। ବିଭିନ୍ନ ପ୍ରକାର ସ୍ଥିତିର ମୁକାବିଲା କରିବାରେ ସକ୍ଷମ ହେବେ। ଚାକିରିରେ ଦରମା ବଢ଼ିପାରେ। ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ। ପ୍ରିୟବନ୍ଧୁଙ୍କ ଠାରୁ ଉପହାର ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ଧନୁ: ଭାବିଚିନ୍ତି ବଡ଼ ଫଇସଲାକୁ ଅନ୍ତିମ ରୂପ ଦିଅନ୍ତୁ। ମହିଳା ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ। ପରିବାର ସହିତ ଅଧିକ ସମୟ ବିତେଇବେ। ଭାବିଚିନ୍ତି ଖର୍ଚ୍ଚ ନ କଲେ ଅସୁବିଧାରେ ପଡ଼ି ପାରନ୍ତି। ପ୍ରେମିକପ୍ରେମିକାଙ୍କ ଲାଗି ଦିନଟି ଭଲ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବିରଜା।

ମକର: ମହିଳାମାନେ ପ୍ରେମ ପାଇବାର ଦିନଟିଏ। ଘରୋଇ ଚିନ୍ତା ଧୀରେଧୀରେ ସମାପ୍ତ ହେବ। ବେପାର ଉଦ୍ୟୋଗରୁ ସନ୍ତୋଷଜନକ ଫଳ ପାଇବେ। ନୂଆ ଘର ନିର୍ମାଣ ପାଇଁ ଯୋଜନା କରିବେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ଶ୍ରୀ ଗଣେଶ।

କୁମ୍ଭ: ଲକ୍ଷ୍ୟକୁ ନେଇ ଯାତ୍ରା ପୂରା କରିବା‌େର ସଫଳ ହେବେ। ଚାକିରିରେ କୌଣସି ବିଶେଷ ଦାୟିତ୍ବ ଗ୍ରହଣ କରିବେ। କୌଣସି ସମାରୋହରେ ନିକଟ ସ˚ପର୍କୀୟଙ୍କ ସହିତ ସାକ୍ଷାତ ହେବ ଯଦ୍ଦ୍ବାରା ଭବିଷ୍ୟତରେ ତାଙ୍କ ମାଧ୍ୟମରେ ଲାଭ ମିଳିବ। ଶୁଭରଙ୍ଗ: ନୀଳ। ଆରାଧନା: ସନ୍ତୋଷୀ ମାତା।

ମୀନ: ମନ ପ୍ରସନ୍ନ ରହିବ। କାର୍ଯ୍ୟ ବ୍ୟସ୍ତତାରେ ରହିବା ସତ୍ତ୍ବେ ଅୟସ ପାଇଁ ସମୟ ବାହାର କରିନେବେ। କୌଣସି ନୂଆ ଲୋକଙ୍କ ସହିତ ବନ୍ଧୁତା ହେବ। ଚାକିରି ତଲାସରେ ଥିବା ବ୍ୟକ୍ତି ବଢ଼ିଆ ଚାକିରି ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ତାରିଣୀ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More