Only for Entertainment

ଜାଣନ୍ତୁ ଆଜିର ରାଶିଫଳ

youtube
0 51

ମେଷ: ନୂଆ ଭିତ୍ତି ସ୍ଥାପନ ଲାଗି ଦିନଟି ଅନୁକୂଳ। ସରକାରୀ ଚାକିରିଆଙ୍କୁ ଲାଭ ମିଳିବାର ଯୋଗ ରହିଛି। ବ୍ୟବସାୟରେ ଲାଭ ଭଲ ହେବ। ବିବାହିତ ଭଲ ସ୍ଥାନକୁ ଭ୍ରମଣରେ ଯିବେ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ଶାରଳା।

ବୃଷ: ଆପଣଙ୍କ ଶୌର୍ଯ୍ୟକୁ ବଳ ମିଳିବ। ପ୍ରତିଟି କ୍ଷେତ୍ରରେ ନିର୍ଭୀକତାର ପରିଚୟ ଦେବେ। ଆଶା ଠୁଁ ଅଧିକ ଧନଲାଭ ହେବ। ବେକାରଙ୍କୁ ନୂଆ ଚାକିରିର ପ୍ରସ୍ତାବ ମିଳିପାରେ। ପ୍ରେମ ବ୍ୟାପାର ପାଇଁ ଦିନଟି ଭଲ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ରାମଚଣ୍ଡୀ।

ମିଥୁନ: ଦିନଟି ଆପଣଙ୍କୁ ଶୁଭଫଳ ପ୍ରଦାନ କରିବ। ବ୍ୟବସାୟ କ୍ଷେତ୍ରରେ ଆମଦାନି ବୃଦ୍ଧି ହେବ। ପୁସ୍ତକ ଦୋକାନ ଖୋଲିବା ପାଇଁ ଦିନଟି ଭଲ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ଶ୍ରୀ ଗଣେଶ।

କର୍କଟ: ନକାରାତ୍ମକ ଚିନ୍ତା ମନରୁ ବାହାର କରି ଦିଅନ୍ତୁ। ଶତ୍ରୁଙ୍କ ପ୍ରତି ସାବଧାନ ରହନ୍ତୁ। କମ୍ପ୍ୟୁଟର କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କର ପ୍ରଗତିରେ ଗତିରୋଧ ହେବ। ସ୍ୱାସ୍ଥ୍ୟରେ ଅବନତି ଦେଖାଦେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭଗବତୀ।

ସିଂହ: ଆପଣଙ୍କ ଦୃଷ୍ଟିକୋଣ ପ୍ରଗତିଶୀଳ ରହିବ। ଯେତେ ମିଠା କଥା କହିବେ ସେତେ ଲାଭ ପାଇବେ। କ୍ୟାରିୟର ସମ୍ବନ୍ଧିତ କୌଣସି ବଡ଼ ଫଇସଲା ନେଇ ପାରନ୍ତି। ପରିବାରରେ କାହାରି ବିବାହ ତାରିଖ ଧାର୍ଯ୍ୟ ହୋଇପାରେ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ସମଲେଶ୍ୱରୀ।

କନ୍ୟା: ଆଜି କୌଣସି ନୂଆ କାମର ଶୁଭାରମ୍ଭ କରିବେ। ବାପାଙ୍କ ସହିତ ସମ୍ବନ୍ଧ ପ୍ରେମପୂର୍ଣ୍ଣ ରହିବ। ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହିତ ସଂପର୍କ ସ୍ଥାପନ ହେବ। ପୁରୁଣା ସଂପତ୍ତିରୁ ଲାଭ ମିଳିବାର ସମ୍ଭାବନା। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବିରଜା।

ତୁଳା: କ୍ୟାରିୟର ପାଇଁ ସମୟ ଅଧିକ ଶୁଭ ରହିବ। ଆପଣଙ୍କ ବିଚାର ଉପରେ ସ୍ଥିର ରହନ୍ତୁ। ବ୍ୟବସାୟରୁ ଯଥେଷ୍ଟ ଲାଭ ପାଇବେ। ପ୍ରିୟ ବ୍ୟକ୍ତିଙ୍କ ସହିତ ସିନେମା ଦେଖିବାର ସୁଯୋଗ ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବିମଳା।

ବିଛା: ଧର୍ମକର୍ମ କରନ୍ତୁ, ଲାଭ ପାଇବେ। ଅଫିସ୍‌ରେ ଆପଣଙ୍କ କାମରେ କର୍ତ୍ତୃପକ୍ଷ ଖୁସି ହୋଇ ଉପହାର ଦେବେ। ପରିବାରରେ ସୁଖ ଓ ଶାନ୍ତି ପାଇଁ ଦିନଟି ଭଲ। କୌଣସି ନିର୍ମାଣ କାର୍ଯ୍ୟ ପାଇଁ ଯୋଜନା କରିବେ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ସୁରେଶ୍ୱରୀ।

ଧନୁ: ଦେବୀମାତାଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରନ୍ତୁ, ଆପଣଙ୍କର ମନୋକାମନା ପୂରଣ ହେବ। ଚାକିରିରେ ମାନସମ୍ମାନ ପାଇବେ। ବଡ଼ ସଉଦା ହାତରେ ଲାଗି ପାରେ। କଳା ସାହିତ୍ୟ କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ଯଥେଷ୍ଟ ଲାଭ ହେବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ଶ୍ରୀକୃଷ୍ଣ।

ମକର: ଭାଗ୍ୟର ସହଯୋଗ ପାଇବେ। ଆପଣ ନିଜ କଥାରେ ଲୋକଙ୍କ ମନକୁ ମନାଇ ନେଇପାରିବେ। ବ୍ୟବସାୟ ସମ୍ବନ୍ଧିତ ଭଲ ଖବର ପାଇବେ। ଜୀବନସାଥୀ ଆପଣଙ୍କୁ ଢେର୍‌ସାରା ପ୍ରେମ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ବାବା କପିଳାସ।

କୁମ୍ଭ: ସଫଳତାର ଦିନଟିଏ। ବିଶେଷ ଯାତ୍ରାରେ ଯାଇପାରନ୍ତି। ରାଜନୀତି କରୁଥିବା ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ। ବ୍ୟବସାୟ ଲାଗି ଭଲ ସୁଯୋଗ ପାଇବେ। ଛାତ୍ରଙ୍କୁ ପରୀକ୍ଷାରେ ସଫଳତା ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସରସ୍ୱତୀ।

ମୀନ: ବ୍ୟବସାୟରେ ଉନ୍ନତି ପାଇଁ ନୂଆ ରଣ କୌଶଳ ପ୍ରସ୍ତୁତ କରିବେ। ମନକଥା ମନରେ ରଖନ୍ତୁ, ବିଜୟୀ ହେବେ। ଅଫିସରେ ନିଜର ଭାଷାଶୈଳୀ ପ୍ରତି ଧ୍ୟାନ ଦିଅନ୍ତୁ। ନୂଆ ପ୍ରେମ ଜୀବନରେ ମୃଦୁ ଆଘାତ ଦେଇପାରେ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଅମ୍ବିକା।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More