Only for Entertainment

ଜାଣନ୍ତୁ ଆଜିର ରାଶିଫଳ ।

horoscope
0 61

ମେଷ: ଏକାଗ୍ରତାର ସହ କାମ କରନ୍ତୁ; ସଫଳତାର ପାହାଚ ଚଢ଼ିବେ। ଆର୍ଥିକ ସମସ୍ୟାର ସମାଧାନ ହେବ। ରାଜନୀତିରେ ମହତ୍ତ୍ଵାକାଂକ୍ଷା ପୂରା ହେବ। ପ୍ରିୟ ବନ୍ଧୁଙ୍କ ସହିତ ସମ୍ବନ୍ଧ ମଧୁର ରହିବ। ସ୍ୱାଦିଷ୍ଠ ଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ଭଦ୍ରକାଳୀ।

 

ବୃଷ: ଆପଣ ନିଜ ସ୍ୱପ୍ନର ଦୁନିଆରେ ବିଚରଣ କରିବେ। ମାତାପିତାଙ୍କ ସହଯୋଗରେ ଆପଣଙ୍କ କାରବାର ବୃଦ୍ଧି ହେବ। ଚାକିରି ତଲାସରେ ଥିବା ବ୍ୟକ୍ତି ଶୁଭ ଖବର ପାଇବେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ବଢ଼ିଆ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ରାମଚଣ୍ଡୀ।

ମିଥୁନ: ଯୋଜନାକୁ ଗୁପ୍ତ ରଖନ୍ତୁ, ସଫଳତା ନିଶ୍ଚୟ ପାଇବେ। ଜୀବନସାଥୀଙ୍କ ଖୁସି ଉପରେ ଆପଣଙ୍କୁ ଧ୍ୟାନ ଦେବାକୁ ହେବ। କାହାରିକୁ ଉଧାର ଦେଲେ ଠିକଣା ସମୟରେ ଅର୍ଥ ଫେରସ୍ତ ମିଳିବାର ଆଶା କମ୍‌। ନିଜର ବ୍ୟବହାରରେ ସଂଯମ ରଖନ୍ତୁ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ଅମ୍ବିକା।

 

କର୍କଟ: ରାଜନୈତିକ ପ୍ରଭାବ ବୃଦ୍ଧି ହେବ। ଆର୍ଥିକ ରୂପେ ଆଜି ଭଲ ଫଳାଫଳ ମିଳିବ। ବ୍ୟବସାୟରେ ନୂଆ ଦିଗ ମିଳିବ। ମହିଳାଙ୍କୁ ବଢ଼ିଆ ଚାକିରିର ପ୍ରସ୍ତାବ ମିଳିବ। ନୂଆ ପ୍ରେମ ସାଗରରେ ବୁଡ଼ ପକାଇବେ। ଶୁଭରଙ୍ଗ: ସବୁଜ। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

 

ସିଂହ: ମନରେ କିଛି ନୂଆ କାର୍ଯ୍ୟ କରିବାର ଇଚ୍ଛା ଉଜ୍ଜୀବିତ ହେବ। ଠିକ ସମୟରେ ଉଚିତ ନିଷ୍ପତ୍ତି ନେବେ। ସରକାରୀ ନେଣଦେଣରେ ଆପଣଙ୍କୁ ଲାଭ ମିଳିବ। ମାଲିମକଦ୍ଦମାରେ ଆପଣଙ୍କୁ ଶୁଭଫଳ ମିଳିପାରେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ବିରଜା।

 

କନ୍ୟା: ପୂଜାପାଠରେ ସମୟ ବିତିବ। ସକାରାତ୍ମକ ଭାବନାରେ ଅଧିକ ସମୟ ରହିବେ। ଆପଣଙ୍କ ଜୀବନରେ କିଛି ପରିବର୍ତ୍ତନ ଆସିପାରେ। ଅଫିସରେ ଶାନ୍ତିର ବାତାବରଣ ରହିବ। ବ୍ୟବସାୟରେ ନୂଆ ପ୍ରସ୍ତାବରୁ ଲାଭ ମିଳିବା ଯୋଗ ରହିଛି। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ହର ପାର୍ବତୀ।

 

