Only for Entertainment

ଜାଣନ୍ତୁ ଏ ସପ୍ତାହର ରାଶିଫଳ

youtube
0 76

ମେଷ: ରବି ଓ ସୋମବାର: ନୂଆ କାର୍ଯ୍ୟ ପାଇଁ ଚୁକ୍ତିପତ୍ର କରିବେ। ମଙ୍ଗଳ ଓ ବୁଧବାର: କୌଣସି କାମରୁ ବଡ଼ ଫାଇଦା ହେବ। ଗୁରୁ ଓ ଶୁକ୍ରବାର: ସମାଜରେ ପ୍ରତିଷ୍ଠା ବଢ଼ିବ। ଶନିବାର: ଭାବିଥିବା କାମ ପୂରା ହେବ।

 

ବୃଷ: ରବି ଓ ସୋମବାର: ଦୂର ସ୍ଥାନକୁ ଯାତ୍ରାରେ ଯିବେ। ମଙ୍ଗଳ ଓ ବୁଧବାର: ନୂଆ ଲକ୍ଷ୍ୟ ହାସଲ କରିବେ। ଗୁରୁ ଓ ଶୁକ୍ରବାର: ଆମଦାନୀର ନୂଆ ସ୍ରୋତ ମିଳିବ। ଶନିବାର: ଆଗକୁ ବଢ଼ିବା ଲାଗି ଲଗାତାର ଚେଷ୍ଟା କରିବେ।

 

ମିଥୁନ: ରବି ଓ ସୋମବାର: ପରିଶ୍ରମର ସୁଫଳ ପାଇବେ। ମଙ୍ଗଳ ଓ ବୁଧବାର: ଖର୍ଚ୍ଚ ବଢ଼ିପାରେ। ଗୁରୁ ଓ ଶୁକ୍ରବାର: ଧନଲାଭର ନୂଆ ରାସ୍ତା ଖୋଲିବ। ଶନିବାର: କୌଣସି ଶୁଭ ଖବର ମିଳିବ।

 

କର୍କଟ: ରବି ଓ ସୋମବାର: କାରବାର ଦୃଷ୍ଟିରୁ ସମୟ ଲାଭପ୍ରଦ। ମଙ୍ଗଳ ଓ ବୁଧବାର: ସଉଦାରେ ଆଶାଠୁଁ ଅଧିକ ଲାଭ ହେବ। ଗୁରୁ ଓ ଶୁକ୍ରବାର: ଯୋଜନାକୁ ଗୁପ୍ତ ରଖନ୍ତୁ, ସଫଳତା ମିଳିବ। ଶନିବାର: ସୁଖ ସୁବିଧା ବଢ଼ିବ।

 

ସିଂହ:ରବି ଓ ସୋମବାର: ଉନ୍ନତିର ନୂଆ ଦ୍ଵାର ଖୋଲିବ। ମଙ୍ଗଳ ଓ ବୁଧବାର: ବେକାରଙ୍କୁ ରୋଜଗାର ମିଳିବ। ଗୁରୁ ଓ ଶୁକ୍ରବାର: ଭାଗ୍ୟ ଆପଣଙ୍କୁ ବହୁତ କିଛି ଦେବ। ଶନିବାର: ଖୁସି ଖବର ମିଳିବ।

 

କନ୍ୟା:ରବି ଓ ସୋମବାର: କୌଣସି ବିଶେଷ କଥାର ସୂଚନା ମିଳିବ। ମଙ୍ଗଳ ଓ ବୁଧବାର: ମନରେ ନୂଆ ନୂଆ ବିଚାର ଉତ୍ପନ୍ନ ହେବ। ଗୁରୁ ଓ ଶୁକ୍ରବାର: ଆପଣଙ୍କ କାମରୁ ବଡ଼ ଲାଭ ମିଳିବ। ଶନିବାର: ଛାତ୍ରଙ୍କ ସମୟ ଅନୁକୂଳ।

 

ତୁଳା: ରବି ଓ ସୋମବାର: ମନ ରଚନାତ୍ମକ କାର୍ଯ୍ୟରେ ଲାଗି ରହିବ। ମଙ୍ଗଳ ଓ ବୁଧବାର: ମନ ଟିକେ ବିଷାଦଗ୍ରସ୍ତ ରହିବ। ଗୁରୁ ଓ ଶୁକ୍ରବାର: ନୂଆ ଲୋକଙ୍କ ସହିତ ଯୋଡ଼ିବେ। ଶନିବାର: ଆମଦାନୀ ବୃଦ୍ଧି ହେବ।

 

 

ବିଛା: ରବି ଓ ସୋମବାର: ବ୍ୟବସାୟରେ ଫାଇଦା ମିଳିବ। ମଙ୍ଗଳ ଓ ବୁଧବାର: ସମାଜରେ ଲୋକପ୍ରିୟତା ବୃଦ୍ଧି ହେବ। ଗୁରୁ ଓ ଶୁକ୍ରବାର: ଇଚ୍ଛା ପୂରା କରିବା ଲାଗି ଚେଷ୍ଟା କରିବେ। ଶନିବାର: ଧର୍ମକର୍ମରେ ରୁଚି ବଢ଼ିବ।

 

ଧନୁ: ରବି ଓ ସୋମବାର: କାରବାର ବୃଦ୍ଧି ହେବ। ମଙ୍ଗଳ ଓ ବୁଧବାର: କୌଣସି ବଡ଼ ଦାୟିତ୍ଵ ମିଳିବ। ଗୁରୁ ଓ ଶୁକ୍ରବାର: ଦାମ୍ପତ୍ୟ ଜୀବନରେ ତାଳମେଳ ବଜାୟ ରହିବ। ଶନିବାର: ଲାଗି ରହିଥିବା ଅଶାନ୍ତି ଦୂର ହେବ।

 

ମକର: ରବି ଓ ସୋମବାର: ପରିବାରର ସହଯୋଗ ମିଳିବ। ମଙ୍ଗଳ ଓ ବୁଧବାର: ଅଚାନକ ଧନଲାଭ ହେବ। ଗୁରୁ ଓ ଶୁକ୍ରବାର: ନିର୍ଣ୍ଣୟର ଫଇସଲା ଲାଭପ୍ରଦ ହୋଇପାରେ। ଶନିବାର: ବିଳାସ ଉପକରଣ କିଣିବେ।

 

କୁମ୍ଭ: ରବି ଓ ସୋମବାର: ଛୋଟିଆ ନିଷ୍ପତ୍ତିରୁ ବଡ଼ ଫାଇଦା ହେବ। ମଙ୍ଗଳ ଓ ବୁଧବାର: କୌଣସି ପ୍ରକାର ମାମଲାରେ ବ୍ୟସ୍ତ ରହିବେ। ଗୁରୁ ଓ ଶୁକ୍ରବାର: ନୂଆ କାମର ଯୋଜନା କରିପାରନ୍ତି। ଶନିବାର: ଉପାର୍ଜନ ବୃଦ୍ଧି ହେବ।

 

ମୀନ: ରବି ଓ ସୋମବାର: ଅନୁଭବରୁ ପୂରା ଲାଭ ମିିଳିବ। ମଙ୍ଗଳ ଓ ବୁଧବାର: ଆପଣଙ୍କ କାମରେ ପ୍ରଶଂସା ହେବ। ଗୁରୁ ଓ ଶୁକ୍ରବାର: ବ୍ୟବସାୟରେ ଉନ୍ନତି ହେବ। ଶନିବାର: ପ୍ରେମ ସଂପର୍କ ନିବିଡ଼ ହେବ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More