Only for Entertainment

ଜାଣନ୍ତୁ ଆଜିର ରାଶିଫଳ

youtube
0 51

ମେଷ: ପରିବାର ସହିତ ଅଧିକ ସମୟ ଖୁସିରେ କଟିବ। କାର୍ୟ୍ୟକ୍ଷେତ୍ରରେ ଅଶାନ୍ତି ସମାପ୍ତ ହେବ। ବିଦେଶରେ ଜଡ଼ିତ ବ୍ୟବସାୟୀ ଆଜି ବଡ଼ ଡିଲ୍‌ କରିବେ। ଅନ୍ତରଙ୍ଗ ବନ୍ଧୁଙ୍କ ସହିତ ମିଶିବା ପାଇଁ ଉତ୍ସୁକ ହେବେ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ଭଦ୍ରକାଳୀ।

ବୃଷ: ଦିନଟି ଆପଣଙ୍କ ଲାଗି ଭଲ ଫଳାଫଳ ନେଇ ଆସିବ। ସ୍ଥଗିତ ଥିବା ସବୁ କାମ ପୂରା ହେବ। ବିରୋଧୀମାନେ ଆପଣଙ୍କ ସମ୍ମୁଖରେ ନତମସ୍ତକ ହେବେ। ଆପଣ ସାମାଜିକ ଜୀବନରେ ଆନନ୍ଦ ଉପଭୋଗ କରନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଆଖଣ୍ଡଳମଣି।

ମିଥୁନ: ଆଗକୁ ବଢ଼ିବାର ଦିନଟିଏ। ଆପଣଙ୍କ ବ୍ୟବସାୟରେ ଭଲ ଗତି ହେବ। ରାଜନୀତିରେ ସୀମା ବଢ଼ାଇବେ। ଧନପ୍ରାପ୍ତିର ପ୍ରବଳ ଯୋଗ ରହିଛି। ସଡ଼କରେ ବାହନ ଚଳାଇବା ସମୟରେ ସଚେତନ ରହନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ସୂର୍ୟ୍ୟଦେବ।

କର୍କଟ: ଆପଣଙ୍କ ଉନ୍ନତିରେ ଆସୁଥିବା ବାଧା ଦୂର ହେବ। ସନ୍ତାନଙ୍କ ଉନ୍ନତିରେ ଗୌରବାନ୍ଵିତ ଅନୁଭବ କରିବେ। ଅଫିସ୍‌ରେ ଆପଣଙ୍କ କାମରେ ଖୁସି ହୋଇ କର୍ତ୍ତୃପକ୍ଷ ଉପହାର ଦେବେ। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ସିଂହ: ଦିନଟି କ୍ୟାରିୟର ପାଇଁ ଖୁବ୍‌ ଭଲ। ଇଚ୍ଛା ପୂରା କରିବା ପାଇଁ ପ୍ରୟାସ ସଫଳ ହେବ। ଆର୍ଥିକ ସ୍ଥିତିରେ ପୂର୍ବ ଅପେକ୍ଷା ସୁଧାର ଆସିବ। ପରିବାରରେ ପୁଣ୍ୟକାର୍ୟ୍ୟ କରିବେ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ଶୁଭରଙ୍ଗ: ଧୂସର। ଆରାଧନା: ବାବା ଲିଙ୍ଗରାଜ।

କନ୍ୟା: ସବୁ ଦିଗରୁ ସଫଳତା ପାଇବେ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଚାକିରିରେ ନିଷ୍ଠାର ସହିତ କାମ କଲେ ଭଲ ଫଳାଫଳ ମିଳିବ। ଜମି ଦଲାଲଙ୍କୁ ପୁରୁଣା ସଂପତ୍ତିରୁ ଲାଭ ହେବ। ବୈବାହିକ ଜୀବନରେ ମନର ଆବେଗ ସମାପ୍ତ ହେବ। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ହନୁମାନ।

ତୁଳା: ବ୍ୟବସାୟ ଲାଗି ଯୋଜନା କରିବାରେ ବ୍ୟସ୍ତ ରହିବେ। ଅଚାନକ ଧନଲାଭ ହେବ। ସରକାରୀ ଚାକିରିଆଙ୍କୁ ଭଲ ଖବର ମିଳିବ। ସନ୍ଧ୍ୟାରେ ପ୍ରିୟବନ୍ଧୁଙ୍କ ସହିତ ବାହାରକୁ ବୁଲି ଯାଇପାରନ୍ତି। ଶୁଭରଙ୍ଗ: ଆକାଶୀ ନୀଳ। ଆରାଧନା: ବାବା ଗୁପ୍ତେଶ୍ୱର।

ବିଛା: ଇଷ୍ଟଦେବ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି। ମିଠା ମିଠା କଥା କହି ଆପଣଙ୍କ କାମ କରାଇନେବେ। ଭୂସଂପତ୍ତି ସମସ୍ୟା ସମାପ୍ତ ହୋଇଯିବ। ବ୍ୟବସାୟୀଙ୍କୁ କର୍ମସାଥୀଙ୍କ ମାଧ୍ୟମରେ ଲାଭ ମିଳିବ। ଶୁଭରଙ୍ଗ: ମେରୁନ। ଆରାଧନା: ବାବା ହରିଶଙ୍କର।

ଧନୁ: ବ୍ୟବସାୟରେ ଉନ୍ନତି ପାଇଁ ନୂଆ ରଣକୌଶଳ ପ୍ରସ୍ତୁତ କରିବେ। ମନର କଥା ମନରେ ରଖନ୍ତୁ, ସଫଳତା ପାଇବେ। ଅଚାନକ ଧନଲାଭ ହେବ। ରାଜନୀତିରେ ମନସ୍କାମନା ପୂରଣ ହେବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ କୀଚକେଶ୍ୱରୀ।

ମକର: ଚାକିରିଆଙ୍କ ପାଇଁ ଦିନଟି ଅନୁକୂଳ ରହିବ। କର୍ତ୍ତୃପକ୍ଷ ଆପଣଙ୍କୁ ନୂଆ ଦାୟିତ୍ଵ ଅର୍ପଣ କରିବେ। ପରିବାରରେ ସୁଖଦ ମାହୋଲ୍‌ ରହିବ। ବାହନ କିଣିବା ଲାଗି ମନରେ ଆଗ୍ରହ ସୃଷ୍ଟି ହେବ। ଶୁଭରଙ୍ଗ: ଲାଲ। ଆରାଧନା: ହର ପାର୍ବତୀ।

କୁମ୍ଭ: ଆପଣଙ୍କ ଭିତରେ ଆତ୍ମବିଶ୍ୱାସ ଅତୁଟ ରହିବ। ଆପଣଙ୍କ ଯୋଗ୍ୟତା ଅନୁସାରେ ଯଥେଷ୍ଟ କାମ ମିଳିବ। ଘରୋଇ ଜିନିଷପତ୍ର କିଣିବାରେ ଖର୍ଚ୍ଚ ଅଧିକ ହେବ। ପତିପତ୍ନୀଙ୍କ ମଧ୍ୟରେ ପ୍ରେମଭାବ ବୃଦ୍ଧି ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଚର୍ଚ୍ଚିକା।

ମୀନ: ଚେଷ୍ଟାରେ ସଫଳତା ପାଇବେ। ଆର୍ଥିକ ସ୍ଥିତି ମଜଭୁତ ହେବ। ବନ୍ଧୁଙ୍କ ସହିତ ସମୟ ଭଲରେ କଟିବ। ଅଫିସ୍‌ରେ ଦିନଟି ପ୍ରସନ୍ନତାଭରା ରହିବ। ସନ୍ତାନଙ୍କୁ ସୁଖ ପ୍ରାପ୍ତି ହୋଇପାରେ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ବିରଜା।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More