Only for Entertainment

ଜାଣନ୍ତୁ ଆଜିର ରାଶିଫଳ

26

ମେଷ: ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ। ମାନସିକ ଓ ଶାରୀରିକ ଦୃଷ୍ଟିରୁ ସୁସ୍ଥ ଅନୁଭବ କରିବେ। କୌଣସି ଜରୁରୀ କାମରେ ଭାଇ ଭଉଣୀଙ୍କ ସହଯୋଗ ପାଇବେ। ବୈବାହିକ ଜୀବନ ଆନନ୍ଦମୟ ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ରାମଚଣ୍ତୀ।

ବୃଷ: ରଚନାତ୍ମକ କାମରେ ଆପଣଙ୍କର ନାମ ହେବ। ବନ୍ଧୁଙ୍କ ସହିତ ହସଖୁସିରେ ସମୟ କଟିବ। ଖାଦ୍ୟ-ପାନୀୟ ପ୍ରତି ସଜାଗ ରହନ୍ତୁ। ବାହନ ସାବଧାନତାର ସହ ଚଳାନ୍ତୁ। ଜୀବନସାଥୀ ଆପଣଙ୍କ ଉପରେ ଦୟାଶୀଳ ରହିବେ। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ମାଆ ବିରଜା।

ମିଥୁନ: ଦିନଟି ଆପଣଙ୍କ ଲାଗି ଅନୁକୂଳ। ଆପଣଙ୍କୁ ପରିଶ୍ରମର ଫଳ ନିଶ୍ଚୟ ମିଳିବ। ଆପଣଙ୍କ ବ୍ୟବହାର ଅନ୍ୟମାନଙ୍କୁ ପସନ୍ଦ ହେବ। ଅଫିସରେ ଆପଣଙ୍କ କାମର ପ୍ରଶ˚ସା ହେବ। ବିବାହ ପାଇଁ ଭଲ ପ୍ରସ୍ତାବ ଆସିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭଦ୍ରକାଳୀ।

କର୍କଟ: ଧାର୍ମିକ ପ୍ରବୃତ୍ତି ବୃଦ୍ଧି ହେବ। ଅଧିକ ସମୟ ଉପବାସ ରହନ୍ତୁ ନାହିଁ। ନୂଆ ରଣନୀତି ଆପଣଙ୍କ ଲାଗି ଲାଭଦାୟକ ହେବ। ବ୍ୟୟୋଜ୍ୟେଷ୍ଠଙ୍କ ସହିତ ସମ୍ବନ୍ଧ ନିକଟସ୍ଥ ହେବ। ମହିଳାମାନେ ଜୀବନରେ ଆଗକୁ ବଢ଼ିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ତାରିଣୀ।

ସି˚ହ: ଧର୍ମକାର୍ଯ୍ୟରେ ମନ ଲାଗିବ। ମାତା ପିତାଙ୍କ ଆଶୀର୍ବାଦ ଆପଣଙ୍କ ଲାଗି ବରଦାନ ସାବ୍ୟସ୍ତ ହେବ। ସବୁ ସମସ୍ୟାର ସମାଧାନ ହୋଇଯିବ। ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରଭାବ ବଢ଼ିବ। ଶୁଭରଙ୍ଗ: ମ୍ୟାଜଣ୍ତା। ଆରାଧନା: ହର ପାର୍ବତୀ।

କନ୍ୟା: ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ। ନୂଆ ସଉଦା କରିବା ପୂର୍ବରୁ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। କୋର୍ଟ କଚେରି ମାମଲାରେ ସଫଳତା ମିଳିପାରେ। ସ୍ବାସ୍ଥ୍ୟ ପ୍ରତି ସଚେତନ ରହନ୍ତୁ। ଶୁଭରଙ୍ଗ: ବାଦାମୀ। ଆରାଧନା: ଶ୍ରୀଗଣେଶ।

ତୁଳା: ଆପଣଙ୍କ ନୂଆ ଊର୍ଜା ସହଯୋଗୀଙ୍କୁ ପ୍ରଭାବିତ କରିବ। ସଙ୍ଗୀତକଳା କ୍ଷେତ୍ରରେ ସିଦ୍ଧି ପ୍ରାପ୍ତ ହେବ। ବ୍ୟବସାୟରେ ଅଟକିଥିବା ପଇସା ପାଇବେ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ବଢ଼ିଆ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଅମ୍ବିକା।

 

 

ବିଛା: ଆଜି ଆପଣ ନିଜର ଊର୍ଜାକୁ ଠିକ ରୂପେ ବ୍ୟବହାର କରିବେ। ଭାଗୀଦାରିଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ। ନୂଆ କାମ ପ୍ରତି ଆପଣଙ୍କର ଆଗ୍ରହ ବଢ଼ିବ। ଜୀବନସାଥୀଙ୍କ ବ୍ୟବହାର ପ୍ରେମ ଭରା ରହିବ। ଶୁଭରଙ୍ଗ: ମେରୁନ। ଆରାଧନା: ମାଆ ଭୈରବୀ।

ଧନୁ: କୌଣସି ଭଲ ଖବର ମିଳିବାର ସମ୍ଭାବନା। ମହତ୍ବପୂର୍ଣ୍ଣ ବ୍ୟାପାରରେ ମିତ୍ରଙ୍କ ସହିତ କଥାବାର୍ତ୍ତା ହେବେ। ଶିକ୍ଷା କ୍ଷେତ୍ରରେ ଉନ୍ନତି ଲାଗି ନୂଆ ସୁଯୋଗ ମିଳିବ। ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ସୂର୍ଯ୍ୟଦେବ।

ମକର: ଜରୁରୀ କାର୍ଯ୍ୟରେ ବନ୍ଧୁଙ୍କ ସାହାଯ୍ୟ ପାଇବେ। ବ୍ୟାବସାୟିକ କାମରେ ଦୂରସ୍ଥାନକୁ ଯାତ୍ରାରେ ଯାଇପାରନ୍ତି। ଖର୍ଚ୍ଚ କମ୍‌ କରିବାକୁ ଚେଷ୍ଟା କରନ୍ତୁ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ଶ୍ରୀକୃଷ୍ଣ।

କୁମ୍ଭ: ଆପଣଙ୍କର ନୂଆ ଊର୍ଜା ଅନ୍ୟକୁ ପ୍ରଭାବିତ କରିବ। ପୂର୍ବରୁ କରିଥିବା ପରିଶ୍ରମ ଲାଗି ଆଜି ଯଥେଷ୍ଟ ଲାଭ ମିଳିବ। ମିତ୍ରଙ୍କ ସହିତ ମିଶିବା ଲାଗି ତାଙ୍କ ଘରକୁ ଯିବେ। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ବଢ଼ିଆ ରହିବ। ଶୁଭରଙ୍ଗ: ନୀଳ। ଆରାଧନା: ମହାଲକ୍ଷ୍ମୀ।

ମୀନ: ମନ ପ୍ରଫୁଲ୍ଲ ରହିବ। ମିତ୍ରଙ୍କ ସହଯୋଗରେ ବ୍ୟବସାୟରେ ଉନ୍ନତି ହେବ। ସନ୍ତାନଙ୍କ ପକ୍ଷରୁ ଖୁସି ଖବର ପାଇବେ। ସରକାରୀ ଚାକିରିଆଙ୍କ ଲାଗି ଦିନଟି ଉତ୍ତମ। ପଦୋନ୍ନତିର ପୂର୍ବାଭାସ ପାଇବେ। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ବାବା ସାଇରାମ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More