Only for Entertainment

ଜାଣନ୍ତୁ ଆଜିର ରାଶିଫଳ

56

ମେଷ: ପରିବାର ସହ ଧର୍ମାନୁଷ୍ଠାନକୁ ଯିବେ। ଆପଣଙ୍କ ଉତ୍ତମ ବ୍ୟବହାର ଅନ୍ୟମାନଙ୍କୁ ଖୁସି କରିବ। ନୂଆ ଭାବନାରେ ଆଗକୁ ଆଗେଇବେ।

ବୃଷ: କାର୍ଯ୍ୟକ୍ଷେତ୍ରରେ ସଫଳତା। ବୃତ୍ତିଗତ କାର୍ଯ୍ୟରେ ବିଦେଶ ଗସ୍ତ କରିପାରନ୍ତି। ଉଦାର ସ୍ବଭାବରେ ଅନ୍ୟମାନଙ୍କୁ ଆକର୍ଷିତ କରିବେ।

ମିଥୁନ: ରାଜନୀତିରେ ଥିବା ବ୍ୟକ୍ତି ସତର୍କ ରହନ୍ତୁ। ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ। ପାରିବାରିକ ଜୀବନରେ ଖୁସି।

କର୍କଟ: ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦରୁ ସବୁକାମ ସୁରୁଖୁରୁରେ ସଂପନ୍ନ ହେବ। ରାଜନୀତିକ ନେତାଙ୍କ ଲାଗି ଦିନଟି ଶୁଭ। ମିତ୍ରଙ୍କ ସହ ଲାଗିରହିଥିବା ତିକ୍ତତା ଦୂର ହେବ।

ସି˚ହ: ମିଷ୍ଟ ବ୍ୟବହାରରେ ସବୁ କାମ କରାଇନେବେ। କର୍ତ୍ତୃପକ୍ଷ ଆପଣଙ୍କୁ କୌଣସି ବଡ଼ ଦାୟିତ୍ବ ଦେବେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ରହିବ।

କନ୍ୟା: ଜରୁରୀ କାମ ଶେଷ ଲାଗି ଯୋଜନା କରିବେ। ସମାଜରେ ସମ୍ମାନ ବଢ଼ିବ। ଫେସନ୍‌ ଡିଜାଇନିଙ୍ଗ୍‌ ବୃତ୍ତିଧାରୀଙ୍କୁ ନୂଆ ନିଯୁକ୍ତି ମିଳିପାରେ।

ତୁଳା: ଜରୁରୀ କାମରେ ଯାଉଥିଲେ ଆତ୍ମବିଶ୍ବାସ ରଖନ୍ତୁ। ବ୍ୟବସାୟରେ ସଫଳତା ଓ ଲାଭ ପାଇବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିବ।

ବିଛା: ବ୍ୟାବସାୟିକ ଯାତ୍ରା ଲାଭପ୍ରଦ ହେବ। କଳାକାରଙ୍କ ପାଇଁ ଦିନଟି ଅନୁକୂଳ। ମନୋରଂଜନ କାର୍ଯ୍ୟକ୍ରମରେ ଭାଗ ନେବାକୁ ସୁଯୋଗ ମିଳିପାରେ।

ଧନୁ: ସବୁଦୃଷ୍ଟିରୁ ଦିନଟି ଅନୁକୂଳ ରହିବ। ଅନ୍ୟମାନଙ୍କ ସହିତ ଲାଗି ରହିଥିବା ତିକ୍ତତା ଦୂର ହେବ। କୌଣସି ପ୍ରାଇଭେଟ୍‌ କ˚ପାନିରେ ଚାକିରି ମିଳିପାରେ।

ମକର: ନିର୍ଦ୍ଦିଷ୍ଟ ସମୟ ଭିତରେ କାମ ସ˚ପୂର୍ଣ୍ଣ ହେବ। ମନ ଶାନ୍ତ ରହିବ। ସମାଜରେ ମାନ-ସମ୍ମାନ ମିଳିବ। ବ୍ୟବସାୟରେ ଲାଭ।

କୁମ୍ଭ: ଆଧୢାତ୍ମିକ ଭାବନାରେ ଅଧିକ ସମୟ ବିତିବ। ବିଭିନ୍ନ କ୍ଷେତ୍ରରେ ଜ୍ଞାନ ଅର୍ଜନ ପାଇଁ ପ୍ରୟାସ କରିବେ। ବ୍ୟବସାୟ କ୍ଷେତ୍ରରେ ଅନ୍ୟମାନଙ୍କ ଠାରୁ ସାହାଯ୍ୟ ମିଳିବ।

ମୀନ: କୋର୍ଟ କଚେରି ମାମଲାର ଫଇସଲା ଆପଣଙ୍କ ପକ୍ଷରେ ଆସିବ। କମ୍ପାନି ଚାକିରି କରୁଥିବା ବ୍ୟକ୍ତି ବିଶେଷଙ୍କୁ ଉପରିସ୍ଥ ଅଧିକାରୀଙ୍କ ଠାରୁ ସହଯୋଗ ମିଳିବ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More