Only for Entertainment

ଜାଣନ୍ତୁ ଆଜିର ରାଶିଫଳ

40

ମେଷ: ପରିବାରର କାମ ପୂରା କରିବାରେ ପରିବାର ଲୋକଙ୍କ ସହଯୋଗ ମିଳିବ। ବ୍ୟବସାୟ‌େର ବୃଦ୍ଧି ଲାଗି ଉପାୟ ଫଳପ୍ରଦ ହେବ। କୌଣସି ସମାରୋହରେ ଯିବା ପାଇଁ ଯୋଜନା ପ୍ରସ୍ତୁତ କରିବେ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭଦ୍ରକାଳୀ।

ବୃଷ: କମ୍‌ କଥା କହିଲେ ଲୋକଙ୍କ ନଜରକୁ ଆସିବେ। ଆପଣଙ୍କର କୌଣସି ଜରୁରୀ କାମରେ ବନ୍ଧୁଙ୍କ ସାହାଯ୍ୟ ମିଳିବ। ଆପଣଙ୍କ ମାତାଙ୍କ ସ୍ବାସ୍ଥ୍ୟରେ ସୁଧାର ହେବ। ଜମି ଦଲାଲଙ୍କୁ ପୁରୁଣା ଜମିରୁ ଲାଭ ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବଗଳାମୁଖୀ।

ମିଥୁନ: ଦିନଟି ଆପଣଙ୍କ ଲାଗି ଠିକ୍‌ଠାକ୍‌ ରହିବ। ନିଜର ସାମାଜିକ ଜୀବନରେ ଆନନ୍ଦ ଉପଭୋଗ କରିବେ। ବଜାରରେ ଅଟକିଥିବା ପଇସା ପାଇବେ। ପରିବାର ଲୋକଙ୍କ ସହିତ ବଢ଼ିଆ ସମ୍ବନ୍ଧ ସ୍ଥାପିତ ହେବ। ଶୁଭରଙ୍ଗ: ସବୁଜ। ଆରାଧନା: ପ୍ରଭୁ ହନୁମାନ।

କର୍କଟ: ଦିନଟି ମହତ୍ତ୍ବପୂର୍ଣ୍ଣ ରହିବ। ଚେଷ୍ଟା କଲେ, କଷ୍ଟ ମନେ ହେଉଥିବା କାର୍ଯ୍ୟ ସହଜରେ ହୋଇଯିବ। ଫେସନ ଡିଜାଇନିଙ୍ଗ କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ବିଦେଶ ଯାତ୍ରା କରିପାରନ୍ତି। କୋର୍ଟ କଚେରି ମାମଲାରେ ଖର୍ଚ୍ଚ ବଢ଼ିପାରେ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ସମଲେଶ୍ବରୀ।

ଧନୁ: ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ। ଯାହା ବି ଫଇସଲା କରନ୍ତୁ ଲାଭପ୍ରଦ ରହିବ। ସାମାଜିକ କାର୍ଯ୍ୟରେ ଆପଣଙ୍କର ରୁଚି ବଢ଼ିବ। କୌଣସି ନୂଆ ବ୍ୟକ୍ତିଙ୍କୁ ବନ୍ଧୁଭାବେ ଗ୍ରହଣ କରିବେ। ଆପଣଙ୍କ ସ୍ବାସ୍ଥ୍ୟ ଭଲ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଗାୟତ୍ରୀ।

ମକର: ପ୍ରତ୍ୟେକ କ୍ଷେତ୍ରରେ ଭାଗ୍ୟ ଆପଣଙ୍କୁ ସାଥ ଦେବ। ନୂଆ ପ୍ରସ୍ତାବ ଓ ପ୍ରକଳ୍ପ ମିଳିପାରେ। ଧର୍ମସ˚ସ୍ଥାକୁ ଦାନ ଦେଇପାରନ୍ତି। କୋର୍ଟ କଚେରି ମାମଲାର ଫଇସଲା ଆପଣଙ୍କ ପକ୍ଷରେ ଆସିବ। ପରିବାର ଲୋକଙ୍କ ସହିତ ଆନନ୍ଦର ମୁହୂର୍ତ୍ତ ବିତେଇବେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ଶ୍ରୀଗଣେଶ।

ସି˚ହ: ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ। ସ୍ଥଗିତ ଥିବା କାମ ସହଜରେ ପୂରା ହେବ। ଆପଣଙ୍କ କାମରେ କର୍ତ୍ତା ଖୁସି ହେବେ। ନାରାଜ ଥିବା ବନ୍ଧୁଙ୍କୁ ମନାଇବାରେ ସଫଳ ହେବେ। ଧନପ୍ରାପ୍ତିର ପ୍ରବଳ ଯୋଗ ରହିଛି। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।

 

କନ୍ୟା: ଆଜି ଆପଣଙ୍କୁ ଭାଗ୍ୟ ବହୁତ କିଛି ଦେବ। ଯେଉଁ କାମ କାମକୁ ପୂରା କରିବାକୁ ଚାହିଁବେ, ସହଜରେ ପୂରା ହୋଇଯିବ। ଅଧିକାରୀବର୍ଗ ଆପଣଙ୍କ କାମରେ ପ୍ରସନ୍ନ ହେବେ। ଆର୍ଥିକ ସ୍ଥିତି ବଢ଼ିଆ ରହିବ। ମହିଳାମାନେ ଜୀବନରେ ଆଗକୁ ବଢ଼ିବେ। ଶୁଭରଙ୍ଗ: ଲାଲ। ଆରାଧନା: ମହାଲକ୍ଷ୍ମୀ।

ତୁଳା: ଆପଣଙ୍କର ମଧୁର ବ୍ୟବହାରରେ ନୂଆ ଲକ୍ଷ୍ୟ ହାସଲ କରିନେବେ। ଶାସନରେ ଥିବା ଲୋକଙ୍କ ସହିତ ସହିତ ସ˚ପର୍କ ବଢ଼ିବ। ବ୍ୟବସାୟରେ ଅଚାନକ ଧନଲାଭର ସୁଯୋଗ ମିଳିବ। ଆପଣଙ୍କର ଦାଂପତ୍ୟ ସମ୍ବନ୍ଧରେ ମଧୁରତା ଆସିବ। ଶୁଭରଙ୍ଗ: ଧଳା। ଆରାଧନା: ସନ୍ତୋଷୀମାତା।

 

ବିଛା: ସାଥୀ ସହିତ ହସଖୁସିରେ ସମୟ କଟିବ। ବ୍ୟାଙ୍କରେ ଅର୍ଥ ନେଣେଦେଣ ସାବଧାନତା ସହକାରେ କରିବା ଦରକାର। ସବୁ ପ୍ରକାର ପରିସ୍ଥିତିର ମୁକାବିଲା କରିବା ଲାଗି ପ୍ରସ୍ତୁତ ରହନ୍ତୁ। ପୂରା ହେବାକୁ ଯାଉଥିବା କୌଣସି କାମରେ ଅବରୋଧ ହୋଇପାରେ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଦୁର୍ଗା।

 

କୁମ୍ଭ: ଦେବୀମାତାଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ଆପଣଙ୍କ ମନରେ ଉଙ୍କି ମାରିଥିବା ପ୍ରଶ୍ନର ସମାଧାନ ମିଳିବ। ସମାଜରେ ଆପଣଙ୍କର ମାନ ସମ୍ମାନ ବଢ଼ିବ। ବ୍ୟବସାୟରେ ନୂଆ ଲୋକଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହେବ। ଶୁଭରଙ୍ଗ: ମେରୁନ। ଆରାଧନା: ମାଆ କାଳୀଜାଈ।

ମୀନ: ଆପଣଙ୍କର ସମୟ ପରିବାର ଲୋକଙ୍କ ସହିତ ବିତିବ। ବେପାରରେ ଅଚାନକ ଧନଲାଭର ସୁଯୋଗ ମିଳିବ। ଅଫିସରେ କେବଳ ନିଜ କାମରେ ମନୋଯୋଗ ଦିଅନ୍ତୁ। ଆଜି କୌଣସି ଉପନ୍ୟାସ ପଢ଼ିବାରେ ମନ ବଳାଇପାରନ୍ତି। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ସରସ୍ବତୀ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More