Only for Entertainment

ଜାଣନ୍ତୁ ଆଜିର ରାଶିଫଳ

0 45

 

ବୃଷ: ସ୍ୱଭାବ ଶାନ୍ତ ଓ ବ୍ୟବହାର ମିଷ୍ଟ ରହିବ। ଧାର୍ମିକ କାର୍ଯ୍ୟକ୍ରମରେ ଖର୍ଚ୍ଚ କରିପାରନ୍ତି। କାର୍ଯ୍ୟ କ୍ଷେତ୍ରରେ ନୂଆ ଅବସର ପ୍ରାପ୍ତ ହେବ। ବ୍ୟବସାୟରେ ଶୀଘ୍ର ଫଇସଲା ନେବା ଦ୍ୱାରା ଲାଭ ମିଳିବ। ମିତ୍ରଙ୍କ ଠାରୁ ଭଲ ଖବର ମିଳିପାରେ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ ରାମଚଣ୍ଡୀ।

ମିଥୁନ: ପରିଶ୍ରମ କରିବା ଲାଗି ପ୍ରସ୍ତୁତ ରହନ୍ତୁ। ଭାଗ୍ୟ ଆପଣଙ୍କ ସଙ୍ଗରେ ରହିବ। ବ୍ୟବସାୟରେ ଆଜି ସଉଦା କରିବାରେ ସଫଳ ହେବେ। ଅଫିସରେ କୌଣସି ନୂଆ ପରିଯୋଜନା ମିଳିପାରେ। ପରିଧାନ ଓ ଗହଣା କିଣିବା ପାଇଁ ମନ ବଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ କାଳୀଜାଈ।

 

କର୍କଟ: ବ୍ୟବସାୟରେ ନୂଆ ଦିଶା ମିଳିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଆହୁରି ଭଲ ହେବ। ଲାଗି ରହିଥିବା କୌଣସି ସମସ୍ୟାର ସମାଧାନ ହେବ। ଲୋକଙ୍କ ବିଶ୍ୱାସ ଆପଣଙ୍କ ଉପରେ ରହିବ। ଶିକ୍ଷା କ୍ଷେତ୍ରରେ ଥିବା ବ୍ୟକ୍ତିମାନଙ୍କୁ ସଫଳତା ମିଳିବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ତାରିଣୀ।

 

ସିଂହ: ଆପଣ ଏଭଳି କୌଣସି ବ୍ୟକ୍ତିଙ୍କ ସହିତ ମିଶିବେ ଯାହା ଦ୍ଵାରା ଜୀବନରେ ପରିବର୍ତ୍ତନ ଆସିବ। ଆଜି ଆପଣଙ୍କର ଅଧିକତର କାମ ପୂରା ହୋଇଯିବ। ଆର୍ଥିକ ସ୍ଥିତି ମଜଭୁତ ହେବ। ସନ୍ଧ୍ୟାରେ ବନ୍ଧୁମାନଙ୍କ ସହିତ ହସଖୁସିରେ ସମୟ କଟିବ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀକୃଷ୍ଣ।

 

କନ୍ୟା: ଆପଣଙ୍କର କୌତୁକିଆ ସ୍ୱଭାବ ସମସ୍ତଙ୍କୁ ଭଲ ଲାଗିବ। ନୂଆ ପରିଯୋଜନା ଆରମ୍ଭ କରନ୍ତୁ; ଲାଭ ହେବ। ଅଫିସରେ କାମ ସମୟ ପୂର୍ବରୁ ପୂରା ହେବ। ସାଥୀଙ୍କ ପ୍ରତି ସ୍ନେହ ଓ ପ୍ରେମଭାବ ରହିବ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ ଗାୟତ୍ରୀ।

 

ତୁଳା: ବ୍ୟବସାୟ ଲାଗି ଯୋଜନା ପ୍ରସ୍ତୁତ କରିବାରେ ବ୍ୟସ୍ତ ରହିବେ। ସନ୍ତାନଙ୍କ ପକ୍ଷରୁ ଲାଭ ମିଳିବାର ସମ୍ଭାବନା ରହିଛି। ବଜେଟକୁ ଧ୍ୟାନ ରଖି ଖର୍ଚ୍ଚ କରନ୍ତୁ। ବିରୋଧୀଙ୍କ ପ୍ରତି ସତର୍କ ରହିବାର ଆବଶ୍ୟକତା ରହିଛି। ଶୁଭରଙ୍ଗ: ଧଳା। ଆରାଧନା: ମାଆ ପାଟଣେଶ୍ୱରୀ।

 

ବିଛା: ଆଗକୁ ବଢ଼ିବାର ଦିନଟିଏ। ପରିବାରର ବଡ଼ଙ୍କ ଠାରୁ ସହଯୋଗ ମିଳିବ। ଯାହା ବି କାମ କରିବେ ସଫଳତା ପାଇବେ। ବ୍ୟାଙ୍କ ବାଲାନ୍‌ସ ବୃଦ୍ଧି ହେବ। ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ଶୁଭ ଖବର ମିଳିବ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ କୀଚକେଶ୍ୱରୀ।

 

ଧନୁ: ପୂଜାପାଠରେ ଅଧିକ ସମୟ ବିତିବ। ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ। ରାଜନୀତି କରୁଥିବା ବ୍ୟକ୍ତିଙ୍କ ଭାଗ୍ୟର ତାରକା ଉଜ୍ଜ୍ଵଳ ହୋଇପାରେ। ଛାତ୍ରଙ୍କୁ କୌଣସି ମିତ୍ର ସାହାଯ୍ୟ କରିବେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ଭୈରବୀ।

 

ମକର: ତିକ୍ତ ଅନୁଭବରୁ ମିଠାଫଳ ପାଇବେ। ଗୁରୁଜନଙ୍କ ପ୍ରତି ମନରେ ପ୍ରେମଭାବ ରହିବ। ଆପଣଙ୍କର କାମ ନିର୍ଦ୍ଦିଷ୍ଟ ସମୟରେ ପୂରା କରିନେବେ। ସାର୍ବଜନିକ ଜୀବନରେ ଯଶ-ମାନ-ପ୍ରତିଷ୍ଠା ପାଇବେ। ଶୁଭରଙ୍ଗ: ସବୁଜ। ଆରାଧନା: ଶ୍ରୀ ଗଣେଶ।

 

କୁମ୍ଭ: ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ଆସିବ। ପରିବାରରେ କିଛି ନୂଆ ଦାୟିତ୍ଵ ମିଳିପାରେ। କୌଣସି କାମ ପୂରା କରିବାରେ ତରତର ହୁଅନ୍ତୁ ନାହିଁ। ଶତ୍ରୁ ଆପଣଙ୍କୁ ଅଶାନ୍ତି କରିବା ପାଇଁ ଷଡ଼୍‍ଯନ୍ତ୍ର ରଚିବେ, ତେଣୁ ସତର୍କ ରହନ୍ତୁ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ସମଲେଶ୍ୱରୀ।

 

ମୀନ: ଦିନଟି ଆପଣଙ୍କ ପାଇଁ ବିଶେଷ ଫଳଦାୟୀ। କଳା ସାହିତ୍ୟ କ୍ଷେତ୍ରରେ ଆଗକୁ ବଢ଼ିବେ। ସମାଜରେ ଆପଣଙ୍କର ମାନସମ୍ମାନ ବଢ଼ିବ। କାରବାର ବିସ୍ତାର ଲାଗି ଯୋଜନା ପ୍ରସ୍ତୁତ କରିବେ। ପ୍ରେମ ବ୍ୟାପାର ପାଇଁ ଦିନଟି ଭଲ। ଶୁଭରଙ୍ଗ: ଧଳା। ଆରାଧନା: ସୂର୍ଯ୍ୟଦେବ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More