Only for Entertainment

ଜାଣନ୍ତୁ ଆଜିର ରାଶିଫଳ

41

ମେଷ: ଆଜି ଆପଣ ନିଜକୁ ଖୁବ୍‌ ଉର୍ଜବାନ ଅନୁଭବ କରିବେ। ଆପଣଙ୍କ ଚେଷ୍ଟା ସଫଳ ହେବ। ଜମି ଦଲାଲଙ୍କୁ ପୁରୁଣା ଜମିରୁ ଧନଲାଭ ହେବ। ସାମାଜିକ କ୍ଷେତ୍ରରେ ଯଶ ମିଳିବ। ବନ୍ଧୁଙ୍କ ସହିତ ବାହାରକୁ ବୁଲିଯିବେ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଗୁପ୍ତେଶ୍ବର।

ବୃଷ: ବ୍ୟବସାୟ ଓ ସାମାଜିକ କ୍ଷେତ୍ରରେ ଭଲ ପରିଣାମ ପାଇବେ। ସମ୍ମାନିତ ଲୋକଙ୍କ ସହିତ ମିଶିବେ। ଅଫିସରେ ଲାଗିରହିଥିବା ସମସ୍ୟାର ସମାଧାନ ହୋଇଯିବ। କାରବାର ବୃଦ୍ଧି ହେବ। ସ୍ବାସ୍ଥ୍ୟ ଠିକ୍‌ ଓ ସତେଜ ରହିବ। ଶୁଭରଙ୍ଗ:ଫିକା ହଳଦିଆ। ଆରାଧନା:ଶ୍ରୀଗଣେଶ।

ମିଥୁନ: ଦିନଟି ଆପଣଙ୍କ ଲାଗି ନୂଆ ସ୍ବାଗତ ନେଇ ଆସିଛି। କୌଣସି କାମରେ ସାମିଲ ହୋଇପାରନ୍ତି। କାରବାରୀଙ୍କ ଲାଗି ଦିନଟି ଲାଭପ୍ରଦ ରହିବ। ପାରିବାରିକ ଦାୟିତ୍ବ ସବୁ ପୂରା ହେବ। ସନ୍ଧ୍ୟା ସୁଦ୍ଧା ଘରକୁ କୌଣସି ବନ୍ଧୁ ଆସିବେ। ଶୁଭରଙ୍ଗ:ଲାଲ। ଆରାଧନା:ମହାଦେବ।

କର୍କଟ: ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ। କ୍ୟାରିୟରରେ ଆଗକୁ ବଢ଼ିବା ପାଇଁ ନଜର ଆସିବ। ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ଭଲ ରହିବ। କାନୁନ ମାମଲା ସହଜରେ ସମାଧାନ ହୋଇଯିବ। ପ୍ରିୟ ବନ୍ଧୁ ଆପଣଙ୍କୁ ସୁନ୍ଦର ଉପହାର ଦେଇପାରନ୍ତି। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଦୁର୍ଗା।

 

ସି˚ହ: ଆଜି ଆପଣ ଉର୍ଜାବାନ ଓ ସକ୍ରିୟ ରହିବେ। ବ୍ୟବସାୟର କରି ଆସୁଥିବା ପ୍ରୟାସରେ ସଫଳ ହେବେ। କାର୍ଯ୍ୟାଳୟରେ ସମସ୍ତେ ଆପଣଙ୍କୁ ସହଯୋଗ କରିବେ। ଅଚାନକ ଧନପ୍ରାପ୍ତି ହେବ। ପ୍ରେମରେ ସଫଳତା ମିଳିବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ବିରଜା।

 

କନ୍ୟା: ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ। ଆପଣଙ୍କ ବ୍ୟକ୍ତିତ୍ବ ବିକଶିତ ହୋଇପାରେ। ବିଦେଶରେ ଥିବା ଆପଣଙ୍କର ସ˚ପର୍କିୟଙ୍କ ଠାରୁ ଶୁଭ ଖବର ପାଇପାରନ୍ତି। ଆମଦାନିର ନୂଆ ସ୍ରୋତ ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

 

