Only for Entertainment

ଜାଣନ୍ତୁ ଆଜିର ରାଶିଫଳ

245

ମେଷ: ବ୍ୟାବସାୟିକ କାର୍ଯ୍ୟରେ ଦୂର ଯାତ୍ରା। ଅଫିସରେ ନୂଆ ଦାୟିତ୍ବ ସମ୍ଭାଳିବେ। ବିବାହ ପ୍ରସ୍ତାବ ଆସିପାରେ।

ବୃଷ: କିଛି ନୂଆ ସୁଯୋଗ ଆସିପାରେ। ଭାବନା ଅନୁସାରେ କାମ ସଂପୂର୍ଣ୍ଣ ହେବ। କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ହୋଇପାରେ।

ମିଥୁନ: କାର୍ଯ୍ୟରେ ବାଧା ଉପୁଜିପାରେ। ପରିବାର ଲୋକଙ୍କ ସାହାଯ୍ୟ ପାଇବେ। ସାମାଜିକ କାର୍ଯ୍ୟରେ ରୁଚି। ଚାକିରିରେ ନୂଆ ଦାୟିତ୍ବ ଗ୍ରହଣ କରିବେ।

କର୍କଟ: ଭାଗିଦାରିଙ୍କ ସହ କାମ କରି‌େବ। ଆର୍ଥିକ ସ୍ଥିତି ଭଲ ରହିବ। ସନ୍ତାନଙ୍କ ପକ୍ଷରୁ ଭଲ ଖବର ପାଇବେ। ଚାକିରିଜୀବୀଙ୍କ ଲାଗି ସମୟ ଅନୁକୂଳ।

ସି˚ହ: ଉତ୍ତମ ବ୍ୟବହାରରେ ଅନ୍ୟମାନଙ୍କ ହୃଦୟ ଜିଣିବେ। ନୂଆ ‌େଯାଜନାର କାମ ଆରମ୍ଭ କରିପାରନ୍ତି। ବ୍ୟବସାୟୀଙ୍କୁ ଧନଲାଭ। ପ୍ରେମିକ-ପ୍ରେମିକାଙ୍କ ଲାଗି ଭଲ ଦିନଟିଏ।

କନ୍ୟା: ଅଫିସ୍‌ରେ ନିଜ ମତ ରଖିବାକୁ ସୁଯୋଗ ମିଳିବ। ଛାତ୍ରମାନେ ପରିଶ୍ରମର ଫଳ ପାଇବେ। ପ୍ରେମରେ ସଫଳତା ମିଳିବ।

ତୁଳା: ଅନ୍ୟକୁ ବୁଝାଇବାରେ ସଫଳ ହେବେ। ସମାଜରେ ପ୍ରତିପତ୍ତି ବଢ଼ିବ। ନୂଆ ଘର କିଣିବା ପାଇଁ ଯୋଜନା କରିବେ। ଜୀବନସାଥୀଙ୍କ ସହିତ ଦିନଟି ଭଲରେ କଟିବ।

ବିଛା: ଲକ୍ଷ୍ୟ ପୂରଣ ‌େହବ। କାର୍ଯ୍ୟକ୍ଷେତ୍ରରେ ଅଧିକାରୀବର୍ଗ ଆପଣଙ୍କ ପକ୍ଷରେ ରହିବେ। ଲେଖାପଢ଼ାରେ ଛାତ୍ରୀମାନଙ୍କ ରୁଚି ବଢ଼ିବ।

ଧନୁ: ପ୍ରଭୁଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ମାତା-ପିତାଙ୍କ ଠାରୁ ଆଶୀର୍ବାଦପ୍ରାପ୍ତ ହେ‌େବ। ଅଫିସରେ ଆପଣଙ୍କ କାମକୁ ଠିକ୍‌ ଦିଶା ଦେବେ। ଧନ ସମ୍ବନ୍ଧୀୟ ଚିନ୍ତା ଦୂର ହେବ।

ମକର: ଅର୍ଥ ସମ୍ବନ୍ଧରେ କୌଣସି ବିପଦପୂର୍ଣ୍ଣ ପଦକ୍ଷେପ ନିଅନ୍ତୁ ନାହିଁ। ବଡ଼ ଅଧିକାରୀଙ୍କ ସହଯୋଗ ମିଳିବ। ସାମାଜିକ କାର୍ଯ୍ୟ କରିବାକୁ ସୁଯୋଗ ମିଳିବ।

କୁମ୍ଭ: ଚଞ୍ଚଳ ସ୍ବଭାବ ଲାଗି ଅଶାନ୍ତ ହୋଇପାରନ୍ତି। ଅନ୍ୟମାନଙ୍କ ସହିତ କଥାବର୍ତ୍ତା ସମୟରେ ଭାବିଚିନ୍ତି କଥା କୁହନ୍ତୁ। ସରକାରୀ କାମରେ ବାଧା ଆସିପାରେ।

ମୀନ: ନିର୍ଦ୍ଦିଷ୍ଟ ସମୟରେ କାମ ସଂପୂର୍ଣ୍ଣ କରିବେ। ଦିନଟି ସୁଖ-ଶାନ୍ତିରେ କଟିବ। ବ୍ୟବସାୟୀଙ୍କୁ ପ୍ରଚୁର ଲାଭ ମିଳିବ। ବିବାହିତମାନେ ବାହାରକୁ ବୁଲିଯିବାର ଯୋଜନା କରିବେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More