Only for Entertainment

ଜାଣନ୍ତୁ ଆଜିର ରାଶିଫଳ

youtube
0 39

ମେଷ: ଆଜି ଦିନଟି ଆନନ୍ଦମୟ ରହିବ। ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। ଦୀର୍ଘ ଦିନରୁ ଲାଗି ରହିଥିବା ଘରୋଇ ଅସୁବିଧା ଦୂର ହେବ। ସନ୍ତାନଙ୍କ ସଫଳତା ହେତୁ ଆପଣ ଗୌରବ ଅନୁଭବ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭଦ୍ରକାଳୀ।

ବୃଷ: ଆପଣଙ୍କ ନୂଆ ଊର୍ଜା ସହଯୋଗୀଙ୍କୁ ପ୍ରଭାବିତ କରିବ। ବିଭିନ୍ନ ପ୍ରକାର ସ୍ଥିତିର ମୁକାବିଲା କରିବାରେ ସକ୍ଷମ ହେବେ। ସରକାରୀ ଚାକିରିଆଙ୍କୁ ଖୁସି ଖବର ମିଳିବ। ପରିବାରରେ ବଡ଼ଙ୍କ ଠାରୁ ପ୍ରଶଂସା ପାଇବେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ରାମଚଣ୍ଡୀ।

ମିଥୁନ: ବ୍ୟବସାୟୀଙ୍କୁ ବଡ଼ ଅର୍ଡର ମିଳିପାରେ। ଆପଣଙ୍କ ବ୍ୟବହାର ବହୁତ ମିଷ୍ଟ ରହିବ। ଅଚାନକ ଖୁସି ଖବର ମିଳିବ। ଛାତ୍ରଛାତ୍ରୀଙ୍କୁ ନୂଆ କୋର୍ସରେ ଯୋଡ଼ିବା ଲାଗି ଦିନଟି ଭଲ। ପ୍ରେମରେ ଆପଣଙ୍କୁ ସଫଳତା ମିଳିବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ବାବା ଚନ୍ଦନେଶ୍ୱର।

କର୍କଟ: ଆପଣଙ୍କ ସ୍ନେହର ଆଭା ଅନ୍ୟକୁ ପ୍ରଭାବିତ କରିବ। କାର୍ୟ୍ୟ କ୍ଷେତ୍ରରେ ଆଗକୁ ବଢ଼ିବା ଲାଗି ନୂଆ ଅବସର ମିଳିବ। କୌଣସି ନିର୍ମାଣ କାର୍ୟ୍ୟ ପାଇଁ ଯୋଜନା କରିବେ। ପାରିବାରିକ ଜୀବନ ସୁଖମୟ ହେବ। ଶୁଭରଙ୍ଗ: ନୀଳ। ଆରାଧନା: ସୂର୍ୟ୍ୟଦେବ।

ସିଂହ: ପ୍ରତିଟି କାମ ସକାରାତ୍ମକ ଭାବନା ଘେନି କରନ୍ତୁ; ସଫଳତା ପାଇବେ। ବନ୍ଧୁଙ୍କ ମାଧ୍ୟମରେ କିଛି ଆଶା ପୂରଣ ହେବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବ୍ୟବସାୟରେ ନୂଆ ସଉଦା ହେବ। ସ୍ୱାସ୍ଥ୍ୟ ଭଲ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ବାବା ସାଇରାମ।

କନ୍ୟା: ଦିନଟି ଆପଣଙ୍କୁ ସଫଳତା ଓ ପ୍ରଗତି ଆଣିଦେବ। ନିଜ କାମରେ ନିଜେ ଫଇସଲା କରି ସନ୍ତୁଷ୍ଟ ହେବେ। ଧନ ପ୍ରାପ୍ତିର ପ୍ରବଳ ଯୋଗ ରହିଛି। ପ୍ରିୟବନ୍ଧୁଙ୍କ ସହିତ ଭ୍ରମଣ ସୁଖଦ ଓ ଆନନ୍ଦଦାୟକ ହେବ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ ବିମଳା।

ତୁଳା: ଆଜି ଆପଣ ଊର୍ଜାବାନ ଓ ସକ୍ରିୟ ରହିବେ। ପ୍ରତିଟି କାର୍ୟ୍ୟରେ ସଫଳତା ମିଳିବ। ପରିବାର ଲୋକଙ୍କ ଠାରୁ ଖୁସି ମିଳିପାରେ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ଭଲ ରହିବ। ଛାତ୍ରୀଙ୍କୁ ପଢ଼ାଲେଖାରେ ସାଥୀଙ୍କ ସାହାଯ୍ୟ ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଦୁର୍ଗା।

ବିଛା: ଦିନଟି ଆପଣଙ୍କ ଲାଗି ଖଟା-ମିଠା ରହିବ। ଜରୁରୀ କାମରେ ଯାତ୍ରାରେ ଯିବେ। ନିର୍ଦ୍ଦିଷ୍ଟ ସମୟ ଭିତରେ କାମ ସଂପୂର୍ଣ୍ଣ ହେବା ଯୋଗୁଁ ମନ ଶାନ୍ତ ରହିବ। ଚାକିରିଆଙ୍କର ଏଭଳି ସ୍ଥାନକୁ ବଦଳି ହେବ ଯାହା ଦ୍ଵାରା ଯିବା ଆସିବାରେ ଅସୁବିଧା ହେବ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ପାଟଣେଶ୍ୱରୀ।

ଧନୁ: ଦିନଟି ଆପଣଙ୍କ ଲାଗି ଭଲ ଫଳାଫଳ ନେଇ ଆସିବ। ବ୍ୟବସାୟ ସମ୍ବନ୍ଧରେ ବନ୍ଧୁଙ୍କ ସହିତ କଥାବାର୍ତ୍ତା ହେବେ। ପୁରୁଣା ସଂପତ୍ତିରୁ ଲାଭ ମିଳିବାର ସମ୍ଭାବନା। ଅଫିସରେ ଲାଗି ରହିଥିବା ବିଶୃଙ୍ଖଳାର ସମାଧାନ ହୋଇଯିବ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ସମଲେଶ୍ୱରୀ।

ମକର: ଦିନଟି ଆପଣଙ୍କ ଲାଗି ଖୁବ୍‌ ଭଲ ରହିବ। ଅଫିସ୍‌ରେ କାହାରି ପ୍ରତି ଆକର୍ଷିତ ହେଉଥିବାର ଅନୁଭବ କରିବେ। କର୍ତ୍ତୃପକ୍ଷ ଆପଣଙ୍କୁ ନୂଆ ଦାୟିତ୍ଵ ଅର୍ପଣ କରିବେ। ବୈବାହିକ ଜୀବନରେ ମନର ଆବେଗ ସମାପ୍ତ ହେବ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀକୃଷ୍ଣ।

କୁମ୍ଭ: ପ୍ରଭୁଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। କର୍ମକ୍ଷେତ୍ରରେ ଯୋଦ୍ଧାଙ୍କ ଭଳି ରହିବେ। ପରିଶ୍ରମର ଫଳ ଦ୍ଵିଗୁଣା ମିଳିବ। ଅଚାନକ ଢେର୍‌ସାରା ଧନ ପାଇବେ। ପାରିବାରିକ ଜୀବନ ଶାନ୍ତିମୟ ହେବ। ଶୁଭରଙ୍ଗ: ବାଦାମୀ। ଆରାଧନା: ହର ପାର୍ବତୀ।

ମୀନ: ଅଫିସ୍‌ରେ କୌଣସି କଥାକୁ ନେଇ ସହକର୍ମୀଙ୍କ ସହିତ ବିତର୍କ ହୋଇପାରେ। କୋର୍ଟ କଚେରି ମାମଲାରେ ବ୍ୟସ୍ତତା ବଢ଼ିବ। ଉଧାର ନେବା ଓ ଦେବାରୁ ନିବୃତ୍ତ ରହନ୍ତୁ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ଶାରଳା।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More