Only for Entertainment

ଜାଣନ୍ତୁ ଆଜିର ରାଶିଫଳ

36

ମେଷ: ଜୀବନସାଥୀଙ୍କ ଠାରୁ ଉପଯୁକ୍ତ ପରାମର୍ଶ ପାଇବେ। ବେପାରରେ ବେଶୀ ଲାଭ ପାଇବା ପାଇଁ ମନପ୍ରାଣ ଢ଼ାଳି କାମ କରିବେ। ରାଜନୀତିରେ ମନୋକାମନା ପୂରା ହେବ। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ବୃଷ: ଆଜି ଆପଣଙ୍କର ବୀରତ୍ବକୁ ବଳ ମିଳିବ। ସବୁ କାମରେ ସଫଳତା ହାସଲ ହେବ। ଆର୍ଥିକ ସ୍ଥିତି ସୁଧୁରିବ। ପ୍ରିୟ ବନ୍ଧୁଙ୍କ ସହିତ ବାହାରକୁ ବୁଲି ଯିବେ। ଛାତ୍ରଙ୍କ ଲାଗି ଦିନଟି ବଢ଼ିଆ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ମଝିଘରିଆଣୀ।

ମିଥୁନ: ବ୍ୟବସାୟରେ ଉନ୍ନତି ପାଇଁ ନୂଆ ରଣ କୌଶଳ ପ୍ରସ୍ତୁତ କରିବେ। ଅନ୍ୟମାନଙ୍କ ସହିତ କଥାବର୍ତ୍ତା ବେଳେ ତାଙ୍କ କଥାକୁ ମନଧୢାନ ଦେଇ ଶୁଣନ୍ତୁ। ବଜେଟକୁ ଧୢାନ ରଖି ଖର୍ଚ୍ଚ କରନ୍ତୁ। ଶୁଭରଙ୍ଗ: ସବୁଜ। ଆରାଧନା: ବାବା ଚନ୍ଦନେଶ୍ବର

କର୍କଟ: ପ୍ରଭୁଙ୍କ କୃପାରୁ ସଫଳତା ଆପଣଙ୍କ ସାମନାରେ ଦଣ୍ତାୟମାନ। ଯାହା ବି କାମ କରିବେ ବାଧାର ସମ୍ମୁଖୀନ ହେବେନାହିଁ। ବେପାରିଙ୍କୁ ଆୟର ନୂଆ ସ୍ରୋତ ମିଳିବ। ପାରିବାରିକ ଜୀବନ ସୁଖମୟ ହେବ। ଶୁଭରଙ୍ଗ: ଆକାଶିନୀଳ। ଆରାଧନା: ସନ୍ତୋଷୀମାତା।

ସି˚ହ: ଆପଣଙ୍କ ମନ ପ୍ରସନ୍ନ ରହିବ। ଆପଣ ନିଜର ପରିଧାନଶୈଳୀ ପ୍ରତି ବିଶେଷ ଧୢାନ ଦେବେ। ଆପଣଙ୍କୁ ରୋଜଗାରର ସୁଯୋଗ ମିଳିବ। ପ୍ରିୟବ୍ୟକ୍ତିଙ୍କ ସହିତ ମିଶିବା ପାଇଁ ଉତ୍ସୁକ ହେବେ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଗୁପ୍ତେଶ୍ବର।

କନ୍ୟା: ପୂର୍ବରୁ କରିଥିବା ପରିଶ୍ରମରେ ଆପଣଙ୍କୁ ଲାଭ ମିଳିବ। କର୍ତ୍ତୃପକ୍ଷ ଆପଣଙ୍କୁ ନୂଆ ପରିଯୋଜନା ଅର୍ପଣ କରିବେ। ଧନ ପ୍ରାପ୍ତିର ପ୍ରବଳ ଯୋଗ ରହିଛି। କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ହୋଇପାରେ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଦୁର୍ଗା।

ତୁଳା: ଦିନଟି ଭଲ ହୋଇପାରିବ ଯଦିଓ କଠିନ ପରିଶ୍ରମ କରିବେ। ସନିଅରଙ୍କ ଠାରୁ କିଛି ନୂଆ ଶିକ୍ଷାଲାଭ କରିବେ। ମହିଳାଙ୍କୁ ଆଜି ସୁନ୍ଦର ଉପହାର ମିଳିବ। ଛାତ୍ରଙ୍କ ଲାଗି ଦିନଟି ଅନୁକୂଳ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ତାରିଣୀ।

 

ବିଛା: ଦିନଟି ଶୁଭାରମ୍ଭ ଭଲରେ ହେବ। କିଛି ଖାାସ୍‌ କାମରେ ଯାତ୍ରାରେ ଯିବେ। ଆପଣଙ୍କ ସକାରାତ୍ମକ ବ୍ୟବହାର ଲୋକଙ୍କୁ ପ୍ରଭାବିତ କରିଦେବ। ବ୍ୟବସାୟରେ ଆଗକୁ ବଢ଼ିବା ପାଇଁ ଭାବିବେ। ଶୁଭରଙ୍ଗ: ଘିଅରଙ୍ଗ। ଆରାଧନା: ମାଆ ଶାରଳା।

ଧନୁ: ବେପାର ବୃତ୍ତିରେ ମନ ଚାହୁଁଥିବା ସଫଳତା ଓ ଲାଭ ପାଇବେ। ରାଜନୀତିରେ ପରିଧି ବଢ଼ାଇବେ। ବିଦେଶରେ ରହୁଥିବା ବନ୍ଧୁଙ୍କ ଠାରୁ ସୁସମ୍ବାଦ ପାଇବେ। ଘରୋଇ ସାମଗ୍ରୀ କିଣିବାକୁ ପଡ଼ିପାରେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସମଲେଶ୍ବରୀ।

ମକର: ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ। ଲୋକମାନଙ୍କ ଧୢାନ ଆକର୍ଷିତ କରିବାରେ ସଫଳ ହେବେ। ଆପଣଙ୍କ ଉନ୍ନତିର ନୂଆ ମାର୍ଗ ଖୋଲିବ। ପ୍ରିୟ ବନ୍ଧୁଙ୍କ ସହିତ ଉଦ୍ୟାନକୁ ବୁଲି ଯିବେ। ଶୁଭରଙ୍ଗ: କଫି। ଆରାଧନା: ମାଆ ଭଦ୍ରକାଳୀ।

କୁମ୍ଭ: ଦେବୀମାତାଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ଖାଦ୍ୟ ପାନୀୟ ପ୍ରତି ବିଶେଷ ଧୢାନ ଦିଅନ୍ତୁ। ନୂଆ ଚାକିରିର ପ୍ରସ୍ତାବ ମିଳିପାରେ। ନୂଆ ଘର ବା ଭୂସ˚ପତ୍ତି କିଣିବାର ସମ୍ଭାବନା ରହିଛି। ଶୁଭରଙ୍ଗ: ଘିଅରଙ୍ଗ। ଆରାଧନା: ସନ୍ତୋଷୀମାତା।

ମୀନ: ଆତ୍ମସମୀକ୍ଷାରେ ସମୟ ବିତିବ। ଈଷ୍ଟଦେବଙ୍କୁ ସ୍ମରଣ କରନ୍ତୁ, ସବୁ ଠିକ୍‌ ହୋଇଯିବ। ଗଣମାଧୢମ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କ ଲାଗି ଦିନଟି ବ୍ୟସ୍ତ ବହୁଳ ରହିବ। ଅଚାନକ ଧନଲାଭ ହେବ। ଶୁଭରଙ୍ଗ: ଧୂସର। ଆରାଧନା: ପ୍ରଭୁ ହନୁମାନ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More