ତୁଳା: ଆପଣଙ୍କ କାମକୁ କେହି ଆଲୋଚନା କରିବେ। ଆପଣ ଚୁପଚାପ ରହି ନିଜ କାର୍ଯ୍ୟରେ ଧ୍ୟାନକେନ୍ଦ୍ରୀଭୂତ କରନ୍ତୁ; ବିଳମ୍ବ ହେଲେ ବି ସବୁ ଠିକ୍‌ ହୋଇଯିବ। ପେଟରୋଗରେ କଷ୍ଟ ଅନୁଭବ କରିବେ। ପ୍ରେମିକପ୍ରେମିକାଙ୍କ ପାଇଁ ଦିନଟି ଭଲ। ଶୁଭରଙ୍ଗ: ନୀଳ। ଆରାଧନା: ମହାଲକ୍ଷ୍ମୀ।

 

ବିଛା: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ଆପଣଙ୍କ ପ୍ରତିଭାରୁ ଅନ୍ୟମାନଙ୍କୁ ପ୍ରେରଣା ମିଳିବ। କୌଣସି କାମରୁ ବଡ଼ ଫାଇଦା ହୋଇପାରେ। ରାଜନୀତିରେ ଥିବା ବ୍ୟକ୍ତିମାନେ ସମ୍ମାନିତ ହୋଇପାରନ୍ତି। ନୂଆ ପରିଧାନ ଓ ଗହଣା କିଣିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଦୁର୍ଗା।

 

ଧନୁ: ଆର୍ଥିକ ଲାଭ ଓ ଉନ୍ନତିର ଯୋଗ ପ୍ରବଳ ରହିଛି। ଯୋଜନା କ୍ରିୟାନ୍ଵିତ ହେବ। ବିରୋଧୀ ଆପଣଙ୍କ ସମ୍ମୁଖରେ ନତମସ୍ତକ ରହିବେ। ପରିବାରରେ କୌଣସି ଶୁଭ କାର୍ଯ୍ୟ ହୋଇପାରେ। ପ୍ରେମୀ ଯୁଗଳଙ୍କ ପାଇଁ ସମୟ ଭଲ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ଶାରଳା।

 

ମକର: ଆମଦାନି ପାଇଁ ନୂଆ ରଣନୀତି ପ୍ରସ୍ତୁତ କରିବେ। ଉଧାର ଦେଇଥିବା ପଇସା ଅଚାନକ ଫେରସ୍ତ ପାଇବେ। ଅଫିସରେ ଆପଣଙ୍କର ସ୍ଥିତି ମଜଭୁତ ହେବ। ଅନ୍ତରଙ୍ଗ ବନ୍ଧୁଙ୍କ ସହିତ ସିନେମା ଦେଖିବାକୁ ଯାଇପାରନ୍ତି। ଶୁଭରଙ୍ଗ: ନୀଳ। ଆରାଧନା: ବାବା ଗୁପ୍ତେଶ୍ୱର।

 

କୁମ୍ଭ: ଭାଗ୍ୟ ଆପଣଙ୍କୁ ସାଥ ଦେବ। ବନ୍ଧୁ ଓ ଭାଇଙ୍କ ସହଯୋଗ ପାଇବେ। ବେପାରରେ ପ୍ରଗତି ପାଇଁ ଯଥେଷ୍ଟ ଧ୍ୟାନ ଦେବେ। ରାଜନୀତିରେ ପରିଧି ବଢ଼ିବ। ଚାକିରିଆଙ୍କର ଉନ୍ନତି ହେବ। ନୂଆ ଘର ନିର୍ମାଣ ପାଇଁ ଯୋଜନା କରିବେ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ ଗାୟତ୍ରୀ।

 

ମୀନ: ଆପଣଙ୍କ ବିଚାର ସକାରାତ୍ମକ ରହିବ। ବ୍ୟବସାୟରେ ଆଗକୁ ବଢ଼ିବେ। ପ୍ରଚୁର ମାତ୍ରାରେ ଧନାଗମ ହେବ। ଅଫିସରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। କ୍ରିକେଟ ଖେଳାଳିମାନେ ଭଲ ପ୍ରଦର୍ଶନ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଲିଙ୍ଗରାଜ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More