ତୁଳା: ଦିନଟି ନୂଆ ଖୁସି ନେଇ ଆସିଛି। କୌଣସି ମନୋର˚ଜନ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ଆପଣଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ହେବ। ବ୍ୟବସାୟୀ ନିଜର ଯୋଜନାକୁ ଗୁପ୍ତ ରଖନ୍ତୁ। ପରିଶ୍ରମର ଯଥେଷ୍ଟ ଫାଇଦା ଆପଣଙ୍କୁ ମିଳିବ। ଶୁଭରଙ୍ଗ:଼ କଫିରଙ୍ଗ। ଆରାଧନା:ମାଆ ବିମଳା।

ବିଛା: ଆପଣଙ୍କ ଦୃଷ୍ଟିକୋଣ ସକାରାତ୍ମକ ରହିବ। କୌଣସି ମହିତ୍ବପୂର୍ଣ୍ଣ କାର୍ଯ୍ୟରେ ସଫଳତା ହାସଲ କରିବେ। ଆର୍ଥିକ ସ୍ଥିତି ମଜଭୁତ ହେବ। ପାରିବାରିକ ଜୀବନ ସୁଖମୟ ହେବ। ପିଲାଙ୍କ ସହିତ ଭ୍ରମଣରେ ଯିବା ପାଇଁ ସମୟ ଭଲ। ଶୁଭରଙ୍ଗ: ଧଳା। ଆରାଧନା: ସୂର୍ଯ୍ୟଦେବ।

 

ଧନୁ: ଦିନଟି ଆପଣଙ୍କ ପାଇଁ ସବୁ ଦୃଷ୍ଟିରୁ ଭଲ। କ୍ୟାରିୟର ଗଢ଼ିବା ଲାଗି ଭଲ ପ୍ରସ୍ତାବ ମିଳିପାରେ। ହୋଟେଲ ବ୍ୟବସାୟୀଙ୍କର ଉନ୍ନତି ହେବ। ରାଜନୀତିରେ ଲାଭ ମିଳିବ। ସନ୍ଧ୍ୟାରେ ସାଙ୍ଗ ଓ ପରିଜନଙ୍କ ସହିତ ସମୟ ବିତେଇବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ମଝିଘରିଆଣୀ।

 

ମକର: ଦିନଟି ଖୁସିରେ ଭରା ରହିବ। ଲୋକେ ଆପଣଙ୍କ କଥା ଶୁଣିବା ପାଇଁ ଉତ୍ସୁକ ରହିବେ। ବ୍ୟବସାୟରେ ଧନଲାଭ ଯୋଗ ରହିଛି। ବୈବାହିକ ଜୀବନ ଠିକ୍‌ଠକ୍‌ା ରହିବ। ଛାତ୍ରମାନେ ଅନ୍ୟାନ୍ୟ ପ୍ରତିଭା ପାଇଁ ପୁରସ୍କତ ହେବେ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ବିରଜା।

 

କୁମ୍ଭ: ଭାଗ୍ୟର ଭରପୂର ସାଥ ମିଳିବ। ଆପଣଙ୍କ ସକାରାତ୍ମକ ବ୍ୟବହାର ଲୋକଙ୍କୁ ପସନ୍ଦ ଆସିବ। ଅଫିସରେ କିଛି ନୂଆ କରିପାରନ୍ତି। ରାଜନୀତିରେ ବଡ଼ ଓ ପ୍ରତିଷ୍ଠିତ ଲୋକଙ୍କ ସହିତ ମେଳ ମିଳାପ ହେବ। ଶୁଭରଙ୍ଗ: କଫିରଙ୍ଗ। ଆରାଧନା: ମାଆ ପାଟଣେଶ୍ବରୀ।

 

ମୀନ: ଆଜି ଆପଣଙ୍କର ବୀରତ୍ବକୁ ବଳ ମିଳିବ। ଆପଣ ନିଜର ଲକ୍ଷ ହାସଲ ପାଇଁ ଠୋସ୍‌ ଯୋଜନା କରିବେ। ସମାଜରେ ଆପଣଙ୍କର ପ୍ରତିଷ୍ଠା ବଢ଼ିବ। ବେପାରରେ ଅଟକିଥିବା ପଇସା ପାଇବେ। ବିବାହିତ ଲୋକଙ୍କ ଲାଗି ଦିନଟି ଅବିସ୍ମରଣୀୟ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଗାୟତ୍ରୀ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More