Only for Entertainment

ଜାଣନ୍ତୁ ଆଜିର ରାଶିଫଳ

29

ମେଷ: ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ। କର୍ମକ୍ଷେତ୍ରରେ ପରିଶ୍ରମ ଅଧିକ କରିବେ ଏବ˚ ସଫଳ ହେବେ। ରାଜନୀତିରେ ଲାଭ ମିଳିବାର ସ୍ଥିତି ଉତ୍ପନ୍ନ ହେବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ଭଦ୍ରକାଳୀ।

ବୃଷ: ଦିନଟି ଆପଣଙ୍କ ଲାଗି ଅନୁକୂଳ। ବ୍ୟବସାୟରେ ତ୍ବରିତ ଫଇସଲା ଲାଭପ୍ରଦ ହେବ। ରାଜନୈତିକ ସ˚ପର୍କରୁ ସ୍ଥଗିତ ଥିବା କାମ ଆଗକୁ ବଢ଼ିବ। ଘରୋଇ କାମ ଲାଗି ପରିବାର ସହିତ କଥାବାର୍ତ୍ତା କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭୈରବୀ।

ମିଥୁନ: ସାମାଜିକ କାର୍ଯ୍ୟରେ ସହଭାଗିତା କରିବେ। କ୍ୟାରିୟର ଗଢ଼ିବା ଲାଗି ଭଲ ସୁଯୋଗ ମିଳିପାରେ। ବ୍ୟବସାୟରେ ଅଚାନକ ଫାଇଦା ହେବ। ଜୀବନସାଥୀଙ୍କ ପ୍ରେମ ଓ ସୁଖ ପାଇବେ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ଗାୟତ୍ରୀ।

କର୍କଟ: ସାରାଦିନ ଊର୍ଜା ଭରା ରହିବେ। ଖୋଦକୁ ଲୋକଙ୍କ ନଜରରେ ବଢ଼ିଆ ପ୍ରମାଣିତ କରିବେ। ଆଗକୁ ବଢ଼ିବା ଲାଗି ସୁଯୋଗ ମିଳିପାରେ। ଚାକିରିଆଙ୍କ ପାଇଁ ଦିନଟି ଠିକ୍‌ ରହିବ। ପ୍ରେମରେ ସଫଳତା ମିଳିବ। ଶୁଭରଙ୍ଗ: ଲାଲ। ଆରାଧନା: ଶ୍ରୀକୃଷ୍ଣ।

 

ସି˚ହ: କୌଣସି ବ୍ୟକ୍ତିଙ୍କ ସହିତ ମନର ମେଳ ହେବ। ବ୍ୟବସାୟରେ ବଡ଼ ସଉଦା କରିପାରନ୍ତି। ରାଜନୀତି କ୍ଷେତ୍ରକୁ ଯିବା ପାଇଁ ବିଚାର କରିବେ। ଛାତ୍ରଙ୍କୁ କୌଣସି ବିଶେଷ କ୍ଷେତ୍ରରେ ଲାଭ ହୋଇପାରେ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ଦୁର୍ଗା।

 

କନ୍ୟା: ଆଜିର ଦିନଟି ପୂର୍ବ ଦିନ ଅପେକ୍ଷା ଭଲ ରହିବ। ରାଜନୀତିରେ ସୀମା ବଢ଼ାଇବେ। ଲୋକଙ୍କ ସହିତ ଘନିଷ୍ଠତା ବଢ଼ିବ। ବ୍ୟବସାୟ ବିସ୍ତାର ପାଇଁ ଯୋଜନା କରିପାରନ୍ତି। ସନ୍ତାନଙ୍କ ଖୁସି ବଜାୟ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ତୁଳା: ଆପଣ ନିଜର କାମକୁ ଠିକ୍‌ ଭାବେ ନିର୍ବାହ କରିବେ। ଆର୍ଥିକ ସ୍ଥିତି ଠିକ୍‌ ରହିବ। ଆପଣଙ୍କ ଜୀବନରେ ନୂଆ ପ୍ରେମ ଆରମ୍ଭ ହୋଇପାରେ। ସାକ୍ଷାତକାରରେ ସଫଳତା ହାସଲ କରିବେ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ସୁରେଶ୍ବରୀ।

ବିଛା: ଆଜି ଆପଣ ଚିନ୍ତା ମୁକ୍ତ ରହିବେ। କାର୍ଯ୍ୟକ୍ଷେତ୍ରରେ ସ୍ଥିତି ମଜଭୁତ ରହିବ। ଅଚାନକ ଧନପ୍ରାପ୍ତି ହେବ। ପରିବାରର ବିବାଦ ଜୀବନସାଥୀଙ୍କ ସହଯୋଗରେ ସମାଧାନ କରିନେବେ। ଶୁଭରଙ୍ଗ: ବାଦାମୀ। ଆରାଧନା: ମହାଲକ୍ଷ୍ମୀ।

ଧନୁ: ବ୍ୟବହାରରେ ପରିବର୍ତ୍ତନ ଆଣିବା ଲାଗି ଭଲ ଦିନଟିଏ। ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହୋଇପାରେ। କୌଣସି ନୂଆ କାମର ଯୋଜନା ପ୍ରସ୍ତୁତ କରିବେ। ପରିବାରର ସ୍ଥିତି ଠିକ୍‌ ରହିବ। ଶୁଭରଙ୍ଗ: ଗୋଲାପି। ଆରାଧନା: ସୂର୍ଯ୍ୟଦେବ।

 

ମକର: ଯେଉଁ କାମ ହାତକୁ ନେବେ ସ˚ପୂର୍ଣ୍ଣ କରି ବିଶ୍ରାମ ନିଅନ୍ତୁ। ଜୀବନସାଥୀଙ୍କ କଥା ମାନିନେଲେ ସମ୍ବନ୍ଧରେ ମଧୁରତା ଆସିବ। ବ୍ୟାବସାୟିକ କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ କାଳୀଜାଈ।

 

କୁମ୍ଭ: ଚାକିରିରେ ନିଜର ଦାୟିତ୍ବକୁ ସୁରୁଖୁରୁରେ ତୁଲାଇବେ। ସହକର୍ମୀଙ୍କ ବ୍ୟବହାରରେ ଖୁସି ରହିବେ। ସାମାଜିକ ଆୟୋଜନରେ ସହଭାଗିତା କରିବେ। ପ୍ରେମ ପ୍ରସଙ୍ଗରେ ସଫଳତା ନିଶ୍ଚିତ ମିଳିବ। ଶୁଭରଙ୍ଗ: ଆକାଶୀ ନୀଳ। ଆରାଧନା: ମାଆ ତାରିଣୀ।

 

ମୀନ: ପ୍ରତ୍ୟେକ କ୍ଷେତ୍ରରେ ଭାଗ୍ୟ ସାଥ ଦେବ। ନିଜ ପରିଶ୍ରମରୁ ଯଥେଷ୍ଟ ଲାଭ ପାଇବେ। ଅଫିସରେ ଅନ୍ୟମାନଙ୍କ ସମ୍ମୁଖରେ ନିଜର ମତ ରଖିବାରେ ସକ୍ଷମ ହେବେ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବିମଳା।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More