Only for Entertainment

ଜାଣନ୍ତୁ ଆଜିର ରାଶିଫଳ

33

ମେଷ: ଜରୁରୀ କାମ ଶେଷ କରିବା ଲାଗି ଯୋଜନା କରିବେ। କୌଣସି ବଡ଼ ଅଧିକାରୀଙ୍କ ସହଯୋଗ ମିଳିପାରେ। ଅଫିସରେ ମାହୋଲ ଠିକ୍‌ଠାକ୍‌ ରହିବ। ନୂଆ ବାହନ କିଣିବା ଲାଗି ମନ ବଳିବ। ବାଣିଜ୍ୟ ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ରାମଚଣ୍ତୀ।

ବୃଷ: ଆଜି ଆପଣଙ୍କର ଆତ୍ମବଳ ଓ ଉତ୍ସାହ ବୃଦ୍ଧି ହେବ। ସମ୍ବନ୍ଧ ଓ କାମ ମଧୢରେ ତାଳମେଳ ବଜାୟ ରହିବ। ବ୍ୟବସାୟୀଙ୍କୁ ଅଧିକ ଧନଲାଭ ହେବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ବଢ଼ିଆ ରହିବ। ଏମ.ବିଏ. ଛାତ୍ରୀଙ୍କ ପାଇଁ ଦିନଟି ବଢ଼ିଆ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀକୃଷ୍ଣ।

ମିଥୁନ: ଆଜି ଆପଣ ନୂଆ ଊର୍ଜାର ସହିତ କାମ କରିବେ। କୌଣସି କାନୁନ ମାମଲାରେ ଖାସ୍‌ ଲୋକଙ୍କ ସାହାଯ୍ୟ ମିଳିବ। ଅଫିସରେ ଆପଣଙ୍କ କାମକୁ ପ୍ରଶ˚ସା ମିଳିବ। ଅଚାନକ ଧନଲାଭ ହେବ। ବନ୍ଧୁ ମାନଙ୍କ ସହିତ ଆପଣଙ୍କର ସମୟ ଭଲରେ କଟିବ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ଦୁର୍ଗା।

କର୍କଟ: କାର୍ଯ୍ୟ କ୍ଷେତ୍ରରେ ପୁରୁଣା ପରିଚୟରୁ ଫାଇଦା ମିଳିବ। ଶତ୍ରୁ ଆପଣଙ୍କର କ୍ଷତି କରିବାକୁ ଷଡ଼ଯନ୍ତ୍ର ରଚିବେ ହେଲେ କିଛି କରି ପାରିବେ ନାହିଁ। ଆର୍ଥିକ ସ୍ଥିତିରେ ପ୍ରଗତି ହେବ। ବିଜ୍ଞାନ ଛାତ୍ରଙ୍କ ଲାଗି ଦିନଟି ବଢ଼ିଆ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ବାବା ସାଇରାମ।

 

ସି˚ହ: ଆପଣଙ୍କର ମନୋଭାବ ହାସ୍ୟୋଦ୍ଦୀପକ ରହିବ। ବନ୍ଧୁମାନଙ୍କ ସହିତ ସମୟ କଟିବ। ନିତିଦିନିଆ କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିବ। ବେପାର କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ଶୁଭରଙ୍ଗ: ମ୍ୟାଜଣ୍ତା। ଆରାଧନା: ମାଆ ବିରଜା।

 

କନ୍ୟା: ଦିନଟି ଆପଣଙ୍କ ଲାଗି ଠିକ୍‌ଠାକ୍‌ ରହିବ। ପ୍ରତ୍ୟେକ କ୍ଷେତ୍ରରେ ସତ୍ୟର ସାଥ ଦେବେ। କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ହେବ। ଲୋକ ଆପଣଙ୍କୁ ସହଯୋଗ କରିବେ। ରାଜନୀତିରେ ଲାଭ ପାଇବେ। ପ୍ରେମ ସାଗରରେ ବୁଡ଼ ପକାଇବେ। ଶୁଭରଙ୍ଗ: ଧଳା। ଆରାଧନା: ସନ୍ତୋଷୀମାତା।

ତୁଳା: ଆତ୍ମବିଶ୍ବାସ ସହିତ କାମ କରନ୍ତୁ, ସଫଳତା ନିଶ୍ଚୟ ମିଳିବ। କାର୍ଯ୍ୟକ୍ଷେତ୍ରରେ ଅଧିକାରୀବର୍ଗ ଆପଣଙ୍କ ପକ୍ଷରେ ରହିବେ। କାରବାର ବୃଦ୍ଧି ଲାଗି ନୂଆ ସୁଯୋଗ ମିଳିବ। ଓକିଲଙ୍କ ପାଇଁ ଦିନଟି ଲାଭପ୍ରଦ ରହିବ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ କିଚକେଶ୍ବରୀ।

ବିଛା: ମନରେ ଧାର୍ମିକ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢ଼ିବ। ଆପଣଙ୍କର ସକାରାତ୍ମକ ଭାବନାରେ ଲୋକେ ପ୍ରଭାବିତ ହେବେ। କୌଣସି ଜରୁରୀ କାମରେ ସଫଳତା ମିଳିବ। ଜୀବନସାଥୀଙ୍କ ସହିତ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ। ଶୁଭରଙ୍ଗ: ଲାଲ। ଆରାଧନା: ବାବା ଆଖଣ୍ତଳମଣି।

ଧନୁ: ଦିନଟି ଆପଣଙ୍କ ଲାଗି ଦୁଃଖ ଓ ସୁଖ ମିଶ୍ରିତ ହୋଇ ରହିବ। ମନ୍ଦିର ସଫାସୁତୁରାରେ ଆପଣଙ୍କର ସହଯୋଗ ଦିଅନ୍ତୁ। ଆପଣଙ୍କୁ କୌଣସି କାମ ପାଇଁ କୋର୍ଟକୁ ଯିବାକୁ ପଡ଼ିପାରେ। ଅଫିସରେ କୌଣସି କାମର ଟିକେ ଅବରୋଧ ଆସିପାରେ। ଶୁଭରଙ୍ଗ: ଧଳା। ଆରାଧନା: ସୂର୍ଯ୍ୟଦେବ।

ମକର: ଦିନଟି ଆପଣଙ୍କ ପାଇଁ ବିଶେଷ ଫଳଦାୟୀ। ପ୍ରତ୍ୟେକ କାମରେ ନିଜକୁ ଯୋଗ୍ୟ ପ୍ରମାଣିତ କରିପାରିବେ। ଆର୍ଥିକ ସ୍ଥିତି ମଜଭୁତ ରହିବ। ଚାକିରି ତଲାସରେ ଥିବା ଯୁବକଙ୍କୁ ଭଲ ଚାକିରି ମିଳିବ। ବୈବାହିକ ଜୀବନ ଭଲ ରହିବ। ଶୁଭରଙ୍ଗ: ଗୋଳାପୀ। ଆରାଧନା: ମାଆ ବିମଳା।

 

କୁମ୍ଭ: ନିଜର ଖାସ୍‌ କାମକୁ ପ୍ରଥମେ ଶେଷ କରିବାକୁ ଚେଷ୍ଟା କରିବେ। ମିତ୍ରଙ୍କ ସହଯୋଗ ଓ ସାହାଯ୍ୟ ପାଇବେ। ସରକାରୀ କାମରେ ଲାଭ ମିଳିବାର ଯୋଗ ରହିଛି। ସ୍ବାସ୍ଥ୍ୟରେ ଧୢାନ ରଖିବା ଦରକାର। ଜୀବନସାଥୀଙ୍କ ବ୍ୟବହାର ପ୍ରେମ ଭରା ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମହାଲକ୍ଷ୍ମୀ।

ମୀନ: ମନରେ ଲାଗି ରହିଥିବା ଓଲଟପାଲଟ ଚିନ୍ତାଧାରା ସମାପ୍ତ ହୋଇଯିବ। ଅଧିକାରୀଙ୍କ ସହିତ ଖାସ୍‌ ବିଷୟ ଉପରେ କଥାବାର୍ତ୍ତା ହେବେ। ରାଜନୀତି କ୍ଷେତ୍ରରେ ଯେଉଁମାନେ ସକ୍ରିୟ ଅଛନ୍ତି ସେମାନଙ୍କୁ ଲାଭ ପ୍ରାପ୍ତ ହେବ। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ମାଆ ସମଲେଶ୍ବରୀ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More