Only for Entertainment

ଜାଣନ୍ତୁ ଆଜିର ରାଶିଫଳ

horoscope
0 47

ମେଷ: ବହୁତ ଭଲ ସୁଯୋଗ ଆପଣଙ୍କୁ ଅପେକ୍ଷା କରି ରହିଛି। ସବୁ କାମ ଆପଣଙ୍କ ମନମୁତାବକ ହେବ। ବ୍ୟବସାୟରୁ ଆଶାଠୁଁ ଅଧିକ ଧନଲାଭ ହେବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ। କ୍ରିକେଟ୍‌ ଖେଳାଳିଙ୍କ ଲାଗି ଦିନଟି ଶୁଭ। ଶୁଭରଙ୍ଗ: ଧଳା। ଆରାଧନା: ମହାଲକ୍ଷ୍ମୀ।

ବୃଷ: ଆତ୍ମବିଶ୍ୱାସର ସହିତ କାମ କରନ୍ତୁ, ସଫଳତା ନିଶ୍ଚୟ ମିଳିବ। ସାମୂହିକ ଆୟୋଜନକୁ ଯାଆନ୍ତୁ, ଆପଣଙ୍କ ମାନସମ୍ମାନ ବୃଦ୍ଧି ହେବ। ଅଫିସ କାମରେ ଦୂରସ୍ଥାନକୁ ଯାତ୍ରାରେ ଯାଇପାରନ୍ତି। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଭଲ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଦୁର୍ଗା।

ମିଥୁନ: ପୂଜାପାଠ କାର୍ଯ୍ୟକ୍ରମରେ ରୁଚି ବଢ଼ିବ। ଅଧିକ ସମୟ ଉପବାସ ରହନ୍ତୁ ନାହିଁ। ଆଗକୁ ବଢ଼ିବା ଲାଗି ପରିବାରର ସହଯୋଗ ମିଳିବ। ଅଫିସରେ କୌଣସି ଗୁରୁତ୍ଵପୂର୍ଣ୍ଣ ଫଇସଲା ନେବେ। ବୈବାହିକ ଜୀବନ ଠିକ୍‌ଠାକ୍‌ ରହିବ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ହର ପାର୍ବତୀ।

 

କର୍କଟ: ଆତ୍ମଚିନ୍ତନରେ ସମୟ ବିତିବ। ଜୀବନସାଥୀଙ୍କ ପରାମର୍ଶ ନେଇ କାମ କରନ୍ତୁ; ଲାଭ ହେବ। ରାଜନୈତିକ ସମ୍ବନ୍ଧ ବଢ଼ିଆ ହେବ। ବ୍ୟବସାୟରେ ଅପାର ସଫଳତା ମିଳିବ। ପ୍ରେମିକା ସହିତ ବାହାରକୁ ବୁଲି ଯିବାର ଯୋଜନା ପ୍ରସ୍ତୁତ କରିବେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ବାବା ଚନ୍ଦନେଶ୍ୱର।

 

ସିଂହ: ଦିମାକରେ ଲାଗିରହିଥିବା ଓଲଟପାଲଟ ଚିନ୍ତାଧାରା ସମାପ୍ତ ହୋଇଯିବ। ନିକଟସ୍ଥ ବନ୍ଧୁ ଆପଣଙ୍କୁ ଆର୍ଥିକ ସହାୟତା କରିବେ। ଫିଲ୍ମ କଳାକାରଙ୍କୁ ବଢ଼ିଆ ପ୍ରସ୍ତାବ ମିଳିବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ବଡ଼ ପଦ ମିଳିପାରେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଅମ୍ବିକା।

କନ୍ୟା: ଦିନସାରା ବ୍ୟବସାୟ ଲାଗି ଯୋଜନା ପ୍ରସ୍ତୁତ କରିବାରେ ବ୍ୟସ୍ତ ରହିବେ। ମିତ୍ରଙ୍କ ସାହାଯ୍ୟ ପାଇବେ। ଜୀବନସାଥୀଙ୍କ ଠାରୁ କୌଣସି ଶୁଭ ଖବର ପାଇବେ। ଛାତ୍ରଙ୍କ କ୍ୟାରିୟରରେ ବଡ଼ ସଫଳତା ମିଳିବ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ସୂର୍ଯ୍ୟଦେବ।

ତୁଳା: ଆଜି ଆପଣଙ୍କୁ ବିଶେଷ ଦାୟିତ୍ଵ ମିଳିପାରେ। ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ମଜଭୁତ ରହିବ। ନୂଆ ଘର କିମ୍ବା ଜମି କିଣିବା ଲାଗି ଯୋଜନା ପ୍ରସ୍ତୁତ କରିବେ। ପ୍ରେମ ବ୍ୟବହାରରେ ସତେଜତା ଅନୁଭବ କରିବେ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ କଟକଚଣ୍ଡୀ।

ବିଛା: ଦିନଟି ଆପଣଙ୍କ ଲାଗି ସହଜ ହେବ। ପରିବାର ସହଯୋଗରେ ଜରୁରୀ କାମ ପୂରା ହେବ। କଳା ସାହିତ୍ୟ କ୍ଷେତ୍ରରେ ଆଗକୁ ବଢ଼ିବେ। ମହିଳାମାନେ ଘର ସଜାଇବାରେ ମନ ଲଗାଇବେ। ସନ୍ଧ୍ୟାରେ ବନ୍ଧୁଙ୍କ ସହିତ ହସଖୁସିରେ ସମୟ କଟିବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ମଙ୍ଗଳା।

ଧନୁ: ଆପଣଙ୍କ ମନ ଆଧ୍ୟାତ୍ମିକ ଦିଗରେ ଅଧିକ ଲାଗି ରହିବ। ଜୀବିକା ସମ୍ବନ୍ଧିତ ଭଲ ଖବର ପାଇବେ। ଆର୍ଥିକ ସ୍ଥିତି ମଜଭୁତ ହେବ। କଳା କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କ ଲାଗି ଦିନଟି ଶୁଭ। ପ୍ରେମିକାଙ୍କ ସହିତ ବାହାରକୁ ଭୋଜନ ପାଇଁ ଯିବେ। ଶୁଭରଙ୍ଗ: ଧଳା। ଆରାଧନା: ବାବା କପିଳାସ।

 

 

ମକର: କଳ୍ପନା ଦୁନିଆରେ ରହିବେ। ଯାତ୍ରା ସୁଖଦ ରହିବ। ବେକାରଙ୍କୁ ନୂଆ ଚାକିରିର ପ୍ରସ୍ତାବ ମିଳିପାରେ। ଜମି କିମ୍ବା ବାହନ କିଣିବା ଲାଗି ଦିନଟି ଭଲ। ସନ୍ଧ୍ୟାରେ ବନ୍ଧୁମାନଙ୍କ ସହିତ ହସଖୁସିରେ ସମୟ କଟିବ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ କୀଚକେଶ୍ୱରୀ।

କୁମ୍ଭ: କାମ ପ୍ରତି ଆପଣଙ୍କର ଭାବନା ସକାରାତ୍ମକ ରଖନ୍ତୁ। ବ୍ୟାବସାୟିକ କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ। ଭାବିଚିନ୍ତି ପଇସା ଖର୍ଚ୍ଚ କରନ୍ତୁ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ଉଚ୍ଚପଦ ମିଳିପାରେ। ପ୍ରିୟ ବନ୍ଧୁଙ୍କ ଠାରୁ ଉପହାର ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ମୀନ: ଦିନଟି ଆପଣଙ୍କ ପାଇଁ ଖାସ୍‌ ରହିବ। ଯେତେ ମିଠା କଥା କହିବେ ସେତେ ଲାଭ ପାଇବେ। ଅଧ୍ୟାପକବର୍ଗଙ୍କୁ ଭଲ ପ୍ରସ୍ତାବ ମିଳିବ। ବ୍ୟବସାୟରେ ଉତ୍‌ଥାନ-ପତନ ଲାଗି ରହିବ। ପଇସା ନେଣଦେଣ ସାବଧାନତାର ସହ କରନ୍ତୁ। ପ୍ରେମ ସମ୍ବନ୍ଧରେ ଗଭୀରତା ବୃଦ୍ଧି ହେବ। ଶୁଭରଙ୍ଗ: ଲାଲ। ଆରାଧନା: ଶ୍ରୀକୃଷ୍ଣ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More