Only for Entertainment

ଜାଣନ୍ତୁ ଆଜିର ରାଶିଫଳ

youtube
0 52

ମେଷ: ସ୍ୱାସ୍ଥ୍ୟ ଭଲ ଓ ମନ ପ୍ରସନ୍ନ ରହିବ। ପରିବାରରେ ଏକତା ଓ ପ୍ରେମ ବଢ଼ିବ। ଲେଖକଙ୍କ ଲାଗି ଦିନଟି ବିଶେଷ ଫଳଦାୟକ ରହିବ। ଆୟର ନୂଆ ମାଧ୍ୟମ ଦୃଷ୍ଟିଗୋଚର ହେବ। ଛାତ୍ରଙ୍କୁ ପରୀକ୍ଷାରେ ଭଲ ଫଳାଫଳ ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବିରଜା।

ବୃଷ: ଆପଣଙ୍କ ଦୃଷ୍ଟିକୋଣ ପ୍ରଗତିଶୀଳ ରହିବ। ଯେତେ ମିଠା କଥା କହିବେ ସେତେ ଲାଭ ପାଇବେ। ବ୍ୟବସାୟ କରିବା ଲାଗି ଯୋଜନା ପ୍ରସ୍ତୁତ କରିପାରନ୍ତି। ସନ୍ଧ୍ୟାରେ କୌଣସି ବନ୍ଧୁଙ୍କ ସହିତ ଭେଟ ହେବ। ଖୁସି ହୋଇ ଆପଣ ଖର୍ଚ୍ଚ ଅଧିକ କରିପାରନ୍ତି। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ବାବା କପିଳାସ।

ମିଥୁନ: ସକାରାତ୍ମକ ତରଙ୍ଗରେ ପୂର୍ଣ୍ଣ ରହିବେ। ଆପଣଙ୍କ ସ୍ୱଭାବ ଅନ୍ୟମାନଙ୍କୁ ପ୍ରଭାବିତ କରିବ। ସାମାଜିକ ସମାରୋହରେ ସହଯୋଗ କରିବାର ସୁଯୋଗ ମିଳିବ। ଓକିଲଙ୍କ ପାଇଁ ଦିନଟି ଭଲ ରହିବ। ଧନର ଆଗମନ ହେବ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ସୁରେଶ୍ୱରୀ।

କର୍କଟ: ଆଜି ଭାଗ୍ୟ ଆପଣଙ୍କ ସଙ୍ଗରେ ରହିବ। ବ୍ୟବସାୟ ଓ ଚାକିରି ସମ୍ବନ୍ଧିତ କାମ ପୂରା ହେବ। ଆର୍ଥିକ ସ୍ଥିତିରେ ସୁଧାର ହେବ। ପରିବାରରେ ଆପଣଙ୍କର ପ୍ରାଧାନ୍ୟ ବୃଦ୍ଧି ହେବ। ପ୍ରେମ ବ୍ୟାପାର ପାଇଁ ଦିନଟି ଭଲ। ଶୁଭରଙ୍ଗ: ଧଳା। ଆରାଧନା: ଭଗବାନ ବିଷ୍ଣୁ।

ସିଂହ: ପୂଜାପାଠ କାର୍ୟ୍ୟକ୍ରମରେ ରୁଚି ବଢ଼ିବ। ଧର୍ମ ଚର୍ଚ୍ଚାରେ ଅଂଶ ଗ୍ରହଣ କରିବେ। ଚିନ୍ତାଶୀଳ ବ୍ୟକ୍ତିଙ୍କ ସହିତ ସଂପର୍କ ମଜଭୁତ ହେବ। ପୁସ୍ତକ ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ। ଅବିବାହିତଙ୍କୁ ବିବାହ ପ୍ରସ୍ତାବ ମିଳିବ। ଶୁଭରଙ୍ଗ: ମାଜେଣ୍ଡା। ଆରାଧନା: ମାଆ ଶାରଳା।

କନ୍ୟା: ଆପଣ ଟିକେ ବିଷାଦଗ୍ରସ୍ତ ରହିବେ। ଜୀବନସାଥୀଙ୍କ ପରାମର୍ଶ ନେଇ କାମ କରନ୍ତୁ; ଲାଭ ହେବ। ଚାକିରିରେ ଦରମା ବୃଦ୍ଧିର ସମ୍ଭାବନା ରହିଛି। ବାହାର କାମରେ ଗଲାବେଳେ ବାହନ ସାବଧାନତାର ସହ ଚଳାନ୍ତୁ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ସନ୍ତୋଷୀ ମାତା।

ତୁଳା: ଆର୍ଥିକ ସମସ୍ୟାର ସମାଧାନ ହେବ। ଛୋଟିଆ ବେପାରୀଙ୍କ ଲାଗି ସମୟ ଲାଭପ୍ରଦ। ସରକାରୀ ଚାକିରିଆଙ୍କୁ ଲାଭ ମିଳିପାରେ। ଯୁବତୀମାନେ ନିଜର ପ୍ରିୟବନ୍ଧୁଙ୍କ ସହିତ ଗପସପରେ ସମୟ ବିତେଇବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଅମ୍ବିକା।

ବିଛା: ଆପଣଙ୍କ ବୀରତ୍ଵକୁ ବଳ ମିଳିବ। କାର୍ୟ୍ୟ କ୍ଷେତ୍ରରେ ଗୁରୁତ୍ଵପୂର୍ଣ୍ଣ ଫଇସଲା ନେଇପାରନ୍ତି। ଶତ୍ରୁଙ୍କୁ ପରାସ୍ତ କରିବେ। ଜୀବନସାଥୀଙ୍କ ବ୍ୟବହାର ପ୍ରେମ ଭରା ରହିବ। ସଙ୍ଗୀତ ଛାତ୍ରଙ୍କ ଲାଗି ଦିନଟି ଶୁଭ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭୈରବୀ।

ଧନୁ: ଆପଣଙ୍କ କ୍ୟାରିୟର ଲାଗି ଭଲ ଦିନଟିଏ। ନୂଆ ଦାୟିତ୍ଵ ଗ୍ରହଣ କରିବେ। ସଞ୍ଚୟ ଅର୍ଥ ବୃଦ୍ଧି ହେବ। ପ୍ରେମ ବ୍ୟବହାରରେ ସତେଜତା ଅନୁଭବ କରିବେ। ଧାର୍ମିକ ଅନୁଷ୍ଠାନ ପ୍ରତି ରୁଚି ବଢ଼ିବ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ପାଟଣେଶ୍ୱରୀ।

ମକର: ପରିଶ୍ରମୀ ଲୋକଙ୍କୁ ନିଜ ପରିଶ୍ରମର ମିଠାଫଳ ମିଳିବ। ବ୍ୟବସାୟରେ କୌଣସି ନିଷ୍ପତ୍ତି ତରବରିଆ ଭାବରେ ନିଅନ୍ତୁନାହିଁ। କୌଣସି ନିର୍ମାଣ କାର୍ୟ୍ୟ ଲାଗି ଯୋଜନା କରିବେ। ରାଜନୀତିରେ ସଫଳତା ମିଳିବ। ଶୁଭରଙ୍ଗ: ନୀଳ। ଆରାଧନା: ଶ୍ରୀକୃଷ୍ଣ।

କୁମ୍ଭ: ଦିନଟି ଆପଣଙ୍କ ପାଇଁ ଅନୁକୂଳ। ଜୀବିକା ସମ୍ବନ୍ଧିତ ଭଲ ଖବର ପାଇବେ। ପ୍ରଚୁର ମାତ୍ରାରେ ଧନାଗମ ହେବ। ଭୂସଂପତ୍ତି ମାମଲାର ବଡ଼ ଫଇସଲା ହୋଇପାରେ। ପରିବାରରେ ଖୁସିର ମାହୋଲ୍‌ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମହାଲକ୍ଷ୍ମୀ।

ମୀନ: ଦିନଟି ଆପଣଙ୍କୁ ଶୁଭଫଳ ପ୍ରଦାନ କରିବ। କଳ୍ପନା ଦୁନିଆରେ ରହିବେ। ବନ୍ଧୁଙ୍କ ମାଧ୍ୟମରେ ଆର୍ଥିକ ଲାଭ ହେବ। କର୍ତ୍ତୃପକ୍ଷ ଆପଣଙ୍କୁ ନୂଆ କାମ ଅର୍ପଣ କରିବେ। ପ୍ରେମରେ ଆପଣଙ୍କୁ ସଫଳତା ମିଳିବ। ଶୁଭରଙ୍ଗ: ଲାଲ। ଆରାଧନା: ବାବା ଲିଙ୍ଗରାଜ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More