Only for Entertainment

ଜାଣନ୍ତୁ ଆଜିର ରାଶିଫଳ

77

ମେଷ: କ୍ୟାରିଅରରେ ଉନ୍ନତିର ସୁଯୋଗ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ଦାଂପତ୍ୟ ଜୀବନରେ ସୁଖ-ଶାନ୍ତି।

ବୃଷ: ଦିନଟି ଅନୁକୂଳ। ଆପଣଙ୍କ ଅନୁସାରେ ପରିସ୍ଥିତି ବଦଳିଯିବ। ସ୍ଥଗିତ ସରକାରୀ କାମ ପୂରଣ ହେବ। ପରିବାର ଲୋକଙ୍କ ସହିତ ଅଧିକ ସମୟ ବିତିବ।

ମିଥୁନ: ମନ ଖୁସି ରହିବ। ମିଠା କଥା କହି ସମସ୍ତଙ୍କ ହୃଦୟ ଜିଣିବେ। ବ୍ୟବସାୟରେ ନୂଆ କୌଶଳ ଆପଣାଇବେ। ସୁକର୍ମ ପାଇଁ ସମ୍ମାନିତ ହେବେ।

କର୍କଟ: ଆଧୢାତ୍ମିକ ଭାବନାରେ ସମୟ ବିତିବ। ଉପରିସ୍ଥ ଅଧିକାରୀଙ୍କ ସହିତ ସାବଧାନତାର ସହ କଥାବାର୍ତ୍ତା କରନ୍ତୁ। ଅନ୍ତରଙ୍ଗ ବନ୍ଧୁଙ୍କ ସହିତ ମନକଥା ବାଣ୍ଟନ୍ତୁ।

ସି˚ହ: ସତ୍‌ପଥରେ ଆଗକୁ ଆଗେଇବେ। ବ୍ୟବସାୟରେ ଉନ୍ନତି। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ। ମିତ୍ରଙ୍କ ସହିତ ମନୋରମ ସ୍ଥାନକୁ ଭ୍ରମଣରେ ଯିବେ।

କନ୍ୟା: କାର୍ଯ୍ୟକ୍ଷେତ୍ରରେ ତଳିଆ କର୍ମଚାରୀଙ୍କ ସହଯୋଗ ମିଳିବ। ସାମାଜିକ ମାନ-ସମ୍ମାନ ବୃଦ୍ଧି। ପରିବାର ଲୋକଙ୍କ ଆଶା ପୂରଣ କରିବେ।

ତୁଳା: ଆଇନ-କାନୁନ ମାମଲା ସମାଧାନ ହୋଇପାରେ। ଯୁବକଙ୍କ ଲାଗି ସଫଳତାର ନୂଆ ବାଟ ଫିଟିବ। ଦାଂପତ୍ୟ ଜୀବନ ମଧୁରତାପୂର୍ଣ୍ଣ ରହିବ।

ବିଛା: ଭାବନା ଉପରେ ନିୟନ୍ତ୍ରଣ ରଖିବାର ଉପାୟ ଶିକ୍ଷା ଲାଭ କରିବେ। କୌଣସି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଖର୍ଚ୍ଚ ବଢ଼ିପାରେ।

ଧନୁ: ହୋଟେଲ ପରିଚାଳନା କରୁଥିବା ବ୍ୟକ୍ତିଙ୍କୁ ଧନଲାଭ ହେବ। ଫିଲ୍ମ କଳାକାରଙ୍କୁ ଉତ୍ତମ ପ୍ରସ୍ତାବ ମିଳିପାରେ। ପ୍ରିୟ ବନ୍ଧୁଙ୍କ ସହିତ ସଂପର୍କ ବଢ଼ିବ।

ମକର: କ୍ୟାରିଅର ଗଠନରେ ଉତ୍ତମ ସୁଯୋଗ ମିଳିବ। ସାମାଜିକ କାର୍ଯ୍ୟରେ ଭାଗ ନେବେ। ମିତ୍ରଙ୍କ ସହିତ ତିକ୍ତତା ଦୂର ହେବ। ସ୍ବାସ୍ଥ୍ୟ ଉପରେ ଧୢାନ ରଖନ୍ତୁ।

କୁମ୍ଭ: ମାତା-ପିତାଙ୍କ ଆଶୀର୍ବାଦ ନିଅନ୍ତୁ, ଦିନଟି ଭଲରେ କଟିବ। ବ୍ୟବସାୟରେ କୌଣସି ଜରୁରୀ କାମ ପୂରା ହେବ। ବାଣିଜ୍ୟ ଛାତ୍ରଙ୍କୁ ମନ ମୁତବାକ କାର୍ଯ୍ୟ ମିଳିବ।

ମୀନ: ପାରିବାରିକ ଜୀବନ ସୁଖମୟ। ଭାବନା ଅନୁସାରେ କାର୍ଯ୍ୟ କରି ସଫଳ ହେବେ। ଛାତ୍ରମାନଙ୍କୁ ନିଯୁକ୍ତି ସୁଯୋଗ ମିଳିବ